ଏଇ ଭାରତରେ

ନିଜ ଚାକିରିକୁ ଦେଖିବା ସହ ଅଭାବୀଙ୍କ ମୁହଁରେ ହସ ଖେଳାଇବା ନିଶ୍ଚିତ ପ୍ରଶଂସନୀୟ। ଏମିତି କାର୍ଯ୍ୟରେ ଲାଗିଛନ୍ତି ତେଲେଙ୍ଗାନାର ଭିନିଲ ରେଡ୍ଡୀ। ତାଙ୍କୁ ବର୍ତ୍ତମାନ ବୟସ ୨୫। ପେସାରେ ସେ ଜଣେ ଏରୋନଟିକାଲ ଇଞ୍ଜିନିୟର। ୨୦୧୫ରେ ସ୍ନାତକ ଡିଗ୍ରୀ ହାସଲ କରିବାର ଦିନକ ପରେ ସେ ଅଭିଷ୍ଟି ଓ୍ବେଲ୍‌ଫେୟାର ସୋସାଇଟି ନାମକ ଏନ୍‌ଜିଓ ଗଠନ କରିଥିଲେ। ଏବେ ତାଙ୍କ ଭାଇ ସୁନୀଲଙ୍କ ସହ ସେ ଭାରତରେ ୫୬ଟି ଶାଖାରେ ୩୪,୦୦୦ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ସମାଜସେବାରେ ଲାଗିଛନ୍ତି। ସେ ଏହି ସଂସ୍ଥା ମାଧ୍ୟମରେ କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ଅଭାବୀଙ୍କୁ ଖାଦ୍ୟ ଦେଉଛନ୍ତି। ହୋଟେଲଗୁଡିକରୁ ଖାଦ୍ୟ ସଂଗ୍ରହ କରି ହାଇଦ୍ରାବାଦର ମହାତ୍ମା ଗାନ୍ଧୀ ବସଷ୍ଟାଣ୍ଡ୍‌ରେ ରାତିରେ ଯାତ୍ରା କରୁଥିବା ଲୋକଙ୍କୁ ଖାଇବା ଲାଗି ଦେଉଛନ୍ତି। ଦିନକୁ ୧ ଲିଟର ଲେଖାଏ କ୍ଷୀର ହାଇଦ୍ରାବାଦର ୧୬୦୦ଟି ଗ୍ରୋସରି ଷ୍ଟୋରରୁ ସକାଳ ୬ଟାରେ ସଂଗ୍ରହ କରି ତାହାକୁ ଗରମ କରି ୨୦୦୦ ଗରିବ ଛାତ୍ରଙ୍କୁ ପିଇବାକୁ ଦିଆଯାଉଛି। ଭିନିଲଙ୍କ ଟିମ୍‌ ସରକାରୀ ସ୍କୁଲ୍‌ ଓ କଲେଜରେ ଛାତ୍ରମାନଙ୍କ ଲାଗି କ୍ୟାରିୟର ଗଠନର ମାର୍ଗ ଦେଖାଉଛନ୍ତି। ତାଙ୍କ କ୍ୟାରିୟର ଗାଇଡାନ୍ସ ପ୍ରୋଗ୍ରାମ୍‌ରେ ଏବେ ୪.୫ ଲକ୍ଷ ଛାତ୍ର ଯୋଡି ହୋଇଛନ୍ତି। ଏହା ସହରଠାରୁ ଗାଁ ଯାଏ ବ୍ୟାପିଛି। ବସ୍ତି ଅଞ୍ଚଳରେ ମହିଳା ସଶକ୍ତୀକରଣ ଲାଗି ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ବସ୍ତିରେ ଅଭାବୀମାନଙ୍କୁ ଖାଦ୍ୟ ଦେଉଛନ୍ତି। ଭିନିଲ ପିଲାଦିନେ ତାଙ୍କ ଭାଇଙ୍କ ସହ ନାଲ୍‌ଗୋଣ୍ଡା ହସ୍ପିଟାଲକୁ ଯାଇ ବିଷାଦଗ୍ରସ୍ତ କ୍ୟାନ୍‌ସର ରୋଗୀ ଓ ତାଙ୍କ ପରିବାରଙ୍କ ସହ ସମୟ ବିତାଇ ସେମାନଙ୍କ ମନୋବଳ ବୃଦ୍ଧି କରୁଥିଲେ। କ୍ୟାନ୍‌ସରପୀଡିତ ପିଲାମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଖେଳୁଥିଲେ। ୧୦ମରେ ପଢୁଥିବାବେଳେ ଭିନିଲ ‘ସ୍ମାଇଲ୍‌ କ୍ୟାନ୍‌ସର ଫାଉଣ୍ଡେଶନ’ ଗଠନ କରି ତାଙ୍କ ସହପାଠୀଙ୍କୁ ଏଥିପାଇଁ ପ୍ରତିଦିନର ପକେଟ୍‌ ମନିରୁ ୧ ଟଙ୍କା ଦାନ କରିବା ଲାଗି କହିଥିଲେ । ମାସରେ ଜଣ ପିଛା ୩୦ଟଙ୍କା ହେବା ପରେ ତାହାକୁ ଏକାଠି କରି ଭିନିଲ ଓ ତାଙ୍କ ସାଙ୍ଗମାନେ ଓଷଧ, ଖାଦ୍ୟ ଓ ଆବଶ୍ୟକ ଜିନିଷ କିଣି ରୋଗୀମାନଙ୍କୁ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri