Posted inଜାତୀୟ

ଏଇଏସ୍‌-ଲିଚୁ ସମ୍ପର୍କର ତଦନ୍ତ ନିର୍ଦ୍ଦେଶ

ପାଟନା,୨୨ା୬: ବିହାରରେ ମସ୍ତିଷ୍କ ଜ୍ୱର ୧୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ନେଲାଣି। ରାଜ୍ୟର ୧୬ଟି ଜିଲାକୁ ଏହି ରୋଗ ବ୍ୟାପିଥିବାବେଳେ ଛତିଶଗଡ଼ରେ ମଧ୍ୟ ୩ ଶିଶୁ ଏଇଏସ୍‌ (ଆକ୍ୟୁଟ୍‌ ଏନ୍‌ସେଫାଲାଇଟ୍ସ ସିଣ୍ଡ୍ରୋମ୍‌)ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବିହାର ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ଜୁନ୍‌ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୬୨୬ ଜଣ ଏନ୍‌ସେଫାଲାଇଟ୍ସ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୧୫୮ରେ ପହଞ୍ଚତ୍ଥିବାବେଳେ କେବଳ ମୁଜାଫରପୁର ଜିଲାରେ ୧୧୭ ଶିଶୁଙ୍କ ଜୀବନ ଯାଇଛି। ଏହାବ୍ୟତୀତ ଭାଗଲପୁର, ପୂର୍ବ ଚମ୍ପାରନ୍‌, ବୈଶାଳୀ, ସୀତାମଢ଼ି ଓ ସମସ୍ତିପୁରରେ ମଧ୍ୟ ମସ୍ତିଷ୍କ ଜ୍ୱରରେ ଶିଶୁଙ୍କ ମୃତ୍ୟୁ ହୋଇଛି। ରୋଗୀଙ୍କଠାରେ ଏଇଏସ୍‌ ଲକ୍ଷଣ ସମେତ ରକ୍ତଶର୍କରା ସ୍ତର ହ୍ରାସ ଦେଖାଦେଉଛି। କଞ୍ଚା ଲିଚୁରେ ଥିବା ବିଷାକ୍ତ ପଦାର୍ଥ ଯୋଗୁ ରକ୍ତଶର୍କରା ହ୍ରାସ ପାଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅପପୁଷ୍ଟିର ଶିକାର ହୋଇଥିବା ଶିଶୁମାନେ ଏହି ଲିଚୁ ଖାଇ ରୋଗରେ ପଡୁଥିବା ବିଶ୍ୱାସ କରାଯାଉଛି।
ଲିଚୁ ଖାଇବା ଯୋଗୁ ଶିଶୁମାନଙ୍କର ମୃତ୍ୟୁ ହେଉଛି କି ନାହିଁ ତାହାର ତଦନ୍ତ କରିବା ଲାଗି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରେମ କୁମାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। କୃଷିବିଜ୍ଞାନୀ ଓ ଉଦ୍ୟାନ କୃଷିବିଭାଗର ଅଧିକାରୀମାନେ ଏଇଏସ୍‌ ପ୍ରଭାବିତ ଅଞ୍ଚଳକୁ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ମୁଜାଫରପୁର ଲିଚୁର ପେଣ୍ଠସ୍ଥଳ ଭାବେ ଜଣାଶୁଣା। ଯଦିଓ ଲିଚୁରୁ ଏଇଏସ୍‌ ଭୂତାଣୁ ସୃଷ୍ଟି ହେଉଥିବା କୁହାଯାଉଛି, ତେବେ ସରକାରୀ ଭାବେ ଏପର୍ଯ୍ୟନ୍ତ ତାହାର ଯାଞ୍ଚ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri