ଏଇ ଭାରତରେ

ଲିଙ୍ଗ ଅସମାନତା ମାନସିକତାରୁ ସମାଜରେ କନ୍ୟାଭ୍ରୂଣ ଓ ଶିଶୁ ହତ୍ୟା ବଳବତ୍ତର ରହିଛି। ଏଥିପାଇଁ କଡ଼ା ଆଇନ ପ୍ରଣୟନ କରାଯାଇ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କିନ୍ତୁ ଲିିଙ୍ଗ ଅସମାନତା ଦୂର କରିବା ପାଇଁ ରାଜସ୍ଥାନର ଏକ ଗାଁ ଆପଣାଇଛି ଏକ ନିଆରା ପରମ୍ପରା। ଗଁାର ନାଁ ପିପଲାନ୍ତ୍ରୀ। ଏହି ଗାଁରେ କନ୍ୟା ସନ୍ତାନ ଜନ୍ମ ନେଲେ ଉତ୍ସବ ପାଳନ କରାଯାଉଛି। ସ୍ଥାନୀୟ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ୟାମ ସୁନ୍ଦର ପାଲିଓ୍ବାଲ ଏଭଳି ଉତ୍ସବ ମନାଇବା ପାଇଁ ପଞ୍ଚାୟତ ପକ୍ଷରୁ ନିୟମ ପ୍ରଣୟନ କରିଛନ୍ତି। କନ୍ୟାସନ୍ତାନ ଜନ୍ମ ନେଲେ ପରିବାର ପକ୍ଷରୁ ଗାଁରେ ୧୧୧ଟି ଗଛ ଲଗାଇ ତା’ ଜନ୍ମଦିନ ପାଳନ କରାଯାଉଛି। ସେମାନେ ୧୮ ବର୍ଷ ଯାଏ ଗଛର ଯନତ୍ ମଧ୍ୟ ନେଉଛନ୍ତି। ଏଭଳି ଉତ୍ସବ ପାଳନ କରାଯିବାର ଏକ କାରଣ ରହିଛି। ଝିଅକୁ ୧୮ ବର୍ଷ ହେବା ବେଳକୁ ଗଛ ବି ବଡ଼ ହୋଇଯାଇଥିବ ଓ ଏହି ଗଛକୁ ବିକ୍ରି କରି ତା’ର ବିବାହ କରାଯାଇପାରିବ। ପରିବାରକୁ ଏହି ସାହସ ମିଳିବା ଦ୍ୱାରା ସେମାନେ କନ୍ୟା ସନ୍ତାନକୁ ଆଦରରେ ପାଳନ କରୁଛନ୍ତି। ଏହାବାଦ ୧୮ ବର୍ଷ ଭିତରେ ଗଛଗୁଡିକ ମୃତ୍ତିକା ସଂରକ୍ଷଣ କରିବା ସହ ପରିବେଶକୁ ଅମ୍ଳଜାନ ମଧ୍ୟ ପ୍ରଦାନ କରିପାରିବ ବୋଲି କୁହନ୍ତି ସରପଞ୍ଚ। ବୃକ୍ଷଗୁଡିକର ଯନତ୍ ନେବାରେ ବି ପଞ୍ଚାୟତ ସାହାଯ୍ୟ କରୁଛି। ଏହି କାମରେ କେବଳ ମହିଳାମାନଙ୍କୁ ଲଗାଯାଏ। ମହିଳା ସ୍ବୟଂ ସହୟିକା ଗୋଷ୍ଠୀ, ବୟସ୍କା ମହିଳା, କିମ୍ବା ଝିଅର ସମ୍ପର୍କୀୟ ବୁଢୀମା’, ଖୁଡୀ କିମ୍ବା ବଡମା’ ଗଛର ଯନତ୍ ନେବା ପାଇଁ ସହଯୋଗ କରିଥାନ୍ତି। କେବଳ ଏତିକି ନୁହେଁ ଗଛ ଲଗାଇବା ସହ ଝିଅଙ୍କ ନାଁରେ ସ୍ଥାୟୀ ଜମା ବ୍ୟବସ୍ଥା ଝିଅର ମା’ବାପା କରିଥାନ୍ତି। ସରକାରୀ ଯୋଜନାରେ ମିଳୁଥିବା ଅର୍ଥ କିମ୍ବା କେହିି ଯଦି ଦାନ କରନ୍ତି ତାହାକୁ ବି ସ୍ଥାୟୀ ଜମା ଭାବେ ରଖାଯାଉଛି। ଏହା ଝିଅର ପଢାଖର୍ଚ୍ଚ ସହ ଭବିିଷ୍ୟତରେ କାମରେ ଆସୁଛି।