Categories: ଖେଳ

ଉନାଡକଟଙ୍କ ରେକର୍ଡ

ରାଜକୋଟ, ୫।୩ (ପି.ଟି.)- ୨୮ ବର୍ଷୀୟ ଜୟଦେବ ଉନାଡକଟ ଗୁଜରାଟର ୨ୟ ଇନିଂସରେ ୭୧ ରନ ବିନିମୟରେ ୭ ଉଇକେଟ୍‌ ନେବା ସହ ମ୍ୟାଚ୍‌ରେ ମୋଟ୍‌ ୧୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ପୂର୍ବରୁ ପ୍ରଥମ ଇନିଂସରେ ସେ ୮୬ ରନ୍‌ ଦେଇ ୩ ଉଇକେଟ୍‌ ନେଇଥିଲେ। ଏଥିସହ ଗୋଟିଏ ରଣ୍‌ଜୀ ସିଜନରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ଉନାଡକଟଙ୍କ ନାମରେ ସ୍ଥାପିତ ହୋଇଛି। ସେମିଫାଇନାଲ ମ୍ୟାଚ୍‌ ଶେଷ ସୁଦ୍ଧା ଏହି ବାମହାତୀ ଦ୍ରୁତ ବୋଲର ୬୫ ଉଇକେଟ୍‌ ହାସଲ କରିସାରିଛନ୍ତି। ଉନାଡକଟ ଏହି ଅବସରରେ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୯୯୮-୯୯ ସିଜନରେ କର୍ନାଟକ ଦ୍ରୁତ ବୋଲର ଡୋଡ୍ଡା ଗଣେଶ ୬୩ ଉଇକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ରହିଥିଲେ।

Share