ଉମରକୋଟ,୨୬ା୮(ସ୍ବ.ପ୍ର.): ଦେଶର ପ୍ରମୁଖ ପ୍ଲାଷ୍ଟକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ଏସ୍ଆଇଏଲ୍) ଫର୍ନଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଗୁରୁବାର ନବରଙ୍ଗପୁର ଜିଲାର ଉମରକୋଟ, ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ବିଏନ୍ଏମ୍ ଫର୍ନିଚର ଆନୁକୂଲ୍ୟରେ ମୋଲ୍ଡେଡ୍ ଫର୍ନିଚର ବ୍ରାଣ୍ଡ୍ ସୁପ୍ରିମ୍ ଫର୍ନିଚରର ନୂତନ ଶୋ’ରୁମ୍ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍ଆଇଏଲ୍ର (ଫର୍ନଚର ଡିଭିଜନ) ରାଜ୍ୟ ମୁଖ୍ୟ ତ୍ରିନାଥ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏନ୍ଏମ୍ ଫର୍ନିଚର ସ୍ବତ୍ୱାଧିକାରୀ (ପ୍ରୋପ୍ରାଇଟର) ରାହୁଲ ମଣ୍ଡଳ,ଏସ୍ଆଇଏଲ୍ର ଏରିଆ ମ୍ୟାନେଜର କାଳିପ୍ରସାଦ ବେହେରାଙ୍କ ସମେତ କୋରାପୁଟ, ଜୟପୁର ଏବଂ ସେମିଳିଗୁଡାର ସୁପ୍ରିମ୍ ଫର୍ନିଚର ଦୋକାନ ମାଲିକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି କମ୍ପାନୀର ଏହା ୫ମ ଏକ୍ସକ୍ଲୁସିଭ ଷ୍ଟୋର ହୋଇଥିବା ବେଳେ ନବରଙ୍ଗପୁର ଜିଲାରେ ଏହା ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨୦୦୦ ବର୍ଗଫୁଟ ପରିମିତ ଜମିରେ ଗଢି ଉଠିଥିବା ଏହି ଏକ୍ସକ୍ଲୁସିଭ ଷ୍ଟୋରରେ କମ୍ପାନୀର ମୋଲ୍ଡେଡ୍ ଫର୍ନିଚରର ସମସ୍ତ ବର୍ଗ ଯଥା ଖଟ, ଚେୟାର. ଡାଇନିଂ ସେଟ୍, ଆଲମାରି ଭଳି ପ୍ରମୁଖ ଘରୋଇ ଉତ୍ପାଦ ସାଙ୍ଗକୁ ଅଫିସ ପାଇଁ ମଧ୍ୟ ଆବଶ୍ୟକ ସାମଗ୍ରୀର ସମ୍ଭାର ଆଦି ପ୍ରଦର୍ଶନ ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ରହିଛି। ଏହି ଷ୍ଟୋର ବିଶେଷକରି ଉମରକୋଟବାସୀଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଜିଲାବାସୀଙ୍କର ମଧ୍ୟ ପସନ୍ଦ ଗନ୍ତବ୍ୟସ୍ଥଳ ପାଲଟିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଉଦ୍ଘାଟନୀ ଅବସରରେ ପ୍ରତ୍ୟେକ ଗ୍ରାହକଙ୍କୁ ସୁପ୍ରିମ୍ର ପ୍ରତି ସାମଗ୍ରୀର ଏମ୍ଆର୍ପି ଉପରେ ୩୦% ରିହାତି ରହିଥିବା କମ୍ପାନୀର ଦକ୍ଷିଣ ଓଡ଼ିଶା ସେଲ୍ସ ନିର୍ବାହୀ ଅଧିକାରୀ କାଳି ପ୍ରସାଦ ବେହେରା କହିଛନ୍ତି। ସେହିଭଳି ଏଠାରେ ମାସିକ ୩ ଲକ୍ଷ ଟଙ୍କାର ବ୍ୟବସାୟ ସାଙ୍ଗକୁ ଆଗାମୀ ପାର୍ବଣରେ ମଧ୍ୟ ବ୍ୟବସାୟ ଅଧିକ ହେବା ଆଶା ରହିଛି ବୋଲି ରାହୁଲ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ସୁପ୍ରିମ୍ ଫର୍ନିଚର ଲୋକଙ୍କ ପ୍ରଥମ ପସନ୍ଦ କିପରି ହୋଇପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେବେ ବୋଲି ରାହୁଲ କହିଛନ୍ତି। ଗ୍ରାହକଙ୍କ ପାଇଁ ସପ୍ତାହବ୍ୟାପୀ ଏହି ରିହାତି ସୁବିଧା ରହିବ ବୋଲି ସେ ସୂଚନା ଦେଇଛନ୍ତି।
Posted inHome, Home Left, ଆମ ଜିଲା ଖବର, ରାୟଗଡା View All
ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା
ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...
ଗଞ୍ଜେଇ ଜବତ, ଜଣେ ଗିରଫ
ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...
ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ
ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...
ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ
ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...
ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ
ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍ ପକ୍ଷରୁ ଏକ...
୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ
ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...
ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…
ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...
‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ
ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...
Archives


