ଏଇ ଭାରତରେ

ସରକାରୀ ଚାକିରିରୁ ଅବସର ଗ୍ରହଣ ଦିନ କେଉଁ କର୍ମଚାରୀଙ୍କୁ ଖୁସି ଲାଗେ ତ, କାହାର ମନ ବିଷାଦରେ ଭରିଯାଏ। ଖୁସି ଲାଗେ ଏଇଥିପାଇଁ, କିଛିବର୍ଷ ରୁଟିନବନ୍ଧା କର୍ତ୍ତବ୍ୟରତ ଜୀବନଯାପନ ଭିତରୁ ଖସିଆସି ଖୁସି ମନେଇବାର ଅବସର ମିଳିଯାଏ। ଦୁଃଖ ଲାଗେ ଏଇଥିପାଇଁ, ସହକର୍ମୀମାନଙ୍କ ଗହଣରେ କର୍ମକରିବାରେ ଯେଉଁ ଆନନ୍ଦ ମିଳୁଥିଲା ତାହା ସବୁଦିନ ପାଇଁ ହରାଇବାକୁ ପଡ଼େ। ଏହି ଅବସରରେ ଜଣେ ଚତୁର୍ଥ ଶ୍ରେଣୀ ସ୍କୁଲ କର୍ମଚାରୀ ଅବସର ନେବା ଦିନ ଖୁସିରେ ହେଲିକପ୍ଟରରେ ଉଡ଼ିବା ଘଟଣା ନିଆରା ନିଶ୍ଚୟ। ତାଙ୍କର କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହରିୟାଣା ଫରିଦାବାଦର ନିମକା ଗାଁ ବାସିନ୍ଦା କୁଦେରାମ୍‌ ସ୍ଥାନୀୟ ସରକାରୀ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି। ମଙ୍ଗଳବାର ତାଙ୍କର ଅବସର ଗ୍ରହଣ ଦିବସ ଥିଲା। ଏହି ଅବସରରେ କୁଦେରାମ୍‌ ହେଲିକପ୍ଟର ଭଡ଼ାରେ ଆଣି ସେଥିରେ ଉଡ଼ି ବୁଲିଛନ୍ତି। ହେଲିକପ୍ଟରରେ ଉଡ଼ିବା ପାଇଁ ତାଙ୍କୁ ସାଢ଼େ ତିନିଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡ଼ିଛି। ସେ ହେଲିକପ୍ଟରକୁ ଭଡ଼ାରେ ନେବା ଲାଗି ଗତ ମାର୍ଚ୍ଚ ମାସଠାରୁ ବୁକିଂ କରିଥିଲେ। କୁଦେରାମ୍‌ଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri