ଏଇ ଭାରତରେ

ପାଞ୍ଚଟି ଗାଁରେ୧୪ ବର୍ଷ ପରେ ସ୍କୁଲ ଖୋଲାଯିବା ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ବିଜାପୁର ଜିଲାରେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିବା ପାଞ୍ଚଟି ଗାଁରେ ଏବେ ପିଲା ଦୀର୍ଘ ବର୍ଷ ବ୍ୟବଧାନରେ ପଢିବାର ସୁଯୋଗ ପାଇଛନ୍ତି। ଗ୍ରାମବାସୀମାନେ ନିଜ ଉଦ୍ୟମରେ ଦେବଗୁଡି (ଝୋପଡିନୁମାଙ୍କ ପୂଜାସ୍ଥଳ)କୁ ଜ୍ଞାନଗୁଡି (ସ୍କୁଲ)ରେ ପରିଣତ କରିଛନ୍ତି। ପିଲା ପଢିବା ପାଇଁ ଘର ନ ମିଳିବାରୁ ଦେବଗୁଡିରେ ସ୍କୁଲ ଖୋଲିବା ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀ ସୁଖରାମ ଚିନ୍ତୁର ପ୍ରସ୍ତାବ ଦେବା ପରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେବଗୁଡିଙ୍କ ପୂଜାସ୍ଥଳ ଥିବା ଗଛ ତଳେ ଏହି ସ୍କୁଲଗୁଡିକ ଚାଲୁଛି। ଫରସନାର, କରକାବାଡା ,ଗୋଡନୁଗୁର, ଦୁଧେପଲ୍ଲୀ ଓ କେରପ୍‌ରେ ଖୋଲାଯାଇଥିବା ସ୍କୁଲ୍‌ଗୁଡିକରେ ପିଲାମାନେ ପଢିବା ସମୟରେ ଗାଁ ଲୋକେ ସେମାନଙ୍କୁ ଜଗୁଛନ୍ତି। ଏହି ଅଞ୍ଚଳ ମାଓବାଦୀପ୍ରବଣ ହୋଇଥିବାରୁ ଆଜକୁ ୧୪ ବର୍ଷ ହେବ ସ୍କୁଲ ପୂରା ବନ୍ଦ ରହିଥିଲା। ଜାତୀୟ ଉଦ୍ୟାନ ଅଞ୍ଚଳରେ ରହିଥିତ୍ବା ୫୬ଟି ଗାଁରେ ୧୩ ହଜାର ଲୋକ ରହୁଛନ୍ତି ଓ ପ୍ରାୟ ଅଢେଇ ହଜାର ପିଲା ଶିକ୍ଷାଠାରୁ ଦୂରରେ ରହୁଥିଲେ ବୋଲି କୁହନ୍ତି ଗାଁ ମୁଖିଆ ହିଡମା ଜୋଗା।