ଏଇ ଭାରତରେ

ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ ପାହାଡ଼ କାଟି ରାସ୍ତା କରିଥିବା ଜଣେ ଶିକ୍ଷକ ଅଛନ୍ତି ଝାଡ଼ଖଣ୍ଡର ଚତରା ଅଞ୍ଚଳ ଟଣ୍ଡବା ବ୍ଲକ୍‌ର ବନାଞ୍ଚଳ ହେସାତୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ। ୧୯ ବର୍ଷ ପୂର୍ବେ ବନାଞ୍ଚଳରେ ଥିବା ଏହି ବିଦ୍ୟାଳୟକୁ ଆସିବା ଲାଗି ରାସ୍ତାଟିଏ ନ ଥିଲା। ପାହାଡ଼ ଡେଇଁ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ସାହସ କରୁ ନ ଥିଲେ କି ସେମାନଙ୍କ ଅଭିଭାବକ ଏଥିପ୍ରତି ଆଗ୍ରହ ପ୍ରଦର୍ଶନ କରୁ ନ ଥିଲେ। ୨୦୦୦ ମସିହାରେ ଏଠାକୁ ବିନେଶ୍ୱର କୁମାର ଶିକ୍ଷକ ହୋଇ ଆସିବା ପରେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରିବା ସହ ବିନେଶ୍ୱର ଏକୁଟିଆ ପାହାଡ଼ କାଟି ରାସ୍ତା ନିର୍ମାଣ କରିବା ଆରମ୍ଭ କରିଦେଇଥିଲେ। ଏହା ଦେଖି ଗ୍ରାମବାସୀମାନେ ତାଙ୍କୁ ଏହି କାମରେ ସହଯୋଗର ହାତ ବଢ଼ାଇଲେ। ପରେ ବିଦ୍ୟାଳୟକୁ ଆସିବା ପାଇଁ ଭଲ ରାସ୍ତା ଖୋଲିଗଲା। ଏହି ବିଦ୍ୟାଳୟ ଏବେ ଗିିନତି ଜିଲାର ଏକ ଆଦର୍ଶ ବିଦ୍ୟାଳୟ।
ସେଠାରେ ୩୦୦୦ରୁ ଅଧିକ ପିଲା ପଢୁଛନ୍ତି। ବିନେଶ୍ୱର ପିଲାମାନଙ୍କୁ ପଢ଼ାଇବା ସହ ସେମାନଙ୍କ ସ୍ବଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତି। ପିଲାଙ୍କ ୟୁନିଫର୍ମ ଫାଟିଗଲେ ତାହାକୁ ବି ସିଲାଇ କରିଦିଅନ୍ତି। ମୁଣ୍ଡ କୁଣ୍ଡାଇ ବି ଦିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ଆକ୍ରମଣ

କାଳସ୍ରୋତର ଅନବରତ ପ୍ରବାହରେ ଓଡ଼ିଶାର ସାମାଜିକ-ଆର୍ଥିକ-ସାଂସ୍କୃତିକ ସଂରଚନା ଆଜି ଏକ ଭୟାବହ, ଦୁରାରୋଗ୍ୟ ଦୁର୍ବିପାକର ସମ୍ମୁଖୀନ – ତାହା ହେଉଛି ଜବରଦଖଲ । ଏହା କେବଳ ଏକ…

କ୍ଷମତା ଓ ଅହଂ

ଭାରତରେ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। କେହି କେହି ଜିତନ୍ତି ଓ କେହି କେହି ପରାଜିତ ହୁଅନ୍ତି। ବେଳେବେଳେ ବିଭିନ୍ନ କାରଣରୁ ଅନେକ ଯୋଗ୍ୟ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଏଇ ଭାରତରେ

ତେଲଙ୍ଗାନାରେ ‘ମିନି ବ୍ରାଜିଲ’ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କା ମିନି ବ୍ରାଜିଲ ହେଉଛି ସିକନ୍ଦରାବାଦର ଭାଲ୍ଲୁର ନଗର। ଏଭଳି ନାମକରଣର କାରଣ…

ହାରିଯାଇଥିବା ଲୋକ

ବାରମ୍ବାର ବିଫଳ ହେଉଥିବା ପାଣ୍ଡବଙ୍କ ସହ କିନ୍ତୁ ଶ୍ରୀକୃଷ୍ଣ ସାଥ୍‌ ଦେଇଥିଲେ। ଯୁଦ୍ଧରେ ଭବିଷ୍ୟତର ପରାଜୟକୁ ଦେଖୁଥିବା କର୍ଣ୍ଣ ମୃତ୍ୟୁକୁ ସ୍ବାଗତ କଲେ। ହେଲେ ନିଜର ସାଥୀ…

ମମଦାନୀଙ୍କ ଦୃଷ୍ଟିକୋଣ

ଫ୍ରାନ୍ସିସ୍‌ ଫୁକୁୟାମାଙ୍କ ୧୯୯୦ ଦଶକର ‘ଇତିହାସର ସମାପ୍ତି’ ସିଦ୍ଧାନ୍ତ ଉଦାରବାଦୀ-ଗଣତାନ୍ତ୍ରିକ ପାଶ୍ଚାତ୍ୟ ଜଗତକୁ ଏକାଠି ବାନ୍ଧି ରଖିଥିଲା। ତାଙ୍କର ଯୁକ୍ତି ଥିଲା, ପାଶ୍ଚାତ୍ୟ ଉଦାରବାଦୀ-ଗଣତାନ୍ତ୍ରିକ କଲ୍ୟାଣକାରୀ ପୁଞ୍ଜିବାଦ…

ପାଠ୍ୟପୁସ୍ତକ ରାଜନୀତି

ଗୋଟିଏ ସ୍କୁଲ ବନ୍ଦ ହେଲେ ସେହି ଅଞ୍ଚଳର ପିଲାଙ୍କ ଭବିଷ୍ୟତ ନଷ୍ଟ ହୁଏ। କିନ୍ତୁ ଗୋଟିଏ ବର୍ଷର ପାଠ୍ୟପୁସ୍ତକ ନଷ୍ଟ ହେଲେ ସେହି ରାଜ୍ୟର ଲକ୍ଷାଧିକ ଛାତ୍ରୀଛାତ୍ରଙ୍କ…

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri