‘ଉପମହାଦେଶର ସମର୍ଥନ ଭାରତକୁ ସହାୟକ ହୋଇପାରିଲା ନାହିଁ’

ଲଣ୍ଡନ,୧ା୭(ପି.ଟି.)- ଇଂଲଣ୍ଡଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ପୂର୍ବତନ ପାକିସ୍ତାନ ପେସର ସୋଏବ ଅଖ୍‌ତର ଦୁଃଖ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ପରାଜୟ ଦ୍ୱାରା ପାକିସ୍ତାନର ସେମିଫାଇନାଲକୁ ଉନ୍ନୀତ ହେବାର ସମ୍ଭାବନା କମ୍‌ ହୋଇଛି। ନିଶ୍ଚିତ ବିଜୟ ଆବଶ୍ୟକ ଥିବା ମ୍ୟାଚ୍‌ରେ ଇଂଲଣ୍ଡ ୩୩୮ ରନ୍‌ କରିଥିଲା। ଜବାବରେ ଓପନର ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ଭାରତ ୩୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦେଶ ବିଭାଜନ ପରେ ପ୍ରଥମ ଥର ଆମେ ଭାରତକୁ ସମର୍ଥନ କରିଥିଲୁ। ଭାରତୀୟ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଛି, ଏଥିରେ ଦ୍ୱିମତ ନାହିଁ। କିନ୍ତୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ପାକିସ୍ତାନକୁ ବଞ୍ଚାଇପାରି ନାହିଁ। ପ୍ରଥମଥର ଲାଗି ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ଉପମହାଦେଶୀୟ ଦେଶର କ୍ରିକେଟ ସମର୍ଥକମାନେ ଭାରତ ବିଜୟ ଲାଗି ପ୍ରାର୍ଥନା କରିଥିଲେ। ଏହି ପ୍ରାର୍ଥନା ଭାରତୀୟ ଦଳ ନିକଟରେ ପହଞ୍ଚତ୍ପାରିଲା ନାହିଁ ଭଳି ଲାଗୁଛି ବୋଲି ଅଖ୍‌ତର କହିଛନ୍ତି। ଉଲ୍ଲେଖଥାଉ କି, ଭାରତ ବିପକ୍ଷ ମ୍ୟାଚ୍‌ରୁ ଦୁଇ ପଏଣ୍ଟ ପାଇ ଇଂଲଣ୍ଡ ୧୦ ପଏଣ୍ଟ ସହ ଅଙ୍କ ତାଲିକାର ୪ର୍ଥ ସ୍ଥାନ ହାସଲ କରିଛି। ଏହାର ପଛକୁ ୯ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି ପାକିସ୍ତାନ। ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ଦୁଇ ଦଳର ସେମିଫାଇନାଲକୁ ଉନ୍ନୀତ ହେବା ସମ୍ଭାବନା ଖୁବ କମ୍‌। ଇଂଲଣ୍ଡ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ହରାଇବା ଦରକାର।

Share