ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସରକାର ଯାହା କରନ୍ତୁ ନା କାହିଁକି ଏଥିଲାଗି ମହାରାଷ୍ଟ୍ରର ଏକ ଗାଁର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଓରଙ୍ଗାବାଦ ଜିଲାର ଗାଁ ପୋଖ୍‌ରୀର ଲୋକେ ଶିକ୍ଷାରେ ଉନ୍ନତି ଆଣିବା ଲାଗି ଏକ ଆଦର୍ଶଗତ ନିଷ୍ପତ୍ତି ନେଇ ଦେଶକୁ ଶିକ୍ଷା ବି ଦେଇଛନ୍ତି। ଗାଁରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଖର୍ଚ୍ଚ କାଟଛାଣ୍ଟ କରି ସେହି ଅର୍ଥକୁ ସ୍କୁଲ୍‌ର ବିକାଶରେ ବିନିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କୁଲର ୦.୪୫ ଏକର ଜମି ରହିଛି। ପାଖାପାଖି ୨୪୦ ପିଲା ଏଠାରେ ପଢନ୍ତି। ପରିସରକୁ ବଢାଇବା ଲାଗି ସ୍କୁଲ ୨ ଏକର ଜମି କିଣିିବାକୁ ଯାଉଛି ବୋଲି କୁହନ୍ତି ଜିଲା ପରିଷଦ ସିଇଓ ପବନୀତ କୌର। ଏହି ଜମି କିଣି ଏହାକୁ ଏକ ଆନ୍ତର୍ଜାତିକସ୍ତରର ସ୍କୁଲ କରିବାକୁ ଗ୍ରାମବାସୀ ଯୋଜନା କରିଛନ୍ତି। ଏଥିପାଇଁ ସେମାନେ ତିନିମାସ ପୂର୍ବରୁ ଧାର୍ମିକ କାର୍ଯ୍ୟରେ ହେବାକୁ ଥିବା ଖର୍ଚ୍ଚକାଟ କରିବାର ନିଷ୍ପତ୍ତି ନେଇ ଗାଁରେ ଅନୁଷ୍ଠିତ ହେଉଥିବା ଭାଗବତ ସପ୍ତାହ ଓ ଅନ୍ୟ ଧାର୍ମିକ କାର୍ଯ୍ୟକ୍ରମରେ ଟେଣ୍ଟ ଓ ମିଠା ଲାଗି ରଖାଯାଇଥିବା ଖର୍ଚ୍ଚକୁ କମାଇ ଦେଇଛନ୍ତି। ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦସେବନର ବି ଏକ ନିଆରା ବ୍ୟବସ୍ଥା କରାଯାଇଛି। ଏଥିରେ ଗୋଟିଏ ଜାଗାରେ ଡାଲି କରାଯିବ ଓ ସମସ୍ତଙ୍କ ଘରୁ ରୋଟି ମଗାଯାଇ ଅଣାଯିବା ପରେ ସମସ୍ତେ ପ୍ରସାଦ ପାଇବେ। ଏହି ଉପାୟରେ ଯେତିକି ଟଙ୍କା ବଳିପଡିବ ତାହା ସ୍କୁଲପାଇଁ ବ୍ୟୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri