Categories: ଖେଳ

ଋତୁପର୍ଣ୍ଣାଙ୍କୁ ଟାଇଟଲ

ହାଇଦ୍ରାବାଦ, ୨୪ା୬ (ପି.ଟି.)- ୟୋନେକ୍ସ-ସନ୍‌ରାଇଜ୍‌ ଅଲ୍‌ ଇଣ୍ଡିଆ ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ଟୁର୍ନାମେଣ୍ଟରେ ଋତୁପର୍ଣ୍ଣା ଜାତୀୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀଙ୍କ ପାର୍ଟନର ହୋଇ ଖେଳିଥିଲେ। ସେମାନେ ଚତୁର୍ଥ ସିଡ୍‌ ତଥା ବର୍ତ୍ତମାନର ଜାତୀୟ ଚାମ୍ପିୟନ ଯୋଡ଼ି ଶିଖା ଗୌତମ ଓ ଅଶ୍ୱିନ ଭଟକଙ୍କୁ ୧୯-୨୧, ୨୧-୧୪, ୨୧-୧୦ରେ ପରାସ୍ତ କରିଛନ୍ତି। ୧୬ ବର୍ଷୀୟା ଗାୟତ୍ରୀ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଏଠାରେ ୧୩ତମ ସିଡ୍‌ ମାନ୍ୟତାପ୍ରାପ୍ତ ଏହି ଖେଳାଳି ମାତ୍ର ୩୭ ମିନିଟ୍‌ରେ ତନଭି ଲାଡ୍‌ଙ୍କୁ ୨୧-୧୯, ୨୧-୧୬ରେ ପରାସ୍ତ କରି ପ୍ରଥମ ଥର ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ ଟ୍ରଫି ହାସଲ କରିଛନ୍ତି। ଅନ୍ୟପକ୍ଷରେ ଗତ ମାର୍ଚ୍ଚରେ ଚାଇନା ମାଷ୍ଟର୍ସ ଫାଇନାଲରେ ପ୍ରବେଶ କରିଥିବା ଲକ୍ଷ୍ୟ ସେନ୍‌ ଦ୍ୱିତୀୟ ସିଡ୍‌ ରାହୁଲ ଯାଦବ ଚିଟାବୋଇନାଙ୍କୁ ୨୩-୨୫, ୨୧-୧୪, ୨୧-୧୩ ରେ ହରାଇ ବର୍ଷର ପ୍ରଥମ ଟାଇଟଲ ଜିତିଛନ୍ତି।

Share