ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ ମଧ୍ୟରେ ବାହାଘର ହେବା ସହ ବରଯାତ୍ରୀଙ୍କୁ ଚାରା ବଣ୍ଟାଯାଇଛିି। ରେବାଡି ଜିଲା ଶହବାଜପୁର ଖାଲ୍‌ସା ନିବାସୀ ଓକିଲ ପରିକ୍ଷିତ ଯାଦବଙ୍କର ବାହାଘର ମହେନ୍ଦ୍ରଗଡର ଚନ୍ଦପୁରାର ଅଳକା ଯାଦବଙ୍କ ସହ ଅନୁଷ୍ଠିତ ହୋଇଛି। ଅଳକା ଦିଲ୍ଲୀ ପୋଲିସରେ ଚାକିରି କରନ୍ତି। ପରିକ୍ଷିତ ପେସାରେ ଓକିଲ। ବାହାଘର ପୂର୍ବରୁ ପରିକ୍ଷିତ କାଗଜ ବଦଳରେ ରୁମାଲରେ ନିମନ୍ତ୍ରଣ କାର୍ଡ ଛପାଇ ବାଣ୍ଟିଥିଲେ। ଏହି ରୁମାଲକୁ ଧୋଇଲା ପରେ ତାହାକୁ ବ୍ୟବହାର କରାଯାଇପାରିବ ଏବଂ ଏହାଦ୍ୱାରା କାଗଜ ବଞ୍ଚିବ ଓ ବାହାଘର ପରେ କାଗଜ ଏଣେତେଣେ ବି ପଡିବନି ବୋଲି କହିଛନ୍ତି ପରିକ୍ଷିତ। କନ୍ୟାପିତା ବରଯାତ୍ରୀଙ୍କୁ ୨୦୧ ଚାରା ଦେଇଛନ୍ତି। ବରଯାତ୍ରୀମାନେ ଏହି ଗଛକୁ ସେମାନଙ୍କ ବାଡିରେ ଲଗାଇବା ଲାଗି ଦିଆଯାଇଛି। ଏହି ବାହାଘରରେ ବରକୁ କେବଳ ଏକ ଟଙ୍କା ଓ ଗୋଟିଏ ନଡିଆ ଦିଆଯାଇଛି। ଏହି ବାହାଘରକୁ ବାଣ ଓ ମଦଠାରୁ ମୁକ୍ତ ରଖାଯାଇଥିଲା। ବାହାଘର ପରେ ନବ ଦମ୍ପତି ୨୧ଟି ଗଛ ଲଗାଇ ନୂଆ ଜୀବନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri