ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଅନ୍ଧବିଶ୍ୱାସକୁ ପଛକୁ ପକାଇଦେଇ ବରିୟାସନପୁର ଗାଁର ଗୋଟିଏ ପରିବାରର ସମସ୍ତ ମହିଳା ସମାଜକୁ ସମାନତାର ଏକ ବାର୍ତ୍ତା ଦେଇଛନ୍ତି। ଏହି ଗାଁର ହରିଚରଣ ପଟେଲଙ୍କ ପତ୍ନୀ ୮୦ ବର୍ଷୀୟା ରଜ୍ଜି ଦେବୀଙ୍କ ଦେହାନ୍ତ ହେବା ପରେ ତାଙ୍କ ବୋହୂ ଓ ପରିବାରର ଅନ୍ୟ ମହିଳାମାନେ ଶବକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ସମସ୍ତେ ବାରାଣସୀର ସରାୟମୋହନ ଘାଟରେ ପହଞ୍ଚିବା ପରେ ରଜ୍ଜିଙ୍କର ପୁଅ ଥିଲେ ବି ଝିଅ ହୀରାମଣି ମୁଖାଗ୍ନି ଦେଇଥିଲେ। ଏହା ସହ ସେମାନେ ଶୁଦ୍ଧିକ୍ରିୟା ବାବଦ ଖର୍ଚ୍ଚକାଟ୍‌ କରିବା ପାଇଁ ତେରଦିନ ଭୋଜନ ନ ଦେବାକୁ ସ୍ଥିର କରିଛନ୍ତି। କେବଳ ଏତିକି ନୁହେଁ, ତେରଦିନ ପରିବାର ସଦସ୍ୟମାନେ ବୃକ୍ଷରୋପଣ କରିିବେ ବୋଲି କହିଛନ୍ତି ମୃତ ରଜ୍ଜିଙ୍କ ଏକମାତ୍ର ପୁତ୍ର ଭାଗୀରଥି ପ୍ରସାଦ। ହିନ୍ଦୁଧର୍ମରେ ଚଳି ଆସୁଥିବା ପ୍ରାଚୀନ ପରମ୍ପରାକୁ ଭାଙ୍ଗି ଆଉ ଏକ ପାଦ ଆଗକୁ ଯାଇଥିବାରୁ ଗାଁର ମୁଖିଆ ଓ ଅନ୍ୟ ପୁରୁଷମାନେ ମହିଳାମାନଙ୍କୁ ସମର୍ଥନ କରିଛନ୍ତି। ରଜ୍ଜି ଦେବୀଙ୍କ ବୋହୂ ଲାଲତି ଦେବୀ, ଝିଅ ହୀରାମଣି ଓ ପ୍ରେମାଙ୍କ ସହ ରେଖା, ସୁଧା, ସୁନୀତା, ଅମରାବତୀ ଓ ମହଦେଇ ଶବକୁ କାନ୍ଧରେ ନେବା ସମୟରେ ‘ଜନ୍ମ-ମୃତ୍ୟୁ ସତ୍ୟ’ ବୋଲି ଉଚ୍ଚାରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri