ଏଇ ଭାରତରେ

ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ। ଗତ ୧୮ବର୍ଷ ମଧ୍ୟରେ ସେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କରିଛନ୍ତି। ସ୍ଥାନୀୟ ଗୋପାଳଗଞ୍ଜରେ ବାସକରୁଥିବା ନବୀନ ୨୦୦୧ରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରୟାଗରାଜ ଯାଇଥିଲେ। ଜାନୁୟାରୀ ୧୪ରେ କୁମ୍ଭମେଳା ସମୟରେ ସେ ତାଙ୍କ ଭାଇଙ୍କ ସହିତ ଗଙ୍ଗାରେ ସ୍ନାନ କରୁଥିଲେ। ହଠାତ୍‌ ତାଙ୍କ ଭାଇ ଭାସିଯାଇଥିଲେ। ନବୀନ ୩୨ଦିନ ପର୍ଯ୍ୟନ୍ତ ଭାଇଙ୍କୁୁ ଖୋଜିଥିଲେ। ତେବେ ତାଙ୍କ ଭାଇ ମିଳି ନ ଥିଲେ। ସେ ନଦୀରେ ପ୍ରତି ମୃତଦେହକୁ ଓଲଟାଇ ଦେଖୁଥିଲେ। ପରେ ସେଗୁଡ଼ିକୁ ପୁଣି ଭସାଇ ଦେଉଥିଲେ। ଦିନେ ଜଣେ ନାବିକ ନବୀନଙ୍କୁ ପଚାରିଥିଲେ ଯେ, ଯଦି ମୃତଦେହ ତାଙ୍କ ଭାଇଙ୍କର ହୋଇଥାନ୍ତା ସେ କ’ଣ କରିଥାନ୍ତେ। ଏହା ନବୀନଙ୍କ ମନରେ ଗଭୀର ରେଖାପାତ କରିଥିଲା। ସେବେଠାରୁ ସେ ଅଚିହ୍ନା ମୃତଦେହ ସଂସ୍କାର କରିବା ଆରମ୍ଭ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ପରିବାର ସଦସ୍ୟ ଦୂରେଇ ଯାଇଥିଲେ। ସମାଜରେ ସଭିଏଁ ତାଙ୍କୁ ଅଛୁଆଁ ମନେକରିଥିଲେ। ମାତ୍ର ଏଥିରେ ନବୀନ ଧୈର୍ଯ୍ୟ ନ ହରାଇ ନିଜର କାର୍ଯ୍ୟ ଜାରି ରଖିଥିଲେ। ୨୦୦୫ରୁ ସେ ଗୋପାଳଗଞ୍ଜରେ ଥିବା ବିଭିନ୍ନ ହସ୍ପିଟାଲରୁ ଅଚିହ୍ନା ମୃତଦେହ ସଂଗ୍ରହ କରି ସେଗୁଡ଼ିକର ସଂସ୍କାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri