ଏଆଇସିସିରୁ ଡକରା ପାଇ ଦିଲ୍ଲୀରେ ମୋକିମ୍‌

ଭୁବନେଶ୍ୱର,୧୩ା୨(ବ୍ୟୁରୋ): କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପରବର୍ତ୍ତୀ ସଭାପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୋକିମ୍‌ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ନେତାଙ୍କ ଡକରା ପାଇ ଦିଲ୍ଲୀ ଯିବାପରେ ଏଭଳି ଚର୍ଚ୍ଚା ଶୁଣିବାକୁ ମିଳୁଛି। ବୁଧବାର ମୋକିମ୍‌ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ମାଧବନଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟିଛନ୍ତି। ଏହା ସହ ସେ ଏଆଇସିସି ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଅହମ୍ମଦ ପଟେଲ, କେସି ବେଣୁଗୋପାଳଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ଓଡିଶା କଂଗ୍ରେସର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମୋକିମ୍‌ ପୁନର୍ବାର ଗୁରୁବାର ଦିଲ୍ଲୀରେ ଅନ୍ୟ ନେତାମାନଙ୍କୁ ଭେଟିବାକୁ ଥିବା ମଧ୍ୟ ଜଣାପଡିଛି। ସେ ଶୁକ୍ରବାର ଓଡିଶା ଫେରିବେ ବୋଲି ସୂଚନା ମିଳିଛି।
ସାଧାରଣ ନିର୍ବାଚନ ପରଠାରୁ ରାଜ୍ୟରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି ଜୋର୍‌ ଧରିଛି। ବିଭିନ୍ନ ସମୟରେ ରାଜ୍ୟ କଂଗ୍ରେସର ମାଳମାଳ ନେତା ଦିଲ୍ଲୀ ଯାଇ ନିରଞ୍ଜନଙ୍କୁ ହଟାଇବା ଲାଗି ଏଆଇସିସିର ବରିଷ୍ଠ ନେତାମାନଙ୍କ ପାଖରେ ଦାବି କରିଆସୁଛନ୍ତି। ଏହାସହ ସୋନିଆଙ୍କୁ ମଧ୍ୟ ଏଥିପାଇଁ ବାରମ୍ବାର ଓଡିଶା ନେତାମାନେ ଭେଟିବାରେ ଲାଗିଛନ୍ତି। ପିସିସି ସଭାପତି ପରିବର୍ତ୍ତନ ଲାଗି ନିକଟରେ ଦିଲ୍ଲୀ ଗସ୍ତ କରିଥିବା ପଶ୍ଚିମ ଓ ଉପକୂଳ ଓଡିଶାର କେତେଜଣ ନେତା ଡେରା ପକାଇ ଅଛନ୍ତି। କିଛିଦିନ ତଳେ ଦୁଇଟି ପର୍ଯ୍ୟାୟରେ କେତେଜଣ ନେତା ଦିଲ୍ଲୀ ଗସ୍ତ ମଧ୍ୟ କରିଥିଲେ। ଏହାପରେ ଓଡିଶା କଂଗ୍ରେସ ଭବନଠାରେ ଚାଲିଥିବା ଏକ କାର୍ଯ୍ୟକ୍ରମ ସମୟରେ ନିରଞ୍ଜନଙ୍କୁ ହଟାଇବାକୁ ବହୁ ନେତା ରାଜ୍ୟ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ। ମାତ୍ର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ କିନ୍ତୁ ପିସିସି ସଭାପତି ବର୍ତ୍ତମାନ ସ୍ଥିତିରେ ପରିବର୍ତ୍ତନ ହେବ ନାହିଁ ବୋଲି କହିଆସୁଥିଲେ। ମାତ୍ର ମୋକିମ୍‌ଙ୍କୁ କିଛିଦିନ ତଳେ ଏଆଇସିସି ପକ୍ଷରୁ ଡକାଯାଇଥିବା ବେଳେ ସେ ଦିଲ୍ଲୀ ଯାଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ଫେରିଥିଲେ। ମାତ୍ର ଏହା ବାହାରକୁ ଜଣାପଡି ନ ଥିବାବେଳେ ଦ୍ୱିତୀୟ ଥର ଲାଗି ମୋକିମ୍‌ ଦିଲ୍ଲୀ ଯାଇଛନ୍ତି। ଅନ୍ୟପଟେ ନିରଞ୍ଜନଙ୍କୁ ହଟାଇବା ଲାଗି ଦିଲ୍ଲୀ ଯାଉଥିବା ନେତାମାନେ ମୋକିମ୍‌ଙ୍କୁ ସଭାପତି କରିବା ଲାଗି ଦାବି କରିଆସୁଛନ୍ତି।
ସୂଚନାଯୋଗ୍ୟ ଯେ, ସାଧାରଣ ନିର୍ବାଚନ ପରେ ନିରଞ୍ଜନଙ୍କୁ ଚାରିଆଡୁ ବିରୋଧ ହେବାପରେ ସୋନିଆ ଗାନ୍ଧୀ ରାଜ୍ୟ କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ। ମାତ୍ର ପିସିସି ସଭାପତି ଏବଂ ରାଜ୍ୟର ଦୁଇ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପର୍ଯ୍ୟନ୍ତ ଦଳର କୌଣସି କମିଟି ଗଠନ ହୋଇପାରି ନାହିଁ। ଅନ୍ୟପକ୍ଷରେ ମିଳିଥିବା ସୂଚନା ମୁତାବକ କେବଳ ଓଡିଶା ନୁହେଁ ବରଂ ଅନ୍ୟ କେତୋଟି ରାଜ୍ୟରୁ ମଧ୍ୟ ନେତାଙ୍କୁ ଏଆଇସିସି ପକ୍ଷରୁ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri