ଇସ୍ତଫା ଧାରା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କିଛିମାସ ପୂର୍ବେ ବହୁଳ ପ୍ରଚାରିତ ତିନି ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଏଜିଏମ୍‌ୟୁଟି କ୍ୟାଡର୍‌ ଅଧିକାରୀ କାନ୍ନନ୍‌ ଗୋପୀନାଥନ୍‌ ଓ କର୍ନାଟକ କ୍ୟାଡର ଅଧିକାରୀ ଶଶିକାନ୍ତ ସେନ୍ଥିଲ୍‌ ଦେଶରେ ବିରୋଧର ସ୍ବରକୁ ଚାପି ଦିଆଯାଉଥିବା ଅଭିଯୋଗ କରି ଚାକିରିରୁ ଇସ୍ତଫା ଦେଇଥିଲେ। ଜମ୍ମୁ-କଶ୍ମୀରରେ ଲାଗୁ କରାଯାଇଥିବା କଟକଣାକୁ ଏକ କାରଣ ବୋଲି ଦର୍ଶାଇ ସେମାନେ ପଦ ଛାଡିବାର ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ। ବର୍ତ୍ତମାନ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅବଦୁର ରହମାନ ଚାକିରି ଛାଡିବା ଲାଗି ଘୋଷଣା କରିଛନ୍ତି। ଏହି ଆଇନ ସାମ୍ପ୍ରଦାୟିକ ଓ ଅସାମ୍ବିଧାନିକ ବୋଲି ସେ ଅଭିଯୋଗ କରିଛନ୍ତି। ୧୯୭୭ ବ୍ୟାଚ୍‌ର ଅଧିକାରୀ ରହମାନ ମହାରାଷ୍ଟ୍ରର ରାଜ୍ୟ ମାନବାଧିକାର ଆୟୋଗରେ ସ୍ବତନ୍ତ୍ର ପୋଲିସ ମହାନିରୀକ୍ଷକ ଅଛନ୍ତି। ନାଗରିକ ଅଧିକାରର ଉଲ୍ଲଂଘନ କରୁଥିବା ସିଏଏ ଭାରତୀୟ ସାମ୍ପ୍ରଦାୟିକ ସଦ୍‌ଭାବନା ଏବଂ ସହିଷ୍ଣୁତାର ବିରୋଧୀ ହୋଇଥିବାରୁ ତା’ର ପ୍ରତିବାଦରେ ସେ ଚାକିରି ଛାଡ଼ିବା ଲାଗି ସ୍ଥିର କରିଛନ୍ତି। ଖବର ଅନୁସାରେ ସେ ଗତ ଅଗଷ୍ଟ ମାସରେ ସ୍ବେଚ୍ଛାକୃତ ଅବସର ନେବାକୁ ଚାହିଁଥିଲେ, ଯେଉଁଥିପାଇଁ ମହାରାଷ୍ଟ୍ରର ପୂର୍ବତନ ଫଡ୍‌ନବିିସ ସରକାର ତାଙ୍କୁ ଆଇଜିପି ପାହ୍ୟାକୁ ପଦୋନ୍ନତି ଦେଇ ନ ଥିଲେ। ମୋଦି ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଯୋଗୁ ବରିଷ୍ଠ ଅଧିକାରୀମାନଙ୍କର ଏହି ଇସ୍ତଫା ଧାରା ଏହାର କାରଣ ସମ୍ପର୍କରେ ପୁନଃସମୀକ୍ଷା କରିବାକୁ ସରକାରଙ୍କୁ ବାଧ୍ୟକରିଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମଧ୍ୟ ଏହା ଉପରେ ଅନୁଧ୍ୟାନ କରୁଛି। ଆଇଏଏସ୍‌ ଅଧିକାରୀଙ୍କ ଭିତରେ ଉଠୁଥିବା ଅସନ୍ତୋଷର ସ୍ବରକୁ ସରକାର ଶୁଣିବା ଉଚିତ।
କ୍ୟାରିୟର ପଥରେ ବାଧା
କ୍ଷମତାଶାଳୀ ଆଇଏଏସ୍‌ ଅଧିକାରୀମାନଙ୍କ ପ୍ରଭାବରେ ଭାରତୀୟ ଅର୍ଥନୈତିକ ସେବା (ଆଇଇଏସ୍‌) ଅଧିକାରୀମାନେ ନିଜକୁ ଦୀର୍ଘଦିନ ହେଲା ଉପେକ୍ଷିତ ମନେକରି ଆସୁଛନ୍ତି। ନିକଟରେ ଭାରତୀୟ ଅର୍ଥନୈତିକ ସେବା ସଂଘ (ଆଇଇଏସ୍‌ଏ)ର ବାର୍ଷିକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ୧୦୦ ଜଣ ଆଇଇଏସ୍‌ ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିରେ ସେମାନେ କ୍ୟାଡର ନିୟନ୍ତ୍ରକ କର୍ତ୍ତୃପକ୍ଷ ତଥା ଅର୍ଥନୀତି ବ୍ୟାପାର ବିଭାଗର ସଚିବ ଅତନୁ ଚକ୍ରବର୍ତ୍ତୀଙ୍କୁ ସେମାନଙ୍କ କ୍ୟାରିୟର ପଥରେ ରହିଥିବା ବାଧା ଦୂର କରିବା ସହ ସମୟଭିତ୍ତିକ ପଦୋନ୍ନତି, ହାଉସିଂ ପ୍ରୋଜେକ୍ଟ ଓ ଆର୍ଥିକ ସେବା ଲାଗି ଏକ ସ୍ବତନ୍ତ୍ର ଟ୍ରେନିଂ ଏକାଡେମୀ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ଭାରତୀୟ ଅର୍ଥନୈତିକ ସେବା ସରକାରୀସ୍ତରରେ ନୀତି ନିର୍ଦ୍ଧାରଣ ଲାଗି ଯୋଗାଇ ଆସୁଥିବା ଅର୍ଥନୈତିକ ଜ୍ଞାନ ତଥା ବୃତ୍ତିଗତ ସହଯୋଗ ଉପରେ ସଂଘ ଗୁରୁତ୍ୱ ପ୍ରଦାନ କରିଥିଲା। ଅଧିକାରୀମାନେ ଦାବି କରିଥିଲେ ଯେ, ଅନ୍ୟ କୌଣସି ସେବା (ଆଇଏଏସ୍‌ ଆଦି) ଏ କ୍ଷେତ୍ରରେ ଅର୍ଥନୈତିକ ଜ୍ଞାନ ସହଯୋଗ ଦେଇପାରିବ ନାହିଁ। ସେଥିଲାଗି ଅନ୍ୟ ସେବାଗୁଡିକଠାରୁ ଏହା ଆଗରେ ରହିଆସିଛି। ଏହି ସଭାରେ ମୁଖ୍ୟଅତିଥି ଭାବେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. କେ. ସୁବ୍ରମଣ୍ୟନ୍‌ ଯୋଗଦେଇଥିଲେ। ଉଭୟ ସୁବ୍ରମଣ୍ୟନ୍‌ ଓ ଚକ୍ରବର୍ତ୍ତୀ ଆଇଇଏସ୍‌ ବାବୁମାନଙ୍କ ଦାବି ସରକାରଙ୍କ ପାଖରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି।
ଆଇପିଏସ୍‌ ବାବୁଙ୍କ ଅଭାବ
ରାଜ୍ୟଗୁଡିକ ଆଇପିଏସ୍‌ ଅଧିକାରୀମାନଙ୍କୁ କେନ୍ଦ୍ରୀୟ ପ୍ରତିନିଯୁକ୍ତି (ଡେପୁଟେଶନ) ପାଇଁ ପଠାଉ ନ ଥିବାରୁ କେନ୍ଦ୍ରରେ ଏହି ଅଧିତ୍କାରୀମାନଙ୍କର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏଣୁ କେନ୍ଦ୍ର ସରକାର ପ୍ରତିନିଯୁକ୍ତି ପାଇଁ ରହିଥିବା ସଂରକ୍ଷିତ ପଦକୁ ୫୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଇପିଏସ୍‌ ଅଧିକାରୀଙ୍କ ସେଣ୍ଟ୍ରାଲ ଡେପୁଟେଶନ ରିଜର୍ଭ (ସିଡିଆର୍‌) କୋଟା ୧,୦୭୫ରୁ ୫୦୦କୁ ହ୍ରାସ କରିବାକୁ ଯୋଜନା କରିଛି ବୋଲି ସବୁ ରାଜ୍ୟକୁ ଜଣାଇ ଦେଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି। ଏବେ କେନ୍ଦ୍ରୀୟ ପ୍ରତିନିଯୁକ୍ତିରେ ମାତ୍ର ୪୨୮ ଜଣ ଆଇପିଏସ୍‌ ଅଧିତ୍କାରୀ ରହିଛନ୍ତି। ମୋଦି ସରକାର ଆଇଏଏସ୍‌ ଅଧିକାରୀମାନଙ୍କ ପାଇଁ କେନ୍ଦ୍ରୀୟ ଡେପୁଟେଶନକୁ ବାଧ୍ୟତାମୂଳକ କରୁଥିବାବେଳେ ଆଇପିଏସ୍‌ ଅଧିକାରୀମାନଙ୍କ କୋଟା ହ୍ରାସ କଥା ପଦାକୁ ଆସିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇପିଏସ୍‌ ଅଧିକାରୀମାନେ ସ୍ବାଗତ କରିନାହାନ୍ତି। ଏହାଦ୍ୱାରା ପୋଲିସ ସେବାର ସର୍ବଭାରତୀୟତ୍ୱ ଗୁଣ ପ୍ରଭାବିତ ହେବ ଓ ଉକ୍ତ ସେବାର ପ୍ରକୃତି ବଦଳିଯିବ ବୋଲି ସେମାନେ ଭୟ କରୁଛନ୍ତି। ଅନେକେ ମନେକରୁଛନ୍ତି ଯେ, ଏବକାର ଅଭାବ ଅସ୍ଥାୟୀ ଏବଂ ଏହାର ସମାଧାନ ଲାଗି ସରକାର ଅନ୍ୟ ସ୍ବଳ୍ପକାଳୀନ ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ପ୍ରତିବର୍ଷ ଆଇପିଏସ୍‌ ଅଧିକାରୀମାନଙ୍କର ନିଯୁକ୍ତି ବୃଦ୍ଧି ପାଉଥିବାରୁ ପୋଲିସ ସେବାର ପ୍ରକୃତିକୁ ପରିବର୍ତ୍ତନ ନ କରି ମଧ୍ୟ ଏହି ପରିସ୍ଥିତିକୁ ସୁଧରାଯାଇ ପାରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri