ଏଇ ଭାରତରେ

ଗୁଜରାଟରେ ମଦ କାରବାର ସମ୍ପୂର୍ଣ୍ଣ ନିଷେଦ୍ଧ କରାଯାଇଛି। ଏହା ସତ୍ତ୍ୱେ ମଦ୍ୟପମାନେ କେଉଁଠୁ କେମିତି ଆଣି ପିଇଦେଉଛନ୍ତି। ତେବେ ଏମିତିକା ମଦ୍ୟପଙ୍କ ନିଶାଭ୍ୟାସ ଛଡାଇବା ଲାଗି ଗୁଜରାଟର ଏକ ଗାଁ ଆପଣାଇଛି ଅଜବ ଉପାୟ। ଅହମଦାବାଦ ଜିଲା ଅନ୍ତର୍ଗତ ସାଣନ୍ଦ ନିକଟବର୍ତ୍ତୀ ଗାଁ ମୋତିପୁରରେ ମଦ୍ୟପଙ୍କୁ ସାବାଡ କରିବା ପାଇଁ ନିର୍ମାଣ କରାଯାଇଛି ପିଞ୍ଜରା ଜେଲ୍‌ । କେହି ଯଦି ଗାଁରେ ମଦ ପିଇଥିବା ଜାଣାପଡନ୍ତି ତେବେ ତୁରନ୍ତ ତାଙ୍କୁ ଲୁହା ପିଞ୍ଜରା ଭିତରେ ରଖାଯାଉଛି। ୨୪ ଘଣ୍ଟା ଯାଏ ଏହି ଜେଲ୍‌ରେ ସେମାନେ ରୁହନ୍ତି। ପରେ ପରିବାର ଲୋକ ୧୨୦୦ ଟଙ୍କା ଜରିମାନା ଦେଇ ତାଙ୍କୁ ଜେଲରୁ ମୁକୁଳାଇଥାନ୍ତି। ମଦ୍ୟପଙ୍କ ପାଇଁ ଏଭଳି ପିିଞ୍ଜରା ଜେଲ୍‌ ତିନିବର୍ଷ ପୂର୍ବରୁ ପ୍ରଥମେ ଆରମ୍ଭ କରାଯାଇଥିଲା। ଗତ ଦୁଇବର୍ଷରେ ଏଥିରୁ ଗ୍ରାମବାସୀଙ୍କୁ ସଫଳତା ମିଳିଛି । ଏବେ ଏଭଳି ଘଟଣା ଆଉ ସାମ୍‌ନାକୁ ଆସୁନାହିଁ। ସମୟ ଥିଲା ମଦ୍ୟପଙ୍କ ଆତଙ୍କ ଏଭଳି ଥିଲା ଯେ, ଆଖପାଖ ଗାଁର ଲୋକେ ଏହି ଗାଁକୁ ଆସିବାକୁ ଭୟ କରୁଥିଲେ। ଏଣୁ ମଦ୍ୟପଙ୍କ କବଳରୁ ଗାଁକୁ ରକ୍ଷା କରିବା ଲାଗି ଗ୍ରାମବାସୀ ଏହି ନିୟମ କରିବାକୁ ବାଧ୍ୟ ହୋଇଥିଲେ। ଯେଉଁମାନେ ତିନିଥର ମଦ ପିଇବେ ସେମାନଙ୍କୁ ଗାଁରୁ ବହିଷ୍କାର କରାଯିବାର ନିୟମ ମଧ୍ୟ କରାଯାଇଛି ବୋଲି କୁହନ୍ତି ସ୍ଥାନୀୟ ସରପଞ୍ଚ ବାବୁଭାଇ ନାୟକ। କିନ୍ତୁ ଏଯାବତ୍‌ ଏଭଳି କୌଣସି ଘଟଣା ଘଟିନାହିଁ କି କାହାକୁ ଗାଁରୁ ବିଦା ହେବାକୁ ପଡିନାହିଁ। ଏହି ଦଣ୍ଡ ବ୍ୟବସ୍ଥାରେ ମଦ୍ୟପ ପୂରା ସୁଧୁରିଯାଉଛନ୍ତି ବୋଲି କୁହନ୍ତି ସରପଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri