ଏଇ ଭାରତରେ

ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ଆଯୋଜିତ ଏକ ନିଆରା ବାହାଘର ନଜରକୁ ଆସିଛି ଉତ୍ତରପ୍ରଦେଶରେ। ବିନା ଯୌତୁକରେ ଓକିଲ ବର ସହ ପୋଲିସ କନ୍ୟାଙ୍କ ମଧ୍ୟରେ ବାହାଘର ହେବା ସହ ବରଯାତ୍ରୀଙ୍କୁ ଚାରା ବଣ୍ଟାଯାଇଛିି। ରେବାଡି ଜିଲା ଶହବାଜପୁର ଖାଲ୍‌ସା ନିବାସୀ ଓକିଲ ପରିକ୍ଷିତ ଯାଦବଙ୍କର ବାହାଘର ମହେନ୍ଦ୍ରଗଡର ଚନ୍ଦପୁରାର ଅଳକା ଯାଦବଙ୍କ ସହ ଅନୁଷ୍ଠିତ ହୋଇଛି। ଅଳକା ଦିଲ୍ଲୀ ପୋଲିସରେ ଚାକିରି କରନ୍ତି। ପରିକ୍ଷିତ ପେସାରେ ଓକିଲ। ବାହାଘର ପୂର୍ବରୁ ପରିକ୍ଷିତ କାଗଜ ବଦଳରେ ରୁମାଲରେ ନିମନ୍ତ୍ରଣ କାର୍ଡ ଛପାଇ ବାଣ୍ଟିଥିଲେ। ଏହି ରୁମାଲକୁ ଧୋଇଲା ପରେ ତାହାକୁ ବ୍ୟବହାର କରାଯାଇପାରିବ ଏବଂ ଏହାଦ୍ୱାରା କାଗଜ ବଞ୍ଚିବ ଓ ବାହାଘର ପରେ କାଗଜ ଏଣେତେଣେ ବି ପଡିବନି ବୋଲି କହିଛନ୍ତି ପରିକ୍ଷିତ। କନ୍ୟାପିତା ବରଯାତ୍ରୀଙ୍କୁ ୨୦୧ ଚାରା ଦେଇଛନ୍ତି। ବରଯାତ୍ରୀମାନେ ଏହି ଗଛକୁ ସେମାନଙ୍କ ବାଡିରେ ଲଗାଇବା ଲାଗି ଦିଆଯାଇଛି। ଏହି ବାହାଘରରେ ବରକୁ କେବଳ ଏକ ଟଙ୍କା ଓ ଗୋଟିଏ ନଡିଆ ଦିଆଯାଇଛି। ଏହି ବାହାଘରକୁ ବାଣ ଓ ମଦଠାରୁ ମୁକ୍ତ ରଖାଯାଇଥିଲା। ବାହାଘର ପରେ ନବ ଦମ୍ପତି ୨୧ଟି ଗଛ ଲଗାଇ ନୂଆ ଜୀବନ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri