ଉଚ୍ଛେଦ ପରେ ପୁଣି ହେଉଛି ଜବରଦଖଲ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢି ଉଠୁଛି। ବର୍ଷ ବର୍ଷ ଧରି ବିନା ଅନୁମତିରେ ସରକାରଙ୍କ ମୂଲ୍ୟବାନ ଜମିକୁ ନିଜ ଆୟତ୍ତରେ ରଖୁଛନ୍ତି। ସ୍ଥାୟୀ ନିର୍ମାଣ ବି କରୁଛନ୍ତି। ତେଣୁ ଅନେକ ସମୟରେ ଜବରଦଖଲ ହଟାଇବାକୁ ଯାଇ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡୁଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହେଉ ଅବା ଖଣ୍ଡଗରି, ସତ୍ୟ ବିହାରରୁ ସାମନ୍ତରାପୁର, ପୋଖରୀପୁଟ, କୈଳାଶ ବିହାର, ଶୈଳଶ୍ରୀବିହାର, ପଟିଆ, ଡମଣା, ସତ୍ୟ ନଗର, ବରଗଡ଼, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ନଗର ଆଦି ସ୍ଥାନ ସମେତ ସହରର ୬୭ ଓ୍ବାର୍ଡରେ ଦୀର୍ଘବର୍ଷ ଧରି ଜବରଦଖଲ ସମସ୍ୟା ଲାଗି ରହୁଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ ପରେ ବିଡିଏ ପକ୍ଷରୁ ସମ୍ପୃକ୍ତ ସ୍ଥାନକୁ ତାର ବାଡ଼ ବା ପାଚେରି ବୁଲାଯିବା କଥା। ସେହିପରି ଉଚ୍ଛେଦ ପ୍ରକ୍ରିୟାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହିତ ଜେସିବି ମେଶିନ ଆଦି ନିୟୋଜିତ ଥାଏ। ସରକାରୀ ଅଧିକାରୀଙ୍କ ପରିଶ୍ରମ ଏବଂ ସରକାରୀ ଅର୍ଥକୁ ବ୍ୟୟ କରି ହେଉଥିବା ଏହି ପ୍ରକ୍ରିୟା ଯେପରି ଦୀର୍ଘସ୍ଥାୟୀ ହୋଇ ପାରିବ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବା କଥା। ମାତ୍ର ତାହା ହେଉନାହିଁ। ଗୋଟିଏ ସ୍ଥାନରୁ ଜବରଦଖଲ ହଟାଯିବା ପରେ ବିଡିଏ ନିଶ୍ଚିତରେ ରହି ଯାଉଛି। ଫଳରେ ଖାଲି ସ୍ଥାନ ଦେଖି ଜମି ମାଫିଆ ବା ଜବରଦଖଲକାରୀ ପୁଣି ନିଜ କବ୍‌ଜାକୁ ନେଇ ଯାଉଛନ୍ତି। ପ୍ରଶାସନର ନିଦ ଭାଙ୍ଗିବା ପରେ ପୁଣିଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଉଛି। ଏଦ୍ୱାରା ବାରମ୍ବାର ସରକାରୀ ଅର୍ଥ ଓ ବଳର ଅପବ୍ୟବହାର ହେଉଛି।
ଏ ସମ୍ପର୍କରେ ବିଡିଏର ଲ୍ୟାଣ୍ଡ ପ୍ରୋଟେକ୍ସନ ସେଲ୍‌ ସିଭିଲ୍‌ ପ୍ରୋଜେକ୍ଟ ଇଞ୍ଜିନିୟର ନିରୋଜ ପଟ୍ଟନାୟକ କହିଛନ୍ତି, ସବୁ ସ୍ଥାନରେ ଉଚ୍ଛେଦ ପରେ ପାଚେରୀ ବା ତାର ବାଡ ବୁଲାଯିବା କଥା, ମାତ୍ର ତାହା କରାଯାଇ ପାରୁନାହିଁ। ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରେ ପାଚେରୀ ନିର୍ମାଣ କରାଯାଉଛି। ସତ୍ୟବିହାର, କୈଳାଶ ବିହାର, ପଟିଆ ନିକଟ କ୍ଲବ୍‌ ଟାଉନ, ଜାଗମରା, ଗାଡ଼କଣସ୍ଥିତ କେଳୁଚରଣ ପାର୍କ ସମ୍ମୁଖ ସ୍ଥାନ ଭଳି ବହୁ ସ୍ଥାନରେ ପାଚେରୀ କରାଯାଇଛି। ବିଡିଏର ଏନ୍‌ଫୋର୍ସମେଣ୍ଟ ସେକ୍ସନ ପାଖକୁ ପ୍ରଥମେ ଜବରଦଖଲ ନେଇ ସୂଚନା ଆସିଥାଏ। ପରେ ସେମାନେ ସିଏମ୍‌ସି ପ୍ରୋଗ୍ରାମ ଅନୁଯାୟୀ କେଉଁଠାରେ ଉଚ୍ଛେଦ କରାଯିବ ତାହା ଆମକୁ (ଲ୍ୟାଣ୍ଡ ପ୍ରୋଟେକ୍ସନ୍‌ ସେଲ୍‌) ଅବଗତ କରାଇଥାନ୍ତି। ତେବେ ଅନେକ ସ୍ଥାନରେ ବିରୋଧ ସତ୍ତ୍ୱେ ମଧ୍ୟ ପୋଲିସ୍‌ର ସହାୟତାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବରଦଖଲ ହଟାଇ ଚାଲି ଆସୁଛନ୍ତି। ମାତ୍ର ଆମେ ସେଠାକୁ କାମ କରିବାକୁ ଯିବା ସମୟରେ ପ୍ରତିରୋଧର ଶିକାର ହେଉଛୁ। ସେହିପରି ପାଚେରୀ କଲାବେଳକୁ ଅଧିକାଂଶ ସମୟରେ ପାଖରେ ଥିବା ଲୋକମାନେ ସେମାନଙ୍କ ଜାଗା ବୋଲି ଦାବି କରୁଛନ୍ତି। ତେଣୁ ଉଚିତ୍‌ ରୂପେ ସୀମା ଚିହ୍ନଟ ଆବଶ୍ୟକ ହେଉଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ପାଚେରୀ କରିବା ସମୟସାପେକ୍ଷ ହୋଇଥାଏ। ଆମେ ପାଚେରୀ କରିଥିବା ସ୍ଥାନରେ ସେଭଳି କିଛି ଜବରଦଖଲ ହୋଇନାହିଁ। କରୋନା ସମୟରେ ଏହି କାର୍ଯ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ସେହିପରି ବର୍ଷା, ପବନ ଭଳି ପ୍ରାକୃତିକ ଦୁର୍ବିପାକ ବ୍ୟତୀତ ଉଚ୍ଛେଦ କରାଯାଇଥିବା ସ୍ଥାନଗୁଡିକରେ ପ୍ରତିଦିନ ପାଚେରୀ ବା ତାର ବାଡ଼ କାମ ଜାରି ରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?