ଇ-କମର୍ସରେ ବିକ୍ରି ହେବନି ଅଣ ଅତ୍ୟାବଶ୍ୟକ ସାମଗ୍ରୀ

ନୂଆଦିଲ୍ଲୀ,୨୦ା୪(ପି.ଟି.): ଇ-କମର୍ସ ପ୍ଲାଟ୍‌ଫର୍ମ ଜରିଆରେ ମୋବାଇଲ୍‌ ଫୋନ୍‌, ରେଫ୍ରିଜରେଟର, ରେଡିମେଡ୍‌ ପୋଷାକ ଆଦି ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ସରକାର ଅନୁମତି ଦେବାର ୪ ଦିନ ପରେ ନିଷ୍ପତ୍ତି ବଦଳାଇଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକ ଏହିସବୁ ସାମଗ୍ରୀ ବିକ୍ରି କରିପାରିବେ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରବିବାର ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି। କ’ଣ ପାଇଁ ସରକାର ତାଙ୍କର ପୂର୍ବ ନିଷ୍ପତ୍ତି ବଦଳାଇଲେ ବୋଲି ପ୍ରଶ୍ନ ହେବାରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟସଲିଳା ଶ୍ରୀବାସ୍ତବ କହିଛନ୍ତି, ଦେଶରେ କୋଭିଡ୍‌-୧୯ ସ୍ଥିତି ଗତିଶୀଳ ଥିବାରୁ ସରକାରଙ୍କୁ ଦିନକୁ ଦିନ ନୂଆ ନିଷ୍ପତ୍ତି ନେବାକୁ ପଡ଼ୁଛି। ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତି ଦେଲେ ଏହା ଲକ୍‌ଡାଉନ୍‌ର ଉପଯୁକ୍ତ କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ ବୋଲି ଅନୁଭବ କରିବା ପରେ ସରକାର ନିଷ୍ପତ୍ତି ବଦଳାଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଏପ୍ରିଲ ୨୦ରୁ ଇ-କମର୍ସ ପ୍ଲାଟଫର୍ମରେ ଉପରୋକ୍ତ ସାମଗ୍ରୀ ବିକ୍ରି ଲାଗି ଗତ ୧୫ ତାରିଖରେ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ସରକାର କ’ଣ ପାଇଁ ନିଷ୍ପତ୍ତି ବଦଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ଇ-କମର୍ସ କମ୍ପାନୀ ଭଳି ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଲାଗି ଅନୁମତି ଦେବାକୁ ଖୁଚୁରା ବ୍ୟବସାୟୀମାନେ ସରକାରଙ୍କ ଉପରେ ଚାପ ପକାଇଥିବା ଚର୍ଚ୍ଚା ହେଉଛି। ନୂଆ ଗାଇଡଲାଇନରେ ସ୍ଥାନୀୟ ବ୍ୟବସାୟୀଙ୍କୁ ଅନୁମତି ନ ଦେଇ ଇ-କମର୍ସ କମ୍ପାନୀଗୁଡ଼ିକୁ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଅନୁମତି ଦେବା ପକ୍ଷପାତିତା ବୋଲି ଖୁଚୁରା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ବିରୋଧୀ ଦଳ କଂଗ୍ରେସ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ନିର୍ଦ୍ଦେଶନାମା ସ୍ପଷ୍ଟ କରୁ ବୋଲି କଂଗ୍ରେସ କହିଥିଲା। ତେବେ ଇ-କମର୍ସ କମ୍ପାନୀଗୁଡ଼ିକ ପୂର୍ବଭଳି ଖାଦ୍ୟ ସାମଗ୍ରୀ, ଔଷଧ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିପାରିବେ। ୨୦ ତାରିଖରୁ ମୋବାଇଲ୍‌ ଫୋନ୍‌, ଟାବଲେଟ୍‌, ଟିଭି ଆଦି ଯୋଗାଇବା ପାଇଁ ଇତିମଧ୍ୟରେ କେତେକ କମ୍ପାନୀ ଅର୍ଡର ରଖିଦେଇଛନ୍ତି। ସରକାରଙ୍କ ନୂଆ ନିର୍ଦ୍ଦେଶନାମା ପରେ ଏବେ ସେମାନଙ୍କୁ ଅର୍ଡର ଫେରାଇବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri