ଏଇ ଭାରତରେ

ଗାଈ ମୃତ୍ୟୁ ସହ ଏକ ଅଜବ ବିଶ୍ୱାସ ଯୋଡିହୋଇ ରହିଛି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ। ଏହି ଅଞ୍ଚଳର ପାଥରି ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ଭୁଲ୍‌ ଯୋଗୁ ଗୋଟିଏ ବାଛୁରିର ମୃତ୍ୟୁ ଘଟିଥିଲା। ଏହା ପରେ ପଞ୍ଚାୟତ ବୈଠକ ଡକାଯାଇଥିଲା। ଏହି ବୈଠକରେ ବ୍ୟକ୍ତି ଜଣଙ୍କୁ ପ୍ରାୟଶ୍ଚିତ୍ତ ନିମନ୍ତେ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟକ୍ତି ଜଣକ ମୋଟର ସାଇକେଲ୍‌ରେ ଯାଉଥିବା ସମୟରେ ବାଛୁରିଟି ହଠାତ୍‌ ରାସ୍ତାକୁ ଚାଲି ଆସିବାରୁ ଧକ୍କାରେ ତା’ର ମୃତ୍ୟୁ ହୋଇଥିଲା। ପରେ ପାପ କ୍ଷୟ ଲାଗି ସେହି ବ୍ୟକ୍ତି ଗଙ୍ଗା ସ୍ନାନ କରି ଗ୍ରାମବାସୀଙ୍କୁ ଭୋଜି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଗ୍ରାମବାସୀ ଏଥିରେ ରାଜି ନ ହୋଇ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ପଞ୍ଚାୟତ ବୈଠକରେ କହିଥିଲେ। ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଝିଅର ବାହାଘର କରିବା ପାଇଁ ବ୍ୟକ୍ତି ଜଣକ ରାଜି ହୋଇ ଯୋଗାଡ଼ରେ ଲାଗିଗଲେ। କିନ୍ତୁ ପଞ୍ଚାୟତର ଫଇସଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ପହଞ୍ଚିବା ପରେ ପୋଲିସ ବାହାଘର ବନ୍ଦ କରିଥିଲା। ପରେ କନ୍ୟାଙ୍କୁ ୧୮ ବର୍ଷ ହେବା ଯାଏ ବାହାଘର ନ କରିବା ଲାଗି ପରିବାରଠାରୁ ଲିଖିତ ପ୍ରତିଶ୍ରୁତି ନିଆଯାଇଥିଲା। କୁହାଯାଏ କି, ମଧ୍ୟପ୍ରଦେଶର ଗ୍ରାମାଞ୍ଚଳଗୁଡିକରେ ଯଦି କାହାର ଭୁଲ୍‌ ଯୋଗୁ ଗାଈ ମରିଯାଏ ତେବେ ତାଙ୍କ ଉପରେ ସବୁ ପ୍ରକାର ସାମାଜିକ ପ୍ରତିବନ୍ଧକ ଲାଗୁ କରାଯାଏ। ତାଙ୍କୁ ଗଙ୍ଗାସ୍ନାନ କରିବା ଲାଗି କୁହାଯାଏ। ଏମିତିକି ଗ୍ରାମବାସୀଙ୍କୁ ଭୋଜି ଦେବା ସହ ନାବାଳିକାର ବାହାଘର କରିବା ଲାଗି ତାଙ୍କୁ କୁହାଯାଏ। ପାପରୁ ମୁକ୍ତି ପାଇବା ଲାଗି କନ୍ୟାଦାନ ଏକମାତ୍ର ଉପାୟ ବୋଲି ସେମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri