ଉଚ୍ଛେଦ ନୋଟିସ୍‌ ବିରୋଧରେ ପ୍ରତିବାଦ ସଭା

ବାରିପଦା ଅଫିସ,୨।୮- ବାରିପଦା ସହର ୱାର୍ଡ ନଂ.୨୭ର ଦେବେନ୍ଦ୍ରପୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଭୂମହୀନମାନଙ୍କୁ ଉଚ୍ଛେଦ କରିବା ପାଇଁ ବାରିପଦା ଉପଜିଲାପାଳ ନୋଟିସ କରିଛନ୍ତି। ଏହି ନୋଟିସକୁ ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ ପକ୍ଷରୁ ବିରୋଧ କରାଯାଇଛି। ୱାର୍ଡ ବାସିନ୍ଦାଙ୍କୁ ନେଇ ଏକ ବୈଠକ ସଂଘର ସଭାପତି ନନ୍ଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବାରିପଦା ପୌରାଞ୍ଚଳରେ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରାଯିବାରେ ଅହେତୁକ ବିଳମ୍ବ ହୋଇଛି। ଏହି ଆଇନ କାର୍ଯ୍ୟକାରୀ କରିବା ପରେ ୱାର୍ଡବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ ଏକ ବିଶାଳ ରାଲି କରାଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସମ୍ପାଦକ କାହ୍ନୁଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆଇନଜୀବୀ ରବି ଗୋସ୍ବାମୀ, ଭାରତୀ ପାତ୍ର, ପ୍ରୀୟଜିତ ମଦିନା, ଦେବେନ୍ଦ୍ରନାଥ କୁଣ୍ଡୁ, ସେଖ ରାଜୁ, ଗୌର କାଳନ୍ଦି, ରଙ୍ଗଲତା ରାୟଚୌଧୁରୀ, ସୁଶୀଳା ତୁଙ୍ଗ, ପ୍ରସନ୍ନ ବିନ୍ଧାଣୀ, ବୁଧୁ ସିଂ, ରତିକାନ୍ତ ସେଠୀ, ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ସୃଷ୍ଟିଧର ମହାନ୍ତ, ସୃଷ୍ଟିଧର ବେହେରା ଓ ମହେଶ୍ୱର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସାହିତ ଭାଜପା କର୍ମକର୍ତ୍ତା: ଗାଁ ଗାଁରେ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ଏବେ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଶାସନ କରୁଛି। ସେହିପରି କନ୍ଧମାଳ ସଂସଦୀୟ କ୍ଷେତ୍ର ମଧ୍ୟ ଭାଜପା ହାତରେ ରହିଛି। ଏହି ପ୍ରରିପ୍ରେକ୍ଷୀରେ…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଛତ୍ରପୁର,୨୧।୭(ଦିଲ୍ଲୀପ ସାମଲ/ଦ୍ଵାରୀକା ପଟ୍ଟନାୟକ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନ ମହାବିଦ୍ୟାଳୟରେ ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଦରମା…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

ଗାଈପଲକୁ ଧକ୍କା ଦେଲା ଅଜଣା ଗାଡ଼ି, ଛିଟିକି ହୋଇ ପଡିଲେ….

ବଲାଙ୍ଗୀର,୨୧।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ପେଲେସ ଲାଇନ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଅଜଣା ଗାଡ଼ି…

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ବିପଦ ସୃଷ୍ଟି କରୁଛି ମୁକୁଳା ଟ୍ରାନ୍ସଫର୍ମର: ଛାତ୍ରୀଛାତ୍ରଙ୍କ ପ୍ରତି ବିପଦ

ନୂଆପଡ଼ା,୨୧ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ମୁକଳା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ରହିଥିବାରୁ ବିଭିନ୍ନ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri