ଇଲେକ୍ଟୋରାଲ ବଣ୍ଡ୍‌: ରାଜକୋଷକୁ ମାଡ଼

ନୀତିନ୍‌ ସେଠୀ
ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମରେ ପରିବର୍ତ୍ତନ କରିବା ପାଇଁ ମୋଦି ସରକାରଙ୍କ ପ୍ରସ୍ତାବକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲେ। ରାଜ୍ୟ ସଭାର ସମ୍ମତିର ଆବଶ୍ୟକତା ଥିଲେ ମଧ୍ୟ ତାହା ବାହାରେ ଯାଇ ସରକାର ଲୋକ ସଭାରେ ଏହାର ଅନୁମୋଦନ କରାଇ ନେଇଛନ୍ତି, ଯାହା ଅସାମ୍ବିଧାନିକ ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ପାଇଥିବା ତଥ୍ୟରୁ ଜଣାପଡ଼ିଛି। ସବୁଠାରୁ ଖରାପ କଥା ହେଲା ସରକାର ଜାଣିଶୁଣି ଅବୈଧ ପଥରେ ଯାଇ ରାଜନୈତିକ ଦଳଗୁଡ଼ିକୁ ଅସୀମିତ ପାଣ୍ଠି ଦାନକରିବା ପାଇଁ ଶେଲ୍‌ କମ୍ପାନୀଗୁଡ଼ିକୁ ଅନୁମତି ଦେଇଛନ୍ତି, ଯାହାର ବିବରଣୀ ସରକାରୀ ବୈଠକରେ ନଥିଭୁକ୍ତ ହୋଇନାହିଁ। ଏହାକୁ କେବଳ ଅନୌପଚାରିକ ଆଲୋଚନା ବୋଲି ଲେଖାଯାଇଛି ଏବଂ ଯେଉଁ ଅଫିସରମାନଙ୍କ ଭିତରେ ଆଲୋଚନା ହେଲା ସେମାନଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଏହା ବେଆଇନ କାରଣ ଏହା ସୁପ୍ରିମ୍‌କୋର୍ଟଙ୍କ ରାୟର ଅବମାନନା କରୁଛି ଏବଂ ଏହା ସରକାରଙ୍କ ଆଚରଣ ବିଧିର ମଧ୍ୟ ଉଲ୍ଲଂଘନ କରୁଛି।
ଭାଜପା ସରକାରଙ୍କ ଆଇନ ମନ୍ତ୍ରଣାଳୟ ନିଜର ସମ୍ମତି ସପକ୍ଷରେ ଯୁକ୍ତି ଦର୍ଶାଇଛି ଯେ, ପୂର୍ବରୁ ନଜିର ରହିଥିବାରୁ ଏପରି ବିଧିବ୍ୟବସ୍ଥାର ଉଲ୍ଲଂଘନ କରିବାରେ କୌଣସି ଦୋଷ ନାହିଁ। ଇଲେକ୍ଟୋରାଲ୍‌ ବଣ୍ଡ୍‌ ଯୋଜନା ସମ୍ପର୍କରେ ଅରୁଣ ଜେଟ୍‌ଲୀ ତାଙ୍କର ୨୦୧୭ ବଜେଟ ଭାଷଣରେ ଘୋଷଣା କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ଆଇନରେ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ସବୁଠାରୁ ବିବାଦୀୟ ପରିବର୍ତ୍ତନ କମ୍ପାନୀ ଆଇନରେ କରାଯାଇଛି, ଯେଉଁ ନିୟମ ଅନୁସାରେ କେବଳ ଲାଭ କରୁଥିବା କମ୍ପାନୀ ଛଡ଼ା ଅନ୍ୟମାନେ ଏବଂ କୌଣସି ବ୍ୟବସାୟ କରୁ ନ ଥିବା ଶେଲ୍‌ କମ୍ପାନୀଗୁଡ଼ିକ ଦାନ ଦେବେ ନାହିଁ। ପୂର୍ବର ନିୟମ ଅନୁସାରେ କମ୍ପାନୀଗୁଡ଼ିକ ଯେଉଁ ଦାନ ଦେବେ ତାହାର ଗୋଟାଏ ସୀମା ରହିବ ଏବଂ ସେମାନେ କାହାକୁ ଦାନ ଦେଲେ ତାହା ପ୍ରକାଶ କରିବେ। ଶାସକ ଭାଜପା ଜାଣିଥିଲା ଯେ ଏହି ବିବାଦୀୟ ସ୍କିମ୍‌କୁ ରାଜ୍ୟ ସଭାରେ ପାସ୍‌ କରାଇବା କଷ୍ଟକର ହେବ, କାରଣ ଉଚ୍ଚ ସଦନରେ ଏହାର ଯଥେଷ୍ଟ ସଂଖ୍ୟା ନାହିଁ। ବର୍ତ୍ତମାନ ସ୍ବଚ୍ଛତା କର୍ମୀ ତଥା ଏନ୍‌ସିପିଆର୍‌ଆଇ ସଦସ୍ୟ ସୌରଭ ଦାସ ସୂଚନା ଅଧିକାର ଆଇନ ଅନୁସାରେ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କେମିତି ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଜ୍ୟ ସଭାକୁ ଉପେକ୍ଷା କରି ପୂର୍ବ ନଜିର ଆଳରେ ଉକ୍ତ ବିଲ୍‌କୁ ପାସ୍‌ କରାଇନେଇଛନ୍ତି। ସମ୍ବିଧାନର ଧାରା ୧୧୦ ଅନୁସାରେ ଏକ ଅର୍ଥ ବିଲ୍‌କୁ ରାଜ୍ୟ ସଭାକୁ ପଠାଇବାର ଆବଶ୍ୟକତା ନାହିଁ। ପ୍ରାପ୍ତ ଦଲିଲ ଅନୁସାରେ ଜେଟଲୀଙ୍କ ଅଧୀନରେ ଥିବା କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅର୍ଥ ବିଲ୍‌ କେଉଁ ବାଟ ଦେଇ ଯିବ ତା’ର ଆଇନଗତ ଦିଗ ଉପରେ ଆଇନ ମନ୍ତ୍ରଣାଳୟର ପରାମର୍ଶ ଲୋଡ଼ିଥିଲା। ଆଇନ ମନ୍ତ୍ରଣାଳୟ କହିଲା ଯେ ସେମିତି ଦେଖିବାକୁ ଗଲେ ଏହାକୁ ଏକ ଅର୍ଥ ବିଲ୍‌ ଭାବେ ବିବେଚନା କରା ନ ଯାଇପାରେ, ତଥାପି ଏହା ଉପରେ ସ୍ବାକ୍ଷର କରିଦେଲା। ଫଳତଃ ବିଲ୍‌ଟି ଆଉ ରାଜ୍ୟ ସଭାକୁ ନ ଯାଇ ପାସ୍‌ ହୋଇଗଲା। ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ହଫ୍‌ପୋଷ୍ଟ ଇଣ୍ଡିଆ ମାଗିଥିବା ତଥ୍ୟ ଏପର୍ଯ୍ୟନ୍ତ ପ୍ରଦାନ କରିନାହିଁ।
୨୦୧୭ରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ସହ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ମଧ୍ୟ ଥିଲେ। ଇଲେକ୍ଟୋରାଲ ବଣ୍ଡ୍‌ ସ୍କିମ୍‌ରେ କାରସାଦି କରିବା ପାଇଁ ତାଙ୍କର ଦୁଇଟି ମନ୍ତ୍ରିପଦର ଆବଶ୍ୟକତା ଥିଲା। ବଜେଟ ଓ ଅର୍ଥ ବିଲ୍‌ ଉପସ୍ଥାପନର କେଇ ସପ୍ତାହ ପରେ ମାର୍ଚ୍ଚ ୮ରେ ସେ କମ୍ପାନୀ ଆକ୍ଟ ୨୦୧୩ରେ ପରିବର୍ତ୍ତନ କରିବା ପାଇଁ ତାଙ୍କ ଅଫିସରମାନଙ୍କ ସହ ଏକ ବୈଠକ କଲେ। ଏହି ସଂଶୋଧନଗୁଡ଼ିକ ମଧ୍ୟରେ ଗୋଟିଏ ଥିଲା କମ୍ପାନୀଗୁଡ଼ିକରେ ସ୍ବାଧୀନ ନିର୍ଦ୍ଦେଶକମାନଙ୍କ ଭୂମିକା, ଯାହା ଅଳ୍ପଦିନ କାର୍ଯ୍ୟକ୍ଷମ ରହିଥିଲା। ସେମାନଙ୍କ ମଧ୍ୟରୁ କେହି ହେଲେ କର୍ପୋରେଟ୍‌ମାନଙ୍କର ରାଜନୈତିକ ଦାନ ସହ ସଂଶ୍ଳିଷ୍ଟ ନ ଥିଲେ ବୋଲି ହଫ୍‌ପୋଷ୍ଟ ଇଣ୍ଡିଆ ଦ୍ୱାରା ପ୍ରାପ୍ତ ରେକର୍ଡରୁ ଜଣାପଡ଼ିଛି। ତଥାପି ମାର୍ଚ୍ଚ ୧୬ରେ ସେମାନେ ଦାଖଲ କରିଥିବା ଫାଇଲରେ ଶେଲ୍‌ କମ୍ପାନୀଗୁଡ଼ିକ ମଧ୍ୟ ରାଜନୈତିକ ଦଳଗୁଡ଼ିକ ଦାନ ଦେଇ ପାରିବେ ବୋଲି ପ୍ରସ୍ତାବ ରହିଥିଲା। ମାର୍ଚ୍ଚ ୮ରେ ଅନୁଷ୍ଠିତ ବୈଠକରେ କିନ୍ତୁ ଏ ନୂଆ ପ୍ରସ୍ତାବ ନ ଥିଲା। ଅନ୍ୟାନ୍ୟ ଭିତରେ ନିଷ୍ପତ୍ତି ନିଆଗଲା ଯେ, ଇଲେକ୍ଟୋରାଲ ଫଣ୍ଡିଂରେ ସ୍ବଚ୍ଛତା ଆଣିବା ପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପକୁ ଦୃଷ୍ଟିରେ ରଖି କମ୍ପାନୀ ଆଇନ ୨୦୧୩ର ଧାରା ୧୮୨ରେ କେତେକ ପରିବର୍ତ୍ତନ କରାଯିବ। ଏଥିରେ ହୋଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟରୁ ଗୋଟିଏ ହେଉଛି କର୍ପୋରେଟ୍‌ ଦାନ ନେଟ୍‌ ଲାଭର ୭.୫ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ରହିଥିବା ନିୟମକୁ ଉଠାଇଦେବା ଏବଂ ଦ୍ୱିତୀୟଟି ହେଉଛି କର୍ପୋରେଟ୍‌ଗୁଡ଼ିକ ଦାନ ଦେଉଥିବା ରାଜନୈତିକ ଦଳଗୁଡ଼ିକର ନାମ ଗୋପନ ରଖାଯିବା। ବୈଠକରେ କିଏ ଏଭଳି ପ୍ରସ୍ତାବ ଦେଲେ ତାହା ଫାଇଲ ନୋଟିଂରେ ଉଲ୍ଲେଖ କରାଯାଇ ନାହିଁ ବରଂ ଅଫିସରମାନଙ୍କ ଭିତରେ ଅନୌପଚାରିକ ଆଲୋଚନାରେ ଏହା ସ୍ଥିର ହେଲା ବୋଲି ଉଲ୍ଲେଖ ଅଛି। କିନ୍ତୁ ଅଫିସ୍‌ ପ୍ରୋସିଡିଓରର ମାନୁଆଲ ଅନୁସାରେ ଟେଲିଫୋନ୍‌ ଆଲୋଚନା ସମେତ ଅଫିସରମାନଙ୍କ ଭିତରେ ହେଉଥିବା ସମସ୍ତ ଆଲୋଚନାର ରେକର୍ଡ ରହିବା ଉଚିତ। ସର୍ଭିସ୍‌ ଆଚରଣ ବିଧିରେ କୌଣସି ଅଫିସର ମୌଖିକ ଆଦେଶକୁ ଗ୍ରହଣ କରିବେ ନାହିଁ ବୋଲି ନିର୍ଦ୍ଦେଶନାମା ରହିଛି। ସୁପ୍ରିମ୍‌କୋର୍ଟ ମଧ୍ୟ ମୌଖିକ ଆଲୋଚନା ଓ ଆଦେଶକୁ ବେଆଇନ ବୋଲି କହିଛନ୍ତି। ତେଣୁ ଅଫିସରମାନଙ୍କ ଦ୍ୱାରା କରାଯାଇଥିବା ଅନୌପଚାରିକ ଆଲୋଚନା ହେଉଛି ବେଆଇନ।
ସରକାର ଯେତେବେଳେ ଗୋଟିଏ ଆଇନରେ ସଂଶୋଧନ କରନ୍ତି ସେତେବେଳେ ସଂଶୋଧନ ବିଲ୍‌ର ଚିଠା ପ୍ରସ୍ତାବରେ କ’ଣ କ’ଣ ସଂଶୋଧନ କରାଯିବ ତାହା ଉଲ୍ଲେଖ ଥାଏ। ବିଭିନ୍ନ ମନ୍ତ୍ରଣାଳୟର ଅଫିସରମାନେ ତାହା ଉପରେ ତର୍ଜମା କରନ୍ତି ଏବଂ ସାଧାରଣ ଜନତାଙ୍କଠାରୁ ମଧ୍ୟ ବେଳେବେଳେ ମତାମତ ନିଆଯାଏ। ତା’ପରେ ସଂଶୋଧନ ବିଲ୍‌ଟିକୁ ଲୋକ ସଭା ଓ ରାଜ୍ୟ ସଭାରେ ଆଲୋଚନା ଓ ସପକ୍ଷ ବା ବିପକ୍ଷରେ ଭୋଟ ପାଇଁ ଉପସ୍ଥାପନ କରାଯାଏ। କିନ୍ତୁ ମୋଦି ସରକାର ଭାବିଲେ କାହାରି ନାମ ଉଲ୍ଲେଖ ନ ଥାଇ ଅନୌପଚାରିକ ଆଲୋଚନା ହେଉଛି ଯଥେଷ୍ଟ। ପୁଣି ସରକାର ଏହାକୁ ମନି ବିଲ୍‌ ବୋଲି କହି ରାଜ୍ୟ ସଭାରେ ବିତର୍କକୁ ଟାଳିଦେଲେ।
ସମ୍ବିଧାନର ଧାରା ୧୧୦ ଅନୁସାରେ ତାହାକୁ ମନି ବିଲ୍‌ କୁହାଯିବ ଯେଉଁଥିରେ ସରକାରଙ୍କର ଆୟ, ବ୍ୟୟ, ଟିକସ ଓ ଉଧାର ଆଦି କଥା ରହିଥିବ, ଯାହା ଦେଶର ପାଣ୍ଠିକୁ ପ୍ରଭାବିତ କରୁଥିବ। ତେଣୁ ଉକ୍ତ ସଂଜ୍ଞା ଅନୁସାରେ ଏହା କେବେହେଲେ ଏକ ମନି ବିଲ୍‌ ନୁହେଁ। ତଥାପି ଏହାକୁ ମନି ବିଲ୍‌ କହି ରାଜ୍ୟ ସଭାରେ ଆଲୋଚନା ହେବାକୁ ଦିଆଗଲା ନାହିଁ, କାହିଁକି ନା ରାଜ୍ୟ ସଭାରେ ସରକାରୀ ଦଳର ଯଥେଷ୍ଟ ସଂଖ୍ୟା ନ ଥିଲା।
ରାଜନୈତିକ ଦାନ ଲାଗି ରହିଥିବା ୭.୫ ପ୍ରତିଶତ ସୀମାକୁ ଉଠାଇ ଦିଆଯିବା ଫଳରେ ରାଜକୋଷ ଉପରେ ଏହାର ଯଥେଷ୍ଟ କୁପ୍ରଭାବ ପଡ଼ିଛି। କାରଣ ଏହି ଦାନ ଦ୍ୱାରା ଆୟକରରେ ରିହାତି ମିଳୁଥିବାରୁ କମ୍ପାନୀମାନେ ଅଧିକ ଦାନ ଦେଇ ଅଧିକ ଟିକସ ଦେବାରୁ ମୁକ୍ତି ପାଇଲେ। ଏହା ରାଜକୋଷକୁ ମାଡ଼ ସଦୃଶ ହେଲା। କିପରି ଏ ବେଆଇନ ବିଲ୍‌ ପାସ୍‌ ହେଲା ସେ ସମ୍ପର୍କରେ ସ୍ବଚ୍ଛତା କର୍ମୀ ସୌରଭ ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ତଥ୍ୟ ମାଗିଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟ କୌଣସି ନିର୍ଦ୍ଦିଷ୍ଟ ବିଷୟକ ତଥ୍ୟ ମଗାଯାଇ ନାହିଁ କହି ତଥ୍ୟ ଦେବାକୁ ମନା କରିଦେଇଛି।
moruoak00@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri