ଉଚ୍ଛେଦ ପରେ ପୁଣି ହେଉଛି ଜବରଦଖଲ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରର ବହୁ ସରକାରୀ ଜମି ଜବରଦଖଲରେ ରହିଛି। ଜମି ମାଫିଆଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସରକାରୀ ଜମି ଉପରେ ଘର କରିବା ସହ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଛନ୍ତି। ଅନେକ ସ୍ଥାନରେ ବସ୍ତି ମଧ୍ୟ ଗଢି ଉଠୁଛି। ବର୍ଷ ବର୍ଷ ଧରି ବିନା ଅନୁମତିରେ ସରକାରଙ୍କ ମୂଲ୍ୟବାନ ଜମିକୁ ନିଜ ଆୟତ୍ତରେ ରଖୁଛନ୍ତି। ସ୍ଥାୟୀ ନିର୍ମାଣ ବି କରୁଛନ୍ତି। ତେଣୁ ଅନେକ ସମୟରେ ଜବରଦଖଲ ହଟାଇବାକୁ ଯାଇ ପ୍ରଶାସନକୁ ନାକେଦମ୍‌ ହେବାକୁ ପଡୁଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ହେଉ ଅବା ଖଣ୍ଡଗରି, ସତ୍ୟ ବିହାରରୁ ସାମନ୍ତରାପୁର, ପୋଖରୀପୁଟ, କୈଳାଶ ବିହାର, ଶୈଳଶ୍ରୀବିହାର, ପଟିଆ, ଡମଣା, ସତ୍ୟ ନଗର, ବରଗଡ଼, ମଞ୍ଚେଶ୍ୱର, ଭିଏସ୍‌ଏସ୍‌ନଗର ଆଦି ସ୍ଥାନ ସମେତ ସହରର ୬୭ ଓ୍ବାର୍ଡରେ ଦୀର୍ଘବର୍ଷ ଧରି ଜବରଦଖଲ ସମସ୍ୟା ଲାଗି ରହୁଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ ପରେ ବିଡିଏ ପକ୍ଷରୁ ସମ୍ପୃକ୍ତ ସ୍ଥାନକୁ ତାର ବାଡ଼ ବା ପାଚେରି ବୁଲାଯିବା କଥା। ସେହିପରି ଉଚ୍ଛେଦ ପ୍ରକ୍ରିୟାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହିତ ଜେସିବି ମେଶିନ ଆଦି ନିୟୋଜିତ ଥାଏ। ସରକାରୀ ଅଧିକାରୀଙ୍କ ପରିଶ୍ରମ ଏବଂ ସରକାରୀ ଅର୍ଥକୁ ବ୍ୟୟ କରି ହେଉଥିବା ଏହି ପ୍ରକ୍ରିୟା ଯେପରି ଦୀର୍ଘସ୍ଥାୟୀ ହୋଇ ପାରିବ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେବା କଥା। ମାତ୍ର ତାହା ହେଉନାହିଁ। ଗୋଟିଏ ସ୍ଥାନରୁ ଜବରଦଖଲ ହଟାଯିବା ପରେ ବିଡିଏ ନିଶ୍ଚିତରେ ରହି ଯାଉଛି। ଫଳରେ ଖାଲି ସ୍ଥାନ ଦେଖି ଜମି ମାଫିଆ ବା ଜବରଦଖଲକାରୀ ପୁଣି ନିଜ କବ୍‌ଜାକୁ ନେଇ ଯାଉଛନ୍ତି। ପ୍ରଶାସନର ନିଦ ଭାଙ୍ଗିବା ପରେ ପୁଣିଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଉଛି। ଏଦ୍ୱାରା ବାରମ୍ବାର ସରକାରୀ ଅର୍ଥ ଓ ବଳର ଅପବ୍ୟବହାର ହେଉଛି।
ଏ ସମ୍ପର୍କରେ ବିଡିଏର ଲ୍ୟାଣ୍ଡ ପ୍ରୋଟେକ୍ସନ ସେଲ୍‌ ସିଭିଲ୍‌ ପ୍ରୋଜେକ୍ଟ ଇଞ୍ଜିନିୟର ନିରୋଜ ପଟ୍ଟନାୟକ କହିଛନ୍ତି, ସବୁ ସ୍ଥାନରେ ଉଚ୍ଛେଦ ପରେ ପାଚେରୀ ବା ତାର ବାଡ ବୁଲାଯିବା କଥା, ମାତ୍ର ତାହା କରାଯାଇ ପାରୁନାହିଁ। ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରେ ପାଚେରୀ ନିର୍ମାଣ କରାଯାଉଛି। ସତ୍ୟବିହାର, କୈଳାଶ ବିହାର, ପଟିଆ ନିକଟ କ୍ଲବ୍‌ ଟାଉନ, ଜାଗମରା, ଗାଡ଼କଣସ୍ଥିତ କେଳୁଚରଣ ପାର୍କ ସମ୍ମୁଖ ସ୍ଥାନ ଭଳି ବହୁ ସ୍ଥାନରେ ପାଚେରୀ କରାଯାଇଛି। ବିଡିଏର ଏନ୍‌ଫୋର୍ସମେଣ୍ଟ ସେକ୍ସନ ପାଖକୁ ପ୍ରଥମେ ଜବରଦଖଲ ନେଇ ସୂଚନା ଆସିଥାଏ। ପରେ ସେମାନେ ସିଏମ୍‌ସି ପ୍ରୋଗ୍ରାମ ଅନୁଯାୟୀ କେଉଁଠାରେ ଉଚ୍ଛେଦ କରାଯିବ ତାହା ଆମକୁ (ଲ୍ୟାଣ୍ଡ ପ୍ରୋଟେକ୍ସନ୍‌ ସେଲ୍‌) ଅବଗତ କରାଇଥାନ୍ତି। ତେବେ ଅନେକ ସ୍ଥାନରେ ବିରୋଧ ସତ୍ତ୍ୱେ ମଧ୍ୟ ପୋଲିସ୍‌ର ସହାୟତାରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବରଦଖଲ ହଟାଇ ଚାଲି ଆସୁଛନ୍ତି। ମାତ୍ର ଆମେ ସେଠାକୁ କାମ କରିବାକୁ ଯିବା ସମୟରେ ପ୍ରତିରୋଧର ଶିକାର ହେଉଛୁ। ସେହିପରି ପାଚେରୀ କଲାବେଳକୁ ଅଧିକାଂଶ ସମୟରେ ପାଖରେ ଥିବା ଲୋକମାନେ ସେମାନଙ୍କ ଜାଗା ବୋଲି ଦାବି କରୁଛନ୍ତି। ତେଣୁ ଉଚିତ୍‌ ରୂପେ ସୀମା ଚିହ୍ନଟ ଆବଶ୍ୟକ ହେଉଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ପାଚେରୀ କରିବା ସମୟସାପେକ୍ଷ ହୋଇଥାଏ। ଆମେ ପାଚେରୀ କରିଥିବା ସ୍ଥାନରେ ସେଭଳି କିଛି ଜବରଦଖଲ ହୋଇନାହିଁ। କରୋନା ସମୟରେ ଏହି କାର୍ଯ୍ୟ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ସେହିପରି ବର୍ଷା, ପବନ ଭଳି ପ୍ରାକୃତିକ ଦୁର୍ବିପାକ ବ୍ୟତୀତ ଉଚ୍ଛେଦ କରାଯାଇଥିବା ସ୍ଥାନଗୁଡିକରେ ପ୍ରତିଦିନ ପାଚେରୀ ବା ତାର ବାଡ଼ କାମ ଜାରି ରହୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri