ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ଲାଟିନମ୍‌ ଜୁବଲି ପାଳନ କରାଯିବା ଲାଗି ରଙ୍ଗ କାମ ଚାଲିଛି। ଏହି ସମୟରେ ସେଠାରେ ପଡ଼ିଥିବା ଏକ ସିଡ଼ିରେ ଚଢ଼ି ଯୁବକଜଣଙ୍କ ଚଢ଼ିଯାଇଥିବା କୁହାଯାଉଛି। ପ୍ରାୟ ଦୁଇ ଘଣ୍ଟା ଧରି ତାଙ୍କୁ ଉଦ୍ଧାର କରାଯିବାକୁ ଚେଷ୍ଟା କରାଯାଉଥିଲେ ହେଁ ସେ ଓହ୍ଲାଇବାକୁ ଅମଙ୍ଗ ହେଉଛନ୍ତି। ବ୍ରଶ, ପେଷ୍ଟ, କପଡ଼ା ଦେବାକୁ ଲୋକମାନଙ୍କୁ କହୁଛନ୍ତି। ତେବେ ସ୍କାଇଲିଟ୍‌ ଜରିଆରେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।