ଉପକାରୀ ଲବଙ୍ଗ ତେଲ

ଲବଙ୍ଗ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସ୍ବାସ୍ଥ୍ୟଜନିତ ଅନ୍ୟ ସମସ୍ୟା ସହିତ ସୁନ୍ଦର ତ୍ୱଚା ପାଇଁ ବି ଏହାକୁ ବ୍ୟବହାର କରାଯାଏ। ଏଥିରେ ଆଣ୍ଟିସେପ୍ଟିକ ଗୁଣ ସହିତ ଭିଟାମିନ-ସି, ଭିଟାମିନ-ଏ, ଆଣ୍ଟି-ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଗୁଣ ରହିଛି। ଆଉ ଏସବୁ ସୁସ୍ଥ ତ୍ୱଚା ପାଇବା ପାଇଁ ଉପକାରୀ। ଏଥିସହ ଏହା ଶରୀରରେ ପୋଡାଜଳା, କଟା ଘା’ ଓ ସମସ୍ତ ପ୍ରକାର ଘା’କୁ ମଧ୍ୟ ଭଲ କରିଦେଇଥାଏ।
* ଯଦି ମୁହଁରେ ବାରମ୍ବାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ରାତିରେ ଲବଙ୍ଗ ତେଲ ଲଗାଇ ସକାଳେ ପାଣିରେ ଧୋଇଦିଅନ୍ତୁ। ଏହାଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ।
*ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ। ଏହାକୁୁ ଦୁଇ ବୁନ୍ଦାରୁ ଅଧିକ ବ୍ୟବହାର ନ କରି ବାଦାମ କିମ୍ବା ନଡ଼ିଆ ତେଲ ସହିତ ମିଶାଇ ଲଗାନ୍ତୁ।
*ଯଦି ମୁହଁର ତ୍ୱଚାରେ ରିଙ୍କିଲ୍ସ ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ। ନଡ଼ିଆ ତେଲ ସହ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ। ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ ରିଙ୍କିଲ୍ସ(କୁଞ୍ଚନ)ସମସ୍ୟା କମ୍‌ ହେବା ଆପଣ ଲକ୍ଷ୍ୟ କରିପାରିବେ।
*ଘରୁ ବାହାରକୁ ବାହାରିଲେ ଧୂଳି ଓ ପ୍ରଦୂଷଣ ଯୋଗୁ ମୁହଁର ତ୍ୱଚା ଉପରେ ପ୍ରଭାବ ପଡ଼ିଥାଏ। ପ୍ରଦୂଷଣ ତ୍ୱଚାକୁ ଫିକା କରିଦେଇଥାଏ। ଏଥିପାଇଁ ଘରକୁ ଆସିଲେ, ତୁଳାରେ ଅଳ୍ପ ଲବଙ୍ଗ ତେଲ ନେଇ ମୁହଁକୁ ଭଲ ଭାବରେ ସଫା କରନ୍ତୁ। ଲବଙ୍ଗ ତେଲ କେବଳ ତ୍ୱଚାକୁ ସଫା କରି ନ ଥାଏ, ଏହା ସହିତ ମୁହଁରେ ରକ୍ତ ସଞ୍ଚାଳନକୁ ଠିକ୍‌ କରିଥାଏ ଏବଂ ଏହା ମୁହଁରେ ଉଜ୍ଜ୍ୱଳ ଆଣିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ସ୍ବାମୀଙ୍କୁ ହତ୍ୟା, ପୁଅକୁ ଛୁରାମାଡ଼; ପାଖରେ ବସି ଫୋନ୍‌ ଦେଖୁଥିଲେ ସ୍ତ୍ରୀ

ବେଙ୍ଗାଲୁରୁ,୧୬ା୭: କର୍ନାଟକର ହୁବାଲିରୁ ଏକ ଆଶ୍ଚର୍ଯ୍ୟଜନକ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତରଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ ଭିତରୁ ମିଳିଛି। ତାଙ୍କ ଆଠ…

ଜୁଲାଇ ୧୯ରୁ ଏହି ୪ ରାଶିଙ୍କ ପାଇଁ ଆରମ୍ଭ ହେବ ସୁବର୍ଣ୍ଣ ସମୟ: ଶନି-ମଙ୍ଗଳ ଆଣିବେ ବମ୍ପର ରୋଜଗାର

ଜୁଲାଇ ମାସର ଅବଶିଷ୍ଟ ଦିନଗୁଡ଼ିକ ଗ୍ରହ ପରିବର୍ତ୍ତନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ୧୯ ଜୁଲାଇରେ ଏକ ଶୁଭ ଯୋଗ ସୃଷ୍ଟି ହେଉଛି। ପ୍ରାୟ ରାତି…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ସି ଜିନପିଙ୍ଗଙ୍କ ଶୟନ କକ୍ଷକୁ କରାଗଲା ଟାର୍ଗେଟ, ୮୦ ବର୍ଷ ପର୍ଯ୍ୟନ୍ତ ଅନୁତାପ କଲା ଜାପାନ, ଏବେ ସେହି କାମ କରିବାକୁ ଯାଉଛି…

ନୂଆଦିଲ୍ଲୀ/ବେଜିଂ,୧୬।୭: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ଜାପାନ ଏକ ନିଷ୍ପତ୍ତି ନେଇଥିଲା: ଏହା ବିଶ୍ୱର ଏକ ପ୍ରମୁଖ ସାମରିକ ଶକ୍ତି ହେବ ନାହିଁ, ଆକ୍ରମଣାତ୍ମକ ଗୁପ୍ତଚର କାର୍ଯ୍ୟ କରିବ…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

ଇସ୍ରୋରେ ଚହଳ! ୧୦୦ ବୈଜ୍ଞାନିକଙ୍କ ଇସ୍ତଫା, ଚାକିରି ଛାଡ଼ିବା ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ,୧୬।୭: ଇସ୍ରୋର ୧୦୦ ବୈଜ୍ଞାନିକ ଇସ୍ତଫା ଦେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଭାରତ ସରକାର । ଇସ୍ତଫା ଏବଂ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି।…

ନବନିର୍ମିତ ବିଦ୍ୟାଳୟ ଗୃହ ଶୁଭ ଉଦଘାଟନ: ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପୋଷ୍ଟ ଅଫିସ ପାଶ୍ୱର୍ର୍ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଗୃହରେ ମୁଖ୍ୟ ଅତିଥି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri