ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଅଫିସ, ୨୩।୪ସରିଛି ପ୍ରଚାର। ମଇଦାନରେ ଝାଳ ବୁହାଇଛନ୍ତି ନେତା। ଏବେ ଜନତା ଜନାର୍ଦ୍ଦନଙ୍କ ହାତରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବ। ଏହାକୁ ନେଇ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏବଂ ଏସ୍‌ପି ଅନୁପମା ଜେମ୍‌ସ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ (୯)ରେ ମୋଟ ୧୫ଲକ୍ଷ ୪ହଜାର ୪୮୬ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ତନ୍ମଧ୍ୟରେ ୭ଲକ୍ଷ ୧୭ହଜାର ୭୨୦ ମହିଳା, ୭ଲକ୍ଷ ୮୩ହଜାର ୧୪୩ ପୁରୁଷ, ୧୧୫ ଅନ୍ୟାନ୍ୟ ଏବଂ ୩,୫୦୮ ଜଣ ସର୍ଭିସ୍‌ ଭୋଟର ଅଛନ୍ତି। ଢେଙ୍କାନାଳ ଜିଲା ଅଧୀନ  ୪ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା  ୯ଲକ୍ଷ ୩୭ହଜାର ୬୧୨। ସେଥିରୁ ୪ଲକ୍ଷ ୪୮ହଜାର ୧୩୩ ମହିଳା, ୪ଲକ୍ଷ ୮୬ହଜାର ୬୪୪ ପୁରୁଷ, ୮୦ ଅନ୍ୟାନ୍ୟ ଏବଂ ୨,୭୫୫ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି। ଅନୁଗୋଳ ଜିଲାରେ ମୋଟ ୫ଲକ୍ଷ ୬୬ହଜାର ୮୭୪ ଭୋଟର ରହିଛନ୍ତି ା

ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ ହେବ। ଏଥିପୂର୍ବରୁ ମତଦାନ କେନ୍ଦ୍ରରେ ସକାଳ ସାଢ଼େ ୫ଟାରୁ ଦେଢ଼ଘଣ୍ଟା ମକ୍‌ପୋଲ ଅନୁଷ୍ଠିତ ହେବ। ଜିଲାରେ ୧୧୦ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ଢେଙ୍କାନାଳରେ ୪୦, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୨୫ ଏବଂ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୨ଟି ରହିଛି। ସମ୍ପୃକ୍ତ ବୁଥ୍‌ରେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ବିଧାନସଭା କ୍ଷେତ୍ରର ୧୫ ଏବଂ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ୧୧ବୁଥ୍‌ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ଅନିୟମିତତା ରୋକିବାକୁ ୫୫ ମାଇକ୍ରୋ ଅବଜର୍ଭର ଏବଂ ୧୦୪ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି।

ଜିଲାରେ ୧୬,୯୯୭ ଦିବ୍ୟାଙ୍ଗ ମତଦାତାଙ୍କୁ ପୋଲିଂ ବୁଥ୍‌କୁ ଆଣିବାକୁ ହ୍ବିଲଚେୟାର ସମେତ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ହାତୀ ଉପଦ୍ରୁତ ଅଞ୍ଚଳର ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ହାତୀ ଚଲାପଥରେ ବନ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ନୂତନ ଭୋଟରଙ୍କୁ ଆକର୍ଷିତ କରିବାକୁ ୪୦ ଆଦର୍ଶ ବୁଥ୍‌ ହୋଇଛି। ଢେଙ୍କାନାଳ ମ୍ୟୁନିସିପାଲିଟି, ହିନ୍ଦୋଳ, କାମାକ୍ଷାନଗର, ଭୁବନ ଏନ୍‌ଏସିରେ ଗୋଟିଏ ଲେଖାଏ ପିଙ୍କ୍‌ ବୁଥ କରାଯାଇଛି। ସେଠାରେ ମହିଳା ପୋଲିଂ କର୍ମଚାରୀ ଦାୟିତ୍ୱ  ନିର୍ବାହ କରିବେ। ପିଙ୍କ୍‌ ବୁଥ୍‌ ବ୍ୟତୀତ ୨୦୧ ମତଦାନ କେନ୍ଦ୍ରରେ ୫୯୩ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜିଲାରେ ମୋଟ ୨୭୨ ମତଦାନ କେନ୍ଦ୍ର ହୋଇଥିବାବେଳେ ନିର୍ବାଚନ କାର୍ଯ୍ୟରେ ୬,୧୨୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତି ସେକ୍ଟର ଅଫିସରଙ୍କ ନିକଟରେ ୪ ଇଭିଏମ୍‌, ୬ ଭିଭିପିଏଟି ମେଶିନ ସଂରକ୍ଷିତ ରଖାଯାଇଛି। ମେଶିନରେ ତ୍ରୁଟି ଦେଖାଦେଲେ ତୁରନ୍ତ ପରିବର୍ତ୍ତନ କରାଯିବ। ବୁଥ୍‌ରେ ର଼୍ୟାମ୍ପ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌, ସହାୟତା ଡେସ୍କ, ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି।

ଭୋଟ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ପାରା ମିଲିଟାରି ଫୋର୍ସ ଅଣାଯାଇଛି। ଅର୍ଦ୍ଧ ସାମରିକ ବଳ, ଓଏସ୍‌ଏପି ଫୋର୍ସ ସମେତ ମୋଟ ୧୮ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।  ଏହାକୁ ବାଦ୍‌ଦେଲେ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୯ ଇନ୍ସପେକ୍ଟର, ୯୫ ଏସ୍‌ଆଇ ଏବଂ ଏଏସ୍‌ଆଇ, ୪୧ ହାବିଲଦାର, ୪୩୨ କନଷ୍ଟେବଳ, ୩୨୧ ହୋମ୍‌ଗାର୍ଡ ଆଇନଶୃଙ୍ଖଳା ଜଗିବେ।

ଜିଲାସ୍ତରୀୟ ନିୟନ୍ତ୍ରଣ କକ୍ଷରେ ଢେଙ୍କାନାଳ ବିଧାନସଭା ପାଇଁ ୦୬୭୬୨-୨୨୪୪୦୭, ହିନ୍ଦୋଳ ପାଇଁ ୦୬୭୬୨-୨୨୪୪୦୩, କାମାକ୍ଷାନଗର ପାଇଁ ୦୬୭୬୨-୨୨୭୦୫୫ ଏବଂ ପରଜଙ୍ଗ ବିଧାନସଭା ପାଇଁ ୦୬୭୬୨-୨୨୬୫୦୩ ଟେଲିଫୋନ ନମ୍ବର କାର୍ଯ୍ୟ କରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ରଶ୍ମିରେଖା ସ୍ବାଇଁ, ସହକାରୀ ଜିଲାପାଳ (ନିର୍ବାଚନ) ଭଜନାନନ୍ଦ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ,  ଢେଙ୍କାନାଳ ଲୋକ ସଭା ଲାଗି   ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଢେଙ୍କାନାଳ ବିଧାନସଭା ଆସନରୁ ୧୧, ହିନ୍ଦୋଳ ସଂରକ୍ଷିତ ବିଧାନସଭା ଆସନରୁ ୬, କାମାକ୍ଷାନଗର ବିଧାନସଭା ଆସନରୁ ୭ ଏବଂ ପରଜଙ୍ଗ ବିଧାନସଭା ଆସନରୁ ୬ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri