Posted inଖେଳ

ଇର୍ଫାନଙ୍କ ବିୟୋଗରେ କ୍ରୀଡ଼ାଜଗତରେ ଶୋକ: ଦୁଃଖ ପ୍ରକାଶ କଲେ ସଚିନ, ସେହ୍ବାଗ, କୋହଲି, ଯୁବି

ନୂଆଦିଲ୍ଳୀ,୨୯।୪: ବଲିଉଡ ଅଭିନେତା ଇର୍ଫାନ ଖାନ୍‌ଙ୍କ ପରଲୋକରେ ସାରା କ୍ରୀଡ଼ାଜଗତ ଶୋକ ପ୍ରକାଶ କରିଛି। ୫୪ ବର୍ଷରେ ଇର୍ଫାନ କ୍ୟାନ୍‌ସର କାରଣରୁ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ବୁଧବାର ମୃତ୍ୟୁବରଣ କରିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ, ଭାରତୀୟ ହକି ଅଧିନାୟକ ମନ୍‌ପ୍ରୀତ ସିଂ, ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ, ଓପନର ଶିଖର ଧାଓ୍ବନ, ମହମ୍ମଦ କୈଫ, ଅମିତ ମିଶ୍ରା, ହିମା ଦାସ, ବକ୍ସର ବିଜେନ୍ଦର ସିଂଙ୍କ ଭଳି କ୍ରୀଡ଼ାବିତ୍‌ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।
ଇର୍ଫାନ ମୋର ଫେଭରାଇଟ୍‌ ଅଭିନେତା ଥିଲେ। ତାଙ୍କର ସବୁ ସିନେମା ଦେଖିଛି। ଶେଷ ସିନେମା ଅଙ୍ଗ୍ରେଜି ମିଡିମ ମଧ୍ୟ ଦେଖିଛି। ତାଙ୍କର ଆତ୍ମାର ସଦ୍‌ଗତି ହେଉ ବୋଲି ସଚିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ କହିଛନ୍ତି। ସେହିପରି ସେ ଜଣେ ମହାନ୍‌ ଅଭିନେତା ତଥା ମଣିଷ ଥିଲେ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ସେହ୍ବାଗ ଟୁଇଟ୍‌ କରି ଜଣାଇଛନ୍ତି। ଇର୍ଫାନ ଜଣେ ପ୍ରତିଭାସମ୍ପନ୍ନ ଅଭିନେତା ଥିଲେ ଓ ଅଭିନୟର ଯାଦୁରେ ସେ ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ। ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି କୋହଲି ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି। ଆମେ ଜଣେ ମହାନ୍‌ ଅଭିନେତାଙ୍କୁ ହରାଇଲୁ ବୋଲି ହିମା ଟୁଇଟ କରି ଉଲ୍ଲେଖ କରିଛନ୍ତି। ଇର୍ଫାନ ମୋର ଅନ୍ୟତମ ପ୍ରିୟ ଅଭିନେତା ଥିଲେ ଓ ତାଙ୍କ ଅଭିନୟ କାରଣରୁ ସେ ସବୁଦିନ ଜୀବିତ ରହିବେ ବୋଲି କୈଫ୍‌ କହିଛନ୍ତି। ସେହିପରି ଆମେ ସବୁଦିନ ପାଇଁ ତାଙ୍କୁ ହରାଇଲୁ ବୋଲି ଅମିତ୍‌ କହିଛନ୍ତି। ସେହିପରି ଇର୍ଫାନଙ୍କ ସମସ୍ୟା, ସଂଘର୍ଷ, ଯନ୍ତ୍ରଣା ସହିତ ମୁଁ ଭଲ ଭାବେ ପରିଚିତ ବୋଲି ଯୁବରାଜ କହିଛନ୍ତି। ଇର୍ଫାନଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ଯୁବରାଜ ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, କର୍କଟ ରୋଗରେ ପୀଡିତ ହେବା କାରଣରୁ ଇର୍ଫାନ ଲଣ୍ଡନରେ ତାଙ୍କର ଚିକିତ୍ସା କରାଇଥିଲେ। ତେବେ ଗତ କିଛିଦିନ ମଧ୍ୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri