ଏଇ ଭାରତରେ

ବେସାହାରା ଲୋକଙ୍କ ଲାଗି ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଲକ୍ଷ୍ନୌର ଜଣେ ହୋଟେଲ ମାଲିକ ପରମ ସିଂ। ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁରାରୋଗ୍ୟ ବ୍ୟାଧିରେ ପୀଡିତଙ୍କୁ ମାଗଣାରେ ଓଷଧ ଯୋଗାଉଛନ୍ତି। ପ୍ରତିମାସରେ ସେ ଅଢ଼େଇରୁ ତିନି ଲକ୍ଷ ଟଙ୍କାର ଓଷଧ ବାଣ୍ଟୁଛନ୍ତି। ତାଙ୍କ ସେବାକେନ୍ଦ୍ରର ନାମ ଗୁରୁ ନାନକ ମେଡିକାଲ ସେବା। ସେ ଲକ୍ଷ୍ନୌର କେଜିଏମ୍‌ସି ମେଡିକାଲ କଲେଜରେ ମାଗଣାରେ ଲଙ୍ଗର ଲଗାଇ ନିଜେ ସେବା ଦେଉଛନ୍ତି। ଏହି ଲଙ୍ଗରକୁ ସେ ଯିବା ସମୟରେ ସେଠାରେ କିଛି ଲୋକଙ୍କ ପାଖରେ ଓଷଧ କିଣିବା ଲାଗି ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ତା’ପରେ ୬ ମାସ ନିଜ ପକେଟରୁ ଖର୍ଚ୍ଚ କରି ଲୋକମାନଙ୍କୁ ମାଗଣାରେ ଓଷଧ ଦେବାପରେ ଏହି ସେବାରେ ତାଙ୍କର ସାଙ୍ଗମାନେ ସାମିଲ ହୋଇଥିଲେ ଓ ସେବେଠାରୁ ଏହି ସେବା ଆଗକୁ ବଢିବାରେ ଲାଗିଛି। ପରମଙ୍କ ସାଙ୍ଗମାନେ ବିଭିନ୍ନ ବ୍ୟବସାୟ କରୁଛନ୍ତି ଓ ଏଥିଲାଗି ସାହାଯ୍ୟ ବି କରୁଛନ୍ତି। ଏମାନେ ସୋସିଆଲ ମିଡ଼ିଆ ଓ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର୍‌ ମାଧ୍ୟମରେ ମୋବାଇଲ ନମ୍ବର ଜଣାଇ ଦେଇଛନ୍ତି। ଯେଉଁମାନଙ୍କର ଆବଶ୍ୟକ ହେଉଛି ସେମାନେ ପରମଙ୍କୁ ସାକ୍ଷାତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri