Posted inଖେଳ

‘ଇନିଂସ ଓପନ୍‌ ପାଇଁ ନିବେଦନ କରିବାକୁ ପଡ଼ିଥିଲା’

ନୂଆଦିଲ୍ଲୀ, ୨୭।୯ (ପି.ଟି.)- ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିଶ୍ୱ କ୍ରିକେଟ୍‌ର ସବୁଠାରୁ ମହାନ୍‌ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ମଧ୍ୟକ୍ରମରୁ ଜଣେ ଦକ୍ଷ ଓପନର୍‌ ଭାବେ ସଚିନ ନିଜକୁ ଗଢ଼ି ବେଶ୍‌ ଖ୍ୟାତି ଅର୍ଜନ କରିପାରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହ ୪୯ ଶତକ ହାସଲ କରି ବିଶ୍ୱ ରେକର୍ଡକୁ ସଚିନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କିନ୍ତୁ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କୁ ଏକଦା ଇନିଂସ ଓପନ୍‌ କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ପାଖରେ ବହୁତ ନିବେଦନ କରିବାକୁ ପଡ଼ିଥିଲା। ୨୫ ବର୍ଷ ତଳର ଏହି ଘଟଣାକୁ ସଚିନ ଏବେ ମନେପକାଇଛନ୍ତି।
ମିଡିଆରେ ସଚିନ ଏହି ପୁରୁଣା ଦିନର ସ୍ମୃତିକୁ ମନେପକାଇ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ୧୯୯୪ ମସିହାରେ ଅକ୍‌ଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ‘୧୯୯୪ରେ ଯେତେବେଳେ ଭାରତ ପାଇଁ ଇନିଂସ ଓପନ୍‌ କରିବା ଆରମ୍ଭ କରିଥିଲି ସେତେବେଳେ ସମସ୍ତ ଟିମ୍‌ ପ୍ରାରମ୍ଭରୁ ଉଇକେଟ୍‌ ବଞ୍ଚାଇ ରଖିବାକୁ ରଣନୀତି ପ୍ରସ୍ତୁତ କରି ଖେଳୁଥିଲେ। କିନ୍ତୁ ମୋ ଚିନ୍ତାଧାରା ଭିନ୍ନ ଥିଲା। ଆଗରେ ବ୍ୟାଟିଂ କରିବାକୁ ଯାଇ ପ୍ରାରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଆଟାକ୍‌ କରି ଖେଳିବାକୁ ମୁଁ ଚାହୁଁଥିଲି। ଏଥିଲାଗି ମୋତେ ଏକ ସୁଯୋଗ ଦେବା ପାଇଁ ବହୁ ନିବେଦନ କରିବାକୁ ପଡ଼ିଥିଲା। ଯଦି ମୁଁ ବିଫଳ ହେବି ତାହାଲେ ଆଉ ଆସିବିନି’ ବୋଲି ସଚିନ ଏହି ଭିଡିଓରେ କହିଛନ୍ତି। ଏହାକୁ ଏକ ଉଦାହରଣ ଭାବେ ନେଇ ବିଫଳତାକୁ ଭୟ ନ କରି ଜୀବନରେ ରିସ୍କ ଉଠାଇବାକୁ ସଚିନ ନିଜ ପ୍ରଶଂସକଙ୍କୁ କହିଛନ୍ତି।
ମ୍ୟାଚ୍‌ (ନ୍ୟୁଜିଲାଣ୍ଡ ବିପକ୍ଷ)ରେ ମୁଁ ୨୯ ବଲରୁ ୮୨ ରନ୍‌ ସଂଗ୍ରହ କରିଥିଲି। ତେଣୁ ମୋତେ ଆଉଥରେ ସୁଯୋଗ ଦିଆଯାଉ ବୋଲି କଦାପି କହିବାକୁ ପଡ଼ିଲା ନାହିଁ। ମୁଁ ଓପନ୍‌ କରେ ବୋଲି ସେମାନେ ଉତ୍ସାହିତ ଥିଲେ। ବିଫଳତାକୁ କେହି ନ ଡରନ୍ତୁ’ ବୋଲି ସଚିନ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଇନିଂସ ଓପନିଂ କରିବାର ପ୍ରଥମ ୫ ଦିନିକିଆ ମ୍ୟାଚ୍‌ରେ ସଚିନ ଯଥାକ୍ରମେ ୮୨, ୬୩, ୪୦, ୬୩ ଓ ୭୩ ରନ ସଂଗ୍ରହ କରିଥିଲେ। ମୋଟ୍‌ ଉପରେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୪୬୩ ଦିନିକିଆ ମ୍ୟାଚ୍‌ରୁ ୪୯ ଶତକ ସହାୟତାରେ ୧୮,୪୨୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୋଦିଙ୍କ ଘୋଷଣା ପରେ ଟାର୍ଗେଟ କଲେ ରାହୁଲ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୨୩।୭: NEET ପେପର୍ ଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବେ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ମୁଖ୍ୟମନ୍ତ୍ରୀଙ୍କ ହାଡ଼ ଭାଙ୍ଗିଦେବି…ଏମିତି ଧମକ ଦେଇ ଫସିଲେ ବିଧାୟକ

ଚେନ୍ନାଇ,୨୩।୭: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିବା ଭିଲାଥିକୁଲମର ଡିଏମକେ ବିଧାୟକ ଜିଭି ମାର୍କଣ୍ଡେୟନଙ୍କୁ କୋର୍ଟରେ ଏକ ବଡ଼ ଝଟକା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର, ୨୩।୭: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri