ଏଇ ଭାରତରେ

ଜଣେ ବ୍ୟକ୍ତି ରେଲ୍‌ଓ୍ବେ ଚାକିରି ଛାଡି ଆଦିବାସୀ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ସବୁ ସମୟ ଲଗାଇଦେବା ଘଟଣା ଦେଖିବାକୁ ମିଳିଛି ଝଡ଼ଖଣ୍ଡରେ। ଚାଇବାସା ପୁଲହାତୁର ସଞ୍ଜୟ କଚ୍ଛପ ପରଶୁଡିହ (ଜାସେଦ୍‌ପୁର)ର କୃଷି ଉପତ୍ାଦନ ବଜାର ସମିତିର ସମ୍ପାଦକ। ୨୦୦୮ରେ କୃଷି ଉପତ୍ାଦନ ବଜାର ସମିତିରେ ସମ୍ପାଦକ ହେବା ପୂର୍ବରୁ ସଞ୍ଜୟ ୨୦୦୫ରେ ରେଲ୍‌ଓ୍ବେର ତିନୋଟି ଭିନ୍ନ ଭିନ୍ନ ପଦ ଲାଗି ହୋଇଥିତ୍ତ୍ବା ପରୀକ୍ଷାରେ ସଫଳ ହୋଇଥିଲେ। କିନ୍ତୁ ତାହାକୁ ସେ ଛାଡି ଦେଇଥିଲେ। ଆଦିବାସୀ ସମାଜକୁ ଶିକ୍ଷା ସହ ଯୋଡିିବାକୁ ପିଲାଦିନରୁ ତାଙ୍କର ଲକ୍ଷ୍ୟ ରହିଥିଲା। ଏହି ଲକ୍ଷ୍ୟ ପୂରଣ କରିବାକୁ ଚାକିରି ଛାଡି ସେ ୧୨ ବର୍ଷ ହେବ ଗରିବ ଆଦିବାସୀ ପିଲାଙ୍କ ଜୀବନ ଗଢ଼ିବାରେ ଲାଗିଛନ୍ତି। ବ୍ୟସ୍ତତା ଭିତରୁ ସମୟ ବାହାର କରି ପୂରା ଆଦିବାସୀ ସମାଜକୁ ଜାଗ୍ରତ କରି ଶିକ୍ଷା ଉପରେ ସଚେତନ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଶିକ୍ଷାର ସୁବିଧା ପାଇଁ ୧୨ ବର୍ଷ ଭିତରେ ସେ ଝାଡ଼ଖଣ୍ଡର ୪ଟି ଜିଲା (ରାଞ୍ଚି, ପଶ୍ଚିମ ସିଂହଭୂମ, ଷଡ଼େଇକଳା-ଖରସୁଆଁ ଓ ପୂର୍ବ ସିଂହଭୂମ)ରେ ୧୬ଟି ଡିଜିଟାଲ୍‌ ଲାଇବ୍ରେରୀ ମଧ୍ୟ ଖୋଲିଛନ୍ତି। ଏମିତିକି କେତେଜଣ ଗରିବ ପିଲାଙ୍କୁ ପଢାଇ ଅଫିସର୍‌ ମଧ୍ୟ କରିପାରିଛନ୍ତି। ସେ ଗଢ଼ିଥିବା ଲାଇବ୍ରେରୀରେ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡିକ ଲାଗି ପିଲାମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ଏଥିତ୍ରେ ଯେଉଁ ଶିକ୍ଷକମାନେ ପଢାଉଛନ୍ତି ସେମାନେ ପିଲାମାନଙ୍କଠାରୁ କୌଣସି ଦେୟ ନେଉନାହାନ୍ତି। ଏହି ଖର୍ଚ୍ଚ ସଞ୍ଜୟ କଚ୍ଛପ ଓ ତାଙ୍କ ସହଯୋଗୀମାନେ ତୁଲାଉଛନ୍ତି।