ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି ଅଞ୍ଚଳକୁ ସେଠାକାର ସରକାରଙ୍କ ପକ୍ଷରୁ କମ୍ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିବା ଜଣାଯାଇଛି।
ଚାଇନାର ଷ୍ଟେଟ କାଉନସିଲ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ, ଗତ ୧୪ ଦିନ ମଧ୍ୟରେ କୌଣସି  କରୋନା ସଂକ୍ରମଣ ମାମଲା ଆସି ନ ଥିବା ସହର, ଜିଲା ଆଦିକୁ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ବର୍ଗୀକୃତ କରାଯାଇଛି । ସେହିପରି ୫୦ରୁ କମ୍ ମାମଲା ଥିବା ଅଞ୍ଚଳ, ୫୦ରୁ ଅଧିକ କିନ୍ତୁ ସେହି ଅନୁପାତରେ ଅଧିକ ସଂକ୍ରମିତ ହୋଇ ନ ଥିବା ସହରକୁ ମଧ୍ୟ-ବିପଦପୂର୍ଣ୍ଣ ଅଞ୍ଚଳ ବର୍ଗରେ ରଖାଯାଇଛି। ୫୦ରୁ ଅଧିକା ମାମଲା ଥିବା ଏବଂ ସଂକ୍ରମଣ ଅଧିକ ହେଉଥିବା କିମ୍ବା ଆଶଙ୍କା ଥିବା ଅଞ୍ଚଳଗୁଡିକୁ ହାଇରିସ୍କ ଏରିଆ ବା ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି। ଗତ ଶନିବାର ଦେଶରେ ୧୬ଟି ନୂଆ କୋଭିଡ-୧୯ ମାମଲା ଆସିଥିବା ଚାଇନା ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନଏଚସି) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ୯ ଜଣ ସଂକ୍ରମିତ ବାହାର ଅଞ୍ଚଳର ହୋଇଥିବାବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳରେ ସଂକ୍ରମିତ ହୋଇଛନ୍ତି। ଶନିବାର କୌଣସି ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନ ଥିବାରୁ ମୃତ୍ୟୁ ସଂଖ୍ୟା ୪,୬୩୨ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ବୃହତ୍ତମ ‘ଟି-ରେକ୍ସ’ ଡାଇନୋସର ମୃତ୍ୟୁ ରହସ୍ୟରୁ ହଟିଲା ପରଦା

ସାସ୍କାଚେୱାନ(କାନାଡା),୭ା୯: ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇଯାଇଥିବା ବିଶ୍ୱର ସବୁଠାରୁ ବୃହତ୍ତମ ‘ଟାଇରାନୋସରସ୍‌ ରେକ୍ସ’ (ଟି-ରେକ୍ସ) ଡାଇନୋସର ‘ସ୍କଟି’…

ଲାଭା ଉଦ୍‌ଗିରଣ: ବିମାନ ବାତିଲ କଲା ଇଣ୍ଡୋନେସିଆ

ଜାକର୍ତ୍ତା,୭ା୯: ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ଲାଭା ପାଉଁଶ ପଶ୍ଚିମ ଇଣ୍ଡୋସେନିଆ ଆକାଶକୁ ଛାଇଯାଇଥିବାରୁ ଜାକର୍ତ୍ତାର ସୁକର୍ଣ୍ଣୋ-ହାଟ୍ଟା ଅନ୍ତର୍ଜାତୀୟ…

Plane Crash: ମିଆମି ବିମାନବନ୍ଦରରେ ବଡ଼ ଦୁର୍ଘଟଣା; ୫ ମୃତ ୫ ଆହତ ଦେଖନ୍ତୁ Video

ଓ୍ବାଶିଂଟନ,୭।୯: ଆମେରିକାର ମିଆମି ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୫ ଜଣ…

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri