Posted inଜାତୀୟ

ଇନ୍‌ଫୋସିସ୍‌ ସିଇଓଙ୍କ ବିରୋଧରେ ଅଭିଯୋଗ

ବେଙ୍ଗାଲୁରୁ, ୧୩ା୧୧(ପି.ଟି.): ଗ୍ଲୋବାଲ ସଫ୍ଟଓ୍ବେର୍‌ ମେଜର ଇନ୍‌ଫୋସିସ୍‌ ଲିମିଟେଡ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ହ୍ବିସିଲ୍‌ବ୍ଲୋୟରଙ୍କ ଅଭିଯୋଗ ଗତ ଅକ୍ଟୋବର ମାସରେ ସାର୍ବଜନୀନ ହେବା ପରେ ଏବେ ଦ୍ୱିତୀୟ ହ୍ବିସିଲବ୍ଲୋୟରଙ୍କ ଅଭିଯୋଗ ଆସିଛି। ହ୍ବିସିଲ୍‌ବ୍ଲୋୟର କମ୍ପାନୀର ଅର୍ଥ ବିଭାଗରେ କାର୍ଯ୍ୟ କରୁଥିବାବେଳେ ଚାକିରି ଚାଲିଯିବା ଭୟରେ ନାମ ପ୍ରକାଶ କରିନାହାନ୍ତି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ସଲିଲ୍‌ ପାରେଖ୍‌ କମ୍ପାନୀ ଆଦର୍ଶୀତିନିୟମକୁ ଭୁଲିଯାଇଛନ୍ତି। ୧୮ ମାସ ଚାକିରି ମଧ୍ୟରେ ସେ ମୁମ୍ବାଇରୁ କମ୍ପାନୀକୁ ଯିବାଆସିବା କରୁଛନ୍ତି। ପାରେଖ୍‌ଙ୍କ ବ୍ୟକ୍ତିଗତ ବିମାନ ଭଡ଼ା ୨୨ ଲକ୍ଷରେ ପହଞ୍ଚିଥିବା ସେ ଅଭିଯୋଗ କରିଛନ୍ତି। କମ୍ପାନୀ ଆଇନରେ ସିଇଓ ବେଙ୍ଗାଲୁରୁ ଅଧୀନ ହେବା ଦରକାର ବୋଲି କୁହାଯାଇଥିବାବେଳେ ଇନ୍‌ଫୋସିସ୍‌ ବୋର୍ଡ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ସମସ୍ତ କର୍ମଚାରୀଙ୍କ ଯିବାଆସିବା ଖର୍ଚ୍ଚ କମ୍ପାନୀ ବହନ କରୁଛି। ହେଲେ ମାସକୁ ମୁମ୍ବାଇରୁ ବେଙ୍ଗାଲୁରୁ ଅତିକମ୍‌ରେ ୨ ଥର ଯିବାଆସିବା ଦ୍ୱାରା ଖର୍ଚ୍ଚ ବଢ଼ୁଛି। ଇନ୍‌ଫୋସିସ୍‌ ଅଧ୍ୟକ୍ଷ ନନ୍ଦନ ନିଲେକାନିଙ୍କ ଅବଗତ ଲାଗି ସେ ଏଭଳି ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା କହିଛନ୍ତି। ଜଣେ ଶେୟାର୍‌ହୋଲ୍ଟର ଓ କର୍ମଚାରୀ ହିସାବରେ କମ୍ପାନୀକୁ ଅବଗତ କରାଇବା ମୋ କର୍ତ୍ତବ୍ୟ ଓ ଏନେଇ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ହ୍ବିସିଲ୍‌ବ୍ଲୋୟର କହିଛନ୍ତି। ପ୍ରଥମ ଚିଠିରେ ମଧ୍ୟ ହ୍ବିସିଲବ୍ଲୋୟର କମ୍ପାନୀରେ ନୀତିଗତ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଦର୍ଶାଇଥିଲେ। ଏହା ପଦାକୁ ଆସିପା ପରେ କମ୍ପାନୀ ଶେୟାର ୧୬% କମିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri