ଏଇ ଭାରତରେ

ବନ୍ୟାଜଳ ଉବୁଟୁବୁ ହେଉଥିବାବେଳେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ସଦସ୍ୟ ବାହାରକୁ ଗୋଡ ବଢ଼ାଇଥିଲେ। ଏହି ସମୟରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିବା ଜଣେ ବିଧାୟକ ଦୌଡ଼ି ଆସି ଶବାଧାରରେ କାନ୍ଧ ଲଗାଇଥିଲେ। ଏହା ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଶ୍ମଶାନରେ ସାହାଯ୍ୟ କରୁଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ବିଧାୟକ ମନେପକାଇ ଦେଇଥିଲେ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ପାର୍ବତୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଧୋପୁରକୁ ସଂଯୋଗ କରୁଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ଅଞ୍ଚଳରେ ଥିବା ସୋଇଙ୍କଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ପରିବାର ସଦସ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଚାରିଫୁଟ ବନ୍ୟାଜଳରେ ମୃତଦେହକୁ ହସ୍ପିଟାଲରୁ ଗାଁକୁ ବୋହି ନେଉଥିତ୍ଲେ। କିଛି ଦୂରରେ ବନ୍ୟା ସ୍ଥିତି ତଦାରଖ କରୁଥିବା ବିଧାୟକ ବାବୁ ଜଣ୍ଡେଲ୍‌ ଏହା ଦେଖି ତତ୍‌କ୍ଷଣାତ୍‌ ବନ୍ୟାଜଳରେ ପଶି ଶବାଧାରରେ କାନ୍ଧ ଲଗାଇଥିଲେ। ଏହା ସହିତ ଅନ୍ତିମ ସଂସ୍କାର ଲାଗି ବିଧାୟକ ବ୍ୟବସ୍ଥା କରିଥିଲେ। ବିଧାୟକ ମୃତଦେହ ବୋହିବାର ଭିଡିଓ ଏବେ ସୋସିଆଲ୍‌ ମିଡିିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।