ଇଭିଏମ୍‌ରେ ସିଲ୍‌ ହେବ ୩୯ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଅଫିସ, ୨୩।୪ସରିଛି ପ୍ରଚାର। ମଇଦାନରେ ଝାଳ ବୁହାଇଛନ୍ତି ନେତା। ଏବେ ଜନତା ଜନାର୍ଦ୍ଦନଙ୍କ ହାତରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ। ମଙ୍ଗଳବାର ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହେବ। ଏହାକୁ ନେଇ ପ୍ରଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ଜିଲା କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏବଂ ଏସ୍‌ପି ଅନୁପମା ଜେମ୍‌ସ ଏ ନେଇ ବିସ୍ତୃତ ସୂଚନା ଦେଇଛନ୍ତି।

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ (୯)ରେ ମୋଟ ୧୫ଲକ୍ଷ ୪ହଜାର ୪୮୬ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ତନ୍ମଧ୍ୟରେ ୭ଲକ୍ଷ ୧୭ହଜାର ୭୨୦ ମହିଳା, ୭ଲକ୍ଷ ୮୩ହଜାର ୧୪୩ ପୁରୁଷ, ୧୧୫ ଅନ୍ୟାନ୍ୟ ଏବଂ ୩,୫୦୮ ଜଣ ସର୍ଭିସ୍‌ ଭୋଟର ଅଛନ୍ତି। ଢେଙ୍କାନାଳ ଜିଲା ଅଧୀନ  ୪ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା  ୯ଲକ୍ଷ ୩୭ହଜାର ୬୧୨। ସେଥିରୁ ୪ଲକ୍ଷ ୪୮ହଜାର ୧୩୩ ମହିଳା, ୪ଲକ୍ଷ ୮୬ହଜାର ୬୪୪ ପୁରୁଷ, ୮୦ ଅନ୍ୟାନ୍ୟ ଏବଂ ୨,୭୫୫ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି। ଅନୁଗୋଳ ଜିଲାରେ ମୋଟ ୫ଲକ୍ଷ ୬୬ହଜାର ୮୭୪ ଭୋଟର ରହିଛନ୍ତି ା

ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ ହେବ। ଏଥିପୂର୍ବରୁ ମତଦାନ କେନ୍ଦ୍ରରେ ସକାଳ ସାଢ଼େ ୫ଟାରୁ ଦେଢ଼ଘଣ୍ଟା ମକ୍‌ପୋଲ ଅନୁଷ୍ଠିତ ହେବ। ଜିଲାରେ ୧୧୦ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି। ସେଥି ମଧ୍ୟରୁ ଢେଙ୍କାନାଳରେ ୪୦, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୨୫ ଏବଂ ପରଜଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୨ଟି ରହିଛି। ସମ୍ପୃକ୍ତ ବୁଥ୍‌ରେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ବିଧାନସଭା କ୍ଷେତ୍ରର ୧୫ ଏବଂ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ୧୧ବୁଥ୍‌ରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ଅନିୟମିତତା ରୋକିବାକୁ ୫୫ ମାଇକ୍ରୋ ଅବଜର୍ଭର ଏବଂ ୧୦୪ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି।

ଜିଲାରେ ୧୬,୯୯୭ ଦିବ୍ୟାଙ୍ଗ ମତଦାତାଙ୍କୁ ପୋଲିଂ ବୁଥ୍‌କୁ ଆଣିବାକୁ ହ୍ବିଲଚେୟାର ସମେତ ସ୍ବେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ହାତୀ ଉପଦ୍ରୁତ ଅଞ୍ଚଳର ଭୋଟରଙ୍କ ସୁରକ୍ଷା ଦୃଷ୍ଟିରୁ ହାତୀ ଚଲାପଥରେ ବନ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ନୂତନ ଭୋଟରଙ୍କୁ ଆକର୍ଷିତ କରିବାକୁ ୪୦ ଆଦର୍ଶ ବୁଥ୍‌ ହୋଇଛି। ଢେଙ୍କାନାଳ ମ୍ୟୁନିସିପାଲିଟି, ହିନ୍ଦୋଳ, କାମାକ୍ଷାନଗର, ଭୁବନ ଏନ୍‌ଏସିରେ ଗୋଟିଏ ଲେଖାଏ ପିଙ୍କ୍‌ ବୁଥ କରାଯାଇଛି। ସେଠାରେ ମହିଳା ପୋଲିଂ କର୍ମଚାରୀ ଦାୟିତ୍ୱ  ନିର୍ବାହ କରିବେ। ପିଙ୍କ୍‌ ବୁଥ୍‌ ବ୍ୟତୀତ ୨୦୧ ମତଦାନ କେନ୍ଦ୍ରରେ ୫୯୩ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜିଲାରେ ମୋଟ ୨୭୨ ମତଦାନ କେନ୍ଦ୍ର ହୋଇଥିବାବେଳେ ନିର୍ବାଚନ କାର୍ଯ୍ୟରେ ୬,୧୨୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତି ସେକ୍ଟର ଅଫିସରଙ୍କ ନିକଟରେ ୪ ଇଭିଏମ୍‌, ୬ ଭିଭିପିଏଟି ମେଶିନ ସଂରକ୍ଷିତ ରଖାଯାଇଛି। ମେଶିନରେ ତ୍ରୁଟି ଦେଖାଦେଲେ ତୁରନ୍ତ ପରିବର୍ତ୍ତନ କରାଯିବ। ବୁଥ୍‌ରେ ର଼୍ୟାମ୍ପ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌, ସହାୟତା ଡେସ୍କ, ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି।

ଭୋଟ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶରୁ ପାରା ମିଲିଟାରି ଫୋର୍ସ ଅଣାଯାଇଛି। ଅର୍ଦ୍ଧ ସାମରିକ ବଳ, ଓଏସ୍‌ଏପି ଫୋର୍ସ ସମେତ ମୋଟ ୧୮ ପ୍ଲାଟୁନ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।  ଏହାକୁ ବାଦ୍‌ଦେଲେ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୯ ଇନ୍ସପେକ୍ଟର, ୯୫ ଏସ୍‌ଆଇ ଏବଂ ଏଏସ୍‌ଆଇ, ୪୧ ହାବିଲଦାର, ୪୩୨ କନଷ୍ଟେବଳ, ୩୨୧ ହୋମ୍‌ଗାର୍ଡ ଆଇନଶୃଙ୍ଖଳା ଜଗିବେ।

ଜିଲାସ୍ତରୀୟ ନିୟନ୍ତ୍ରଣ କକ୍ଷରେ ଢେଙ୍କାନାଳ ବିଧାନସଭା ପାଇଁ ୦୬୭୬୨-୨୨୪୪୦୭, ହିନ୍ଦୋଳ ପାଇଁ ୦୬୭୬୨-୨୨୪୪୦୩, କାମାକ୍ଷାନଗର ପାଇଁ ୦୬୭୬୨-୨୨୭୦୫୫ ଏବଂ ପରଜଙ୍ଗ ବିଧାନସଭା ପାଇଁ ୦୬୭୬୨-୨୨୬୫୦୩ ଟେଲିଫୋନ ନମ୍ବର କାର୍ଯ୍ୟ କରିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ରଶ୍ମିରେଖା ସ୍ବାଇଁ, ସହକାରୀ ଜିଲାପାଳ (ନିର୍ବାଚନ) ଭଜନାନନ୍ଦ ସାହୁ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ,  ଢେଙ୍କାନାଳ ଲୋକ ସଭା ଲାଗି   ୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଢେଙ୍କାନାଳ ବିଧାନସଭା ଆସନରୁ ୧୧, ହିନ୍ଦୋଳ ସଂରକ୍ଷିତ ବିଧାନସଭା ଆସନରୁ ୬, କାମାକ୍ଷାନଗର ବିଧାନସଭା ଆସନରୁ ୭ ଏବଂ ପରଜଙ୍ଗ ବିଧାନସଭା ଆସନରୁ ୬ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍‌): ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଛି। ୫୦…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ହିତାଧିକାରୀଙ୍କୁ ମିଳିଲା ୨ ମାସର ଚାଉଳ, ବାକି ୩ ମାସକୁ ନେଇ…

ଅମରପାଲି,୩ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବହଳପଦର ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇବା ସତ୍ତ୍ୱେ ହିତାଧିକାରୀମାନେ ୫ ମାସ ଧରି ଚାଉଳ ପାଉ ନ…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri