ଉଠୁନି ଖର୍ଚ୍ଚ: କ୍ଷତି ସହୁଛନ୍ତି ବସ୍‌ ମାଲିକ

କେନ୍ଦୁଝର, ୧୨। ୬ (ସ୍ବ.ପ୍ର.)-ଯାତ୍ରୀବାହୀ ବସ୍‌ ସେବା ଆରମ୍ଭ ହୋଇଥିଲେ ମଧ୍ୟ ବସ୍‌ରେ ଯିବାକୁ ଯାତ୍ରୀ ଅମଙ୍ଗ ା କରୋନା କଟକଣା ପାଇଁ ଯାତ୍ରୀମାନେ ବସରେ ଯାତାୟାତ କରିବାକୁ ଭୟ କରୁଛନ୍ତି ା ଏଣୁ ବହୁ ଜରୁରୀ ନ ହେଲେ କେହି ଯିବାକୁ ଆଗ୍ରହ କରୁନାହାନ୍ତି। ଅତି ଜରୁରୀ କାମରେ ଯିବାକୁ ହେଲେ କେତେକ ନିଜସ୍ବ କାର ବା ଜିପ୍‌ରେ ଯିବା ଆସିବା କରୁଛନ୍ତି ା ଏପରି କି ଅନେକ ଲୋକ ବାଇକରେ ଯିବାକୁ ମଧ୍ୟ ପସନ୍ଦ କରୁଛନ୍ତି। ଅନେକ ବସ୍‌ ମାଲିକ ବସ୍‌ ନ ଚଲାଇ ଅଫ ରୋଡ କରିଦେଇଥିବା ବେଳେ ଯେଉଁ କେତେକ ଯାଉଛନ୍ତି ବା ଗାଡି ଚଲାଇବାକୁ ଆଗ୍ରହ କରୁଛନ୍ତି ସେମାନେ ଗତ ୨ ଦିନରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦୁଝରରୁ ଭଦ୍ରକ ଗଲେ ଯିବା ଆସିବା ମାତ୍ର ୧୩୦ ଟଙ୍କା ଭଡା ମିଳିଛି ବୋଲି ରୁତୁରାଜ ବସ୍‌ର କଣ୍ଡକ୍ଟର ପ୍ରେମାନନ୍ଦ ବେହେରା କହିଛନ୍ତି ା କିନ୍ତୁ ଯିବା ଆସିବା ଡିଜେଲ ବାବଦକୁ ୫ ହଜାର ଟଙ୍କା ଏବଂ କର୍ମଚାରୀଙ୍କ ପାରିଶ୍ରମିକକୁ ମିଶାଇଲେ ପାଖାପାଖି ୬ ହଜାର ଖର୍ଚ୍ଚ ହେଉଥିବା ବେଳେ ଭଡା ମିଳିଛି ମାତ୍ର ୧୩୦ ଟଙ୍କା ା ଏଣୁ ଆଉ ଗୋଟିଏ ଦିନ ଦେଖିବୁ, ନଚେତ ବସ୍‌ ଆଗଭଳି ଛିଡା କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି ା
ସେହିପରି ଭୁବନେଶ୍ୱର ଯାଉଥିବା ବସ୍‌ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି। କେତେକ ବସ୍‌ରେ ଯାତ୍ରୀ ମିଳୁ ନ ଥିବାରୁ ବସ୍‌ ଷ୍ଟପ୍‌ରୁ ଫେରୁଥିବା ବେଳେ କେତେକ ବାଟରେ ଅଟକି ଫେରିଆସୁଛନ୍ତି ା ଯାତ୍ରୀ ବ୍ୟତୀତ ମାଲରୁ ମଧ୍ୟ ବସ୍‌ ମାଲିକ ଭଲ ପଇସା ପାଇଥାନ୍ତି ା କିନ୍ତୁ ମାଲ ମଧ୍ୟ ଆସୁନାହିଁ। କୋଲକାତାକୁ ଦୁଇଟି ଘରୋଇ ବସ୍‌ ଯିବା ଆସିବା କରୁଥିଲେ ହେଁ ମାଲ୍‌ ପରିବହନ ପାଇଁ କିଛି ପାଉଥିଲେ ହେଁ ଅନେକ ସମୟରେ ଖର୍ଚ୍ଚ ଉଠୁ ନ ଥିବାରୁ ଚିନ୍ତାରେ ରହୁଛନ୍ତି। ବଡ଼ ବଡ଼ ମାଲିକ ଏହା ଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହେଉନାହାନ୍ତି ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଛୋଟ ଛୋଟ ବସ୍‌ ମାଲିକ ଏବଂ ଋଣ କରି ବସ ଚଲାଉଥିବା ମାଲିକ ା ବସ୍‌ ପରମିଟ, ଇନସ୍ୟୁରାନ୍‌ସ ବାବଦକୁ ହେଉଥିବା ଖର୍ଚ୍ଚ ବେଡି ଉପରେ କୋରଡା ସଦୃଶ ହୋଇଛି ା
ଲୋକମାନେ ଘରୁ ବାହାରୁ ନାହାନ୍ତି କିମ୍ବା ଜରୁରୀ କାମ ପଡିଲେ ବାଇକରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି ା ଏଣୁ ଜିଲା ମଧ୍ୟରେ ଯାତ୍ରୀବାହୀ ବସ୍‌ରେ ଯାତ୍ରୀ ହେଉ ନ ଥିବାରୁ ବନ୍ଦ ରହିଛି ା ତେବେ କେବେ ଅବସ୍ଥା ସୁଧୁରିବ ଓ କରୋନା କଟକଣା ହଟି ସମ୍ପୂର୍ଣ୍ଣ ଲକ୍‌ଡାଉନ ପ୍ରତ୍ୟାହାର ହେବ ସେ ସମୟକୁ ବସ୍‌ ମାଲିକମାନେ ଅନେଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗିରିପାଲିରେ ଡବଲ ମର୍ଡର: ଚେନ କ୍ରାଙ୍କ ମାଡ଼ରେ ଚାଲିଗଲା ୨ ଜଣଙ୍କ ଜୀବନ

ସମ୍ବଲପୁର,୮।୬(ପ୍ରମୋଦ ବହିଦାର): ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ…

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଗୁପ୍ତେଶ୍ୱର ଶୈବପୀଠରେ ଏକାଠି ହେଲେ ୧୯୮୨ ମାଟ୍ରିକ ବ୍ୟାଚର ଛାତ୍ର, ସରକାରୀ ସ୍କୁଲର ଅଭାବ….

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ୧୯୮୨ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରସଂଘର ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ…

ସରିଲା ମା’ ଫୁଲସୁନ୍ଦରୀଙ୍କ ଠାକୁରାଣୀ ଯାତ୍ରା, ମନ୍ଦିରକୁ ଫେରିଲେ ଫୁଲସୁନ୍ଦରୀ-ବରାହୀ ଠାକୁରାଣୀ

ପୁରୁଷୋତ୍ତମପୁର,୭।୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଚାଲିଥିବା ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପନ ହୋଇଛି । ରାତିରେ ମା’ ଫୁଲସୁନ୍ଦରୀ ଓ ମା’ ବରାହୀ…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

ଏୟାରଫୋର୍ସ Y ଗ୍ରୁପ ପରୀକ୍ଷା, ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କଲେ ଆସୁରାଳୀର ସୌରଜ୍ୟୋତି ଦାସ

ତିହିଡ଼ି,୭ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକର ଆସୁରାଳୀ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଅସୁରାଳିର ଯୁବ ପ୍ରତିଭା ସୌରଜ୍ୟୋତି ଦାସ । ପ୍ରଥମ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri