ଉଦାହରଣ ସାଜିଛନ୍ତି ମହେଶ୍ୱର

ବନ୍ତ, ୨୭।୧୨(ସ୍ବ.ପ୍ର.) – ବର୍ତ୍ତମାନ ଦେଶରେ ନିଯୁକ୍ତି ଅଭାବରୁ ବେକାର ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସମାଜରେ ଶାରୀରିକ ସୁସ୍ଥ ଶିକ୍ଷିତ ଯୁବକମାନେ ବେକାର ହୋଇ ବୁଲୁଥିବାବେଳେ ଜଣେ ଦିବ୍ୟାଙ୍ଗ ଯୁବକ ନିଜେ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ। ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ନିଜକୁ ସ୍ବାବଲମ୍ବୀ କରି ଯୁବ ସମାଜ ପାଇଁ କେବଳ ଉଦାହରଣ ନୁହେଁ ପ୍ରେରଣା ପାଲଟିଛନ୍ତି। ନିଜ ଗଁା ଛକରେ ଏକ ସାଇକେଲ ମରାମତି ଦୋକାନ କରି ବେଶ୍‌ ଦୁଇପଇସା ରୋଜଗାର କରୁଛନ୍ତି ମହେଶ୍ୱର ରାଉତ(୩୦)। ତାଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ଅଧୀନ ଧାନଘର ଗ୍ରାମରେ। ଏହି ସାଇକେଲ ଦୋକାନ କରି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ବୋଲି କହିଛନ୍ତି।
ମହେଶ୍ୱର କହନ୍ତି, ଜନ୍ମରୁ ତାଙ୍କର ଦୁଇଟି ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ। ପରିବାରର ଅଭାବ ଅନଟନ ସତ୍ତ୍ୱେ ତାଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ଥିଲା। ୭ମ ଶ୍ରେଣୀରେ ପଢୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇସାଇକେଲ ମିଳିଥିଲା। ସେହି ଟ୍ରାଇସାଇକେଲ ସାହାଯ୍ୟରେ ଘରଠାରୁ ୩ କି.ମି. ଦୂର ଆଡ଼ିଆ ଉଚ୍ଚ ବିଦ୍ୟାଳୟକୁ ଯିବାଆସିବା କରି ପାଠ ପଢୁଥିଲେ। ୨୦୦୨ରେ ଉଚ୍ଚ ରକ୍ତ ଚାପରେ ତାଙ୍କ ବାପା ଭଗବାନଙ୍କର ଅକାଳ ମୃତ୍ୟୁ ଘଟିଥିଲା। ବାପାଙ୍କ ଦେହାନ୍ତ ପରେ ଘରର ଅବସ୍ଥା ଶୋଚନୀୟ ହୋଇପଡ଼ିଲା। ଏପରିସ୍ଥଳେ ୨୦୦୪ରେ ସେ ମାଟ୍ରିକ୍‌ରେ ଫେଲ୍‌ ହୋଇଗଲେ। ଅର୍ଥାଭାବ ଯୋଗୁ ପୁଣିଥରେ ପଢ଼ି ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆଉ ମନ ବଳାଇ ନ ଥିଲେ। ମା’, ଦୁଇଭାଇ ଓ ଦୁଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ଜମିବାଡ଼ି ମଧ୍ୟ ସେଭଳି ନାହିଁ।
ବଡ଼ଭାଇ ପରଘରେ ମୂଲ ଲାଗି ଯାହା ଟଙ୍କା ମିଳେ ସେଥିରେ ପରିବାର ଚଳିବା କଷ୍ଟ। ଘରର ପରିସ୍ଥିତି ସୁଧାରିବା ପାଇଁ ନିଜେ କିଛି କରିବା ଲାଗି ଯୋଜନା କରିଥିଲେ। କିନ୍ତୁ ମାଟ୍ରିକ୍‌ ଫେଲ୍‌ ଯୋଗୁ କୌଣସି ଚାକିରିର ସୁଯୋଗ ନ ଥିବାରୁ ଶେଷରେ ବନ୍ତ-ଆଗରପଡ଼ା ରାସ୍ତାର ନୂଆପୋଖରୀ ଛକଠାରେ ଏକ ସାଇକେଲ୍‌ ମରାମତି ଦୋକାନ ଆରମ୍ଭ କରିଥିଲେ। ସେବେଠାରୁ ସେହି ଦୋକାନ ହିଁ ତାଙ୍କ ପରିବାରକୁ ଦାନା ଯୋଗାଉଛି। ପ୍ରତ୍ୟହ ଦୋକାନରୁ ୩୦୦ରୁ ୪୦୦ ଟଙ୍କା ରୋଜଗାର ହୁଏ। ବହୁ କଷ୍ଟରେ ଗୋଟିଏ ଭଉଣୀଙ୍କ ବିବାହ ସାରି ଦେଇଛନ୍ତି। ହେଲେ ସମ୍ପ୍ରତି ଏତିକି ଟଙ୍କାରେ ଅନ୍ୟାନ୍ୟ କାମ ସହ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଏଥିସହ ଟଙ୍କା ଅଭାବରୁ ଦୋକାନରେ ସାଇକେଲ ପାର୍ଟସ୍‌ ମଧ୍ୟ ରଖିପାରୁ ନାହାନ୍ତି। କୌଣସି ବ୍ୟାଙ୍କ ଋଣ ମିଳିଲେ ତାଙ୍କ ରୋଜଗାର ବଢ଼ିବା ସହ ପରିବାରର ଆର୍ଥିକ ସ୍ଥିତି ସୁଧୁରି ପାରନ୍ତା ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

ଶାଳପଡା ହାଟପଡ଼ିଆରେ ପୋଲିସର ଚଢ଼ାଉ: ବ୍ରାଉନ୍ ସୁଗାର ସହ ଯୁବକ ଗିରଫ

ହାଟଡିହୀ/ଆନନ୍ଦପୁର/ବଞ୍ଚୋ , ୩୦।୫ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ନିଶା କାରବାର ବିରୋଧରେ ପୋଲିସର କଡ଼ା ଆଭିମୁଖ୍ୟ…

ଛତ୍ରପୁରରେ ମାତିଛନ୍ତି ‘ଭ୍ୟାନିଟି ବ୍ୟାଗ୍’ ଲୁଟେରା: ଠାକୁରାଣୀଙ୍କ ଯାତ୍ରା ଗହଳିରୁ ଚୋରି କରୁଥିବା ଗ୍ୟାଙ୍ଗ୍‌ର ୪ ଗିରଫ…

ଛତ୍ରପୁର, ୩୦।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା  ସଦର ମହକୁମା ଛତ୍ରପୁର ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ସପ୍ତାହ ହେବ ମା’ ଠାକୁରାଣୀଙ୍କ ଯାତ୍ରା…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ଝଡ଼ବର୍ଷା ଯୋଗୁ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ, ଗରମରୁ…

ଭଞ୍ଜନଗର, ୩୦।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀର ପ୍ରକୋପ ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri