ଏଇ ଭାରତରେ

ଲାଭ ଆଶାରେ ନୁହେଁ ବରଂ ଘରଗୁଡିକରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ଲାଗିଛନ୍ତି ହାଇଦ୍ରାବାଦ୍‌ର ଚାରିଜଣ ଉଚ୍ଚଶିକ୍ଷିତ ଯୁବକ। ବର୍ଜ୍ୟବସ୍ତୁକୁ ସେମାନେ ରିସାଇକ୍ଲିଂ କରାଉଛନ୍ତିି। ରୋଷନ ମିରନ୍ଦା, ଉଦିତ ପଟିଦାର, ଜୟନାରାୟଣ କୁଲଥିଙ୍ଗଲ ମିଶି ଏହି କାର୍ଯ୍ୟରେ ଲାଗିଛନ୍ତି। ଉଦିତ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସତକୋତ୍ତର ହାସଲ କରିବା ସହ କମ୍ପ୍ୟୁଟର ସାଇନ୍ସରେ ପିଏଚ୍‌ଡି କରିଛନ୍ତି। ରୋଷନ ଫାର୍ମାସ୍ୟୁଟିକାଲ ସାଇନ୍ସରେ ଡିଗ୍ରୀ ଓ ଜୟନାରାୟଣ ଫାର୍ମକୋଲୋଜିରେ ପିଏଚ୍‌ଡି କରିଛନ୍ତି। ସେମାନେ ୨୦୧୮ରେ ବିନ୍‌ଟିକ୍ସ ଓ୍ବେଷ୍ଟ୍‌ ରିସର୍ଚ୍ଚ ପ୍ରାଇଭେଟ୍‌ ଲିମିଟେଡ୍‌ ଗଠନ କରି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି ବୋଲି କହିଛନ୍ତି ଷ୍ଟାର୍ଟଅପ୍‌ର ସହ ପ୍ରତିଷ୍ଠାତା ୩୬ ବର୍ଷୀୟ ଉଦିତ। ସେମାନେ ଏବେ ସୁଦ୍ଧା ୮୦ହଜାର ୟୁନିଟ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେଥିରୁ ୨୫୦ ଟନ ରିସାଇକ୍ଲିଂ କରିସାରିଲେଣି। ସେମାନେ ସଂଗ୍ରହ କରୁଥିବା ବର୍ଜ୍ୟବସ୍ତୁକୁ ୩୦ ଭାଗରେ ପୃଥକ କରି ତାହାକୁ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ (ସିପିସିବି)ର ସ୍ବୀକୃତିପ୍ରାପ୍ତ ରିସାଇକ୍ଲର୍‌ଙ୍କ ନିକଟକୁ ପଠାଉଛନ୍ତି।