ଏଇ ଭାରତରେ

ଗୁଜରାଟର ଏକ ଗାଁରେ ହିନ୍ଦୁ-ମୁସଲମାନ ଏକତାର ଛବି ନଜରକୁ ଆସିଛି। ଅମରେଲି ଜିଲାର ଜଲିୟା ଗାଁରେ ପ୍ରତିଦିନ ପବିତ୍ର କୋରାନ ପାଠ କରାଯିବା ସହ ସଂସ୍କୃତରେ ଭଜନ ମଧ୍ୟ ଗାନ କରାଯାଏ। ଏହି ଗାଁରେ ରହନ୍ତି ସୁନ୍ନି ମୁସଲିମ ଲଲିୟା ପରିବାର। ଏହି ପରିବାରର ନୌସିଫ ଲଲିୟାଙ୍କ ବାହାଘରରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା, ଯାହା ସାମ୍ପ୍ରଦାୟିକ ସଦ୍‌ଭାବନା ତଥା ଏକତାର ଉଦାହରଣ ସୃଷ୍ଟି କରିଛି। ନୌସିଫଙ୍କ ସହ ଜାର ଗାଁର ପିନଲ ମୁଛିୟାଙ୍କ ବାହାଘର ହୋଇଥିଲା। ଏହି ବାହାଘରକୁ ଦେଶର ବିଭିନ୍ନ ଜାଗାରୁ ୧୫ ଜଣ ହିନ୍ଦୁ ଧର୍ମଗୁରୁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ବାହାଘରରେ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ଧର୍ମଗୁରୁମାନେ ମଧ୍ୟ ଜଲିୟାରେ ପହଞ୍ଚିଥିଲେ। ଏମାନେ ଜାର ଗାଁଠାରୁ ଜଲିୟା ଯାଏ ପ୍ରାୟ ୩୫ କିଲୋମିଟର ଶୋଭାଯାତ୍ରାର ନେତୃତ୍ୱ ମଧ୍ୟ ନେଇଥିଲେ। ନୌସିଫଙ୍କ ବାହାଘର ସ୍ଥିର ହେବା ପରେ ତାଙ୍କ ପରିବାର ଏହି ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରିବା ଲାଗି ସ୍ଥିର କରିଥିଲେ। ବରପକ୍ଷର ଏହି ନିଷ୍ପତ୍ତିକୁ କନ୍ୟା ପିନଲ୍‌ଙ୍କ ପରିବାର ସହମତି ଜଣାଇଥିଲେ। ହିନ୍ଦୁ-ମୁସଲମାନ ଏକତାକୁ ମଜଭୁତ କରିବା ପାଇଁ ଏହା ଏକ ବଡ ସୁଯୋଗ ବୋଲି ସେମାନେ ଭାବିଥିଲେ। ବାହାଘରରେ ଏଭଳି ପରମ୍ପରା ଲଲିୟା ପରିବାରରେ ତିନିପିଢି ଧରି ପାଳନ କରାଯାଇଆସୁଛି ବୋଲି କୁହନ୍ତି ନୌସିଫଙ୍କ ଚାଚା ରଫିକ୍‌ ଲଲିୟା। ଏହି ପରମ୍ପରା ତାଙ୍କ ପୂର୍ବଜ ଆପା ଗିଗା ଆରମ୍ଭ କରିଥିଲେ। ସେ ଜୁନାଗଡ଼ ଜିଲା ସତାଧାରରେ ଜଣେ ସନ୍ଥ ଭାବେ ରହୁଥିଲେ। ଲଲିୟା ପରିବାର ମୁଖ୍ୟତଃ ଚାଷ କରନ୍ତି। ଏହି ପରିବାରର ତିନିପୁଅଙ୍କ ମଧ୍ୟରେ ନୌସିଫ ସବା ସାନ। ନୌସିଫଙ୍କ ଦୁଇ ବଡଭାଇଙ୍କର ବି ଏହିଭଳି ବାହାଘର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri