Categories: ଖେଳ

ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାର ଗ୍ରେଡିଂ ଟେଷ୍ଟ

ଭୁବନେଶ୍ୱର,୨୮।୧୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍କଳ କରାଟେ ସ୍କୁଲର ଖୋର୍ଦ୍ଧା ଶାଖାରେ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ନୂତନ ଆରମ୍ଭ ହୋଇଥିବା ଏହି ଶାଖାରେ ମୋଟ ୫୨ ଜଣ କରାଟେକା ବିଭିନ୍ନ ବେଲ୍ଟ ଯଥା ଗ୍ରୀନ, ବ୍ଲୁ, ୟେଲୋ ଓ ବ୍ରାଉନ ବେଲ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡ. ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦୀପକ ସାମନ୍ତରା, ପିତାବାସ ମାନସିଂ ପ୍ରମୁଖ ପରିଚାଳନା ଦାୟିତ୍ୱ ଥିଲେ। ପ୍ରସିଦ୍ଧ ଚିତ୍ରଶିଳ୍ପୀ ମୁନା ଆର୍ଟଙ୍କ ଝିଅ ମୂର୍ଚ୍ଛନା ସୁବିଦ୍ଧିଙ୍କ ଉଦ୍ୟମରେ ଏହି କରାଟେ ଅନୁଷ୍ଠାନ ଆରମ୍ଭ ହୋଇଛି।

Share