ଉମରକୋଟରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଶୋ’ରୁମ୍‌

ଉମରକୋଟ,୨୬ା୮(ସ୍ବ.ପ୍ର.): ଦେଶର ପ୍ରମୁଖ ପ୍ଲାଷ୍ଟକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଗୁରୁବାର ନବରଙ୍ଗପୁର ଜିଲାର ଉମରକୋଟ, ପୋଲିସ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ବିଏନ୍‌ଏମ୍‌ ଫର୍ନିଚର ଆନୁକୂଲ୍ୟରେ ମୋଲ୍‌ଡେଡ୍‌ ଫର୍ନିଚର ବ୍ରାଣ୍ଡ୍‌ ସୁପ୍ରିମ୍‌ ଫର୍ନିଚରର ନୂତନ ଶୋ’ରୁମ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ଆଇଏଲ୍‌ର (ଫର୍ନଚର ଡିଭିଜନ) ରାଜ୍ୟ ମୁଖ୍ୟ ତ୍ରିନାଥ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏନ୍‌ଏମ୍‌ ଫର୍ନିଚର ସ୍ବତ୍ୱାଧିକାରୀ (ପ୍ରୋପ୍ରାଇଟର) ରାହୁଲ ମଣ୍ଡଳ,ଏସ୍‌ଆଇଏଲ୍‌ର ଏରିଆ ମ୍ୟାନେଜର କାଳିପ୍ରସାଦ ବେହେରାଙ୍କ ସମେତ କୋରାପୁଟ, ଜୟପୁର ଏବଂ ସେମିଳିଗୁଡାର ସୁପ୍ରିମ୍‌ ଫର୍ନିଚର ଦୋକାନ ମାଲିକ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଶେଷକରି କମ୍ପାନୀର ଏହା ୫ମ ଏକ୍ସକ୍ଲୁସିଭ ଷ୍ଟୋର ହୋଇଥିବା ବେଳେ ନବରଙ୍ଗପୁର ଜିଲାରେ ଏହା ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍‌ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୨୦୦୦ ବର୍ଗଫୁଟ ପରିମିତ ଜମିରେ ଗଢି ଉଠିଥିବା ଏହି ଏକ୍ସକ୍ଲୁସିଭ ଷ୍ଟୋରରେ କମ୍ପାନୀର ମୋଲ୍‌ଡେଡ୍‌ ଫର୍ନିଚରର ସମସ୍ତ ବର୍ଗ ଯଥା ଖଟ, ଚେୟାର. ଡାଇନିଂ ସେଟ୍‌, ଆଲମାରି ଭଳି ପ୍ରମୁଖ ଘରୋଇ ଉତ୍ପାଦ ସାଙ୍ଗକୁ ଅଫିସ ପାଇଁ ମଧ୍ୟ ଆବଶ୍ୟକ ସାମଗ୍ରୀର ସମ୍ଭାର ଆଦି ପ୍ରଦର୍ଶନ ସହ ବିକ୍ରି ପାଇଁ ମଧ୍ୟ ଉପଲବ୍ଧ ରହିଛି। ଏହି ଷ୍ଟୋର ବିଶେଷକରି ଉମରକୋଟବାସୀଙ୍କ ଆବଶ୍ୟକତା ପୂରଣ ସାଙ୍ଗକୁ ଜିଲାବାସୀଙ୍କର ମଧ୍ୟ ପସନ୍ଦ ଗନ୍ତବ୍ୟସ୍ଥଳ ପାଲଟିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଉଦ୍‌ଘାଟନୀ ଅବସରରେ ପ୍ରତ୍ୟେକ ଗ୍ରାହକଙ୍କୁ ସୁପ୍ରିମ୍‌ର ପ୍ରତି ସାମଗ୍ରୀର ଏମ୍‌ଆର୍‌ପି ଉପରେ ୩୦% ରିହାତି ରହିଥିବା କମ୍ପାନୀର ଦକ୍ଷିଣ ଓଡ଼ିଶା ସେଲ୍‌ସ ନିର୍ବାହୀ ଅଧିକାରୀ କାଳି ପ୍ରସାଦ ବେହେରା କହିଛନ୍ତି। ସେହିଭଳି ଏଠାରେ ମାସିକ ୩ ଲକ୍ଷ ଟଙ୍କାର ବ୍ୟବସାୟ ସାଙ୍ଗକୁ ଆଗାମୀ ପାର୍ବଣରେ ମଧ୍ୟ ବ୍ୟବସାୟ ଅଧିକ ହେବା ଆଶା ରହିଛି ବୋଲି ରାହୁଲ ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ସୁପ୍ରିମ୍‌ ଫର୍ନିଚର ଲୋକଙ୍କ ପ୍ରଥମ ପସନ୍ଦ କିପରି ହୋଇପାରିବ ସେ ଦିଗରେ ମଧ୍ୟ ଧ୍ୟାନ ଦେବେ ବୋଲି ରାହୁଲ କହିଛନ୍ତି। ଗ୍ରାହକଙ୍କ ପାଇଁ ସପ୍ତାହବ୍ୟାପୀ ଏହି ରିହାତି ସୁବିଧା ରହିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri