Categories: ଖେଳ

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ ହରାଇବ। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଟମ୍‌ ହାରିସନ ଅନୁମାନ କରି କହିଛନ୍ତି। ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟକୁ ହିସାବରେ ନେଇ ସେ ଏକଥା କହିଛନ୍ତି। ଇସିବି ଆଉ ୯ ରାଉଣ୍ଡ ଖେଳ ବାକି ଥାଇ କାଉଣ୍ଟି ସିଜନକୁ ଜୁଲାଇ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି। ହାରିସନ କହିଛନ୍ତି ଆମେ ଇତିମଧ୍ୟରେ ୧୦୦ନିୟୁତ ପାଉଣ୍ଡ ରାଜସ୍ବ ହରାଇ ସାରିଛୁ। କରୋନା ମହାମାରୀ ଜନିତ ସଂକଟରୁ ଉଦ୍ଧାର ପାଇଁ ୧୮ଟି କାଉଣ୍ଟି ଦଳ ପାଇଁ ୬୧ ନିୟୁତ ପାଉଣ୍ଡର ଏକ ପ୍ୟାକେଜ ଇତିମଧ୍ୟରେ ପ୍ରସ୍ତୁତ ହୋଇସାରିଛି। ଏହାଛଡ଼ା ରିକ୍ରିଏଶନାଲ କ୍ଲବଗୁଡ଼ିକ ପାଇଁ ଆର୍ଥତ୍କ ସହାୟତା ଓ ଋଣ ବ୍ୟବସ୍ଥା କରାଯାଇଥିବା ହାରିସନ ସୂଚନା ଦେଇଛନ୍ତି।

Share