Posted inଖେଳ

‘ଇନିଂସ ଓପନ୍‌ ପାଇଁ ନିବେଦନ କରିବାକୁ ପଡ଼ିଥିଲା’

ନୂଆଦିଲ୍ଲୀ, ୨୭।୯ (ପି.ଟି.)- ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ବିଶ୍ୱ କ୍ରିକେଟ୍‌ର ସବୁଠାରୁ ମହାନ୍‌ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ମଧ୍ୟକ୍ରମରୁ ଜଣେ ଦକ୍ଷ ଓପନର୍‌ ଭାବେ ସଚିନ ନିଜକୁ ଗଢ଼ି ବେଶ୍‌ ଖ୍ୟାତି ଅର୍ଜନ କରିପାରିଥିଲେ। ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିବା ସହ ୪୯ ଶତକ ହାସଲ କରି ବିଶ୍ୱ ରେକର୍ଡକୁ ସଚିନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। କିନ୍ତୁ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନଙ୍କୁ ଏକଦା ଇନିଂସ ଓପନ୍‌ କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟ ପାଖରେ ବହୁତ ନିବେଦନ କରିବାକୁ ପଡ଼ିଥିଲା। ୨୫ ବର୍ଷ ତଳର ଏହି ଘଟଣାକୁ ସଚିନ ଏବେ ମନେପକାଇଛନ୍ତି।
ମିଡିଆରେ ସଚିନ ଏହି ପୁରୁଣା ଦିନର ସ୍ମୃତିକୁ ମନେପକାଇ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ୧୯୯୪ ମସିହାରେ ଅକ୍‌ଲାଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ‘୧୯୯୪ରେ ଯେତେବେଳେ ଭାରତ ପାଇଁ ଇନିଂସ ଓପନ୍‌ କରିବା ଆରମ୍ଭ କରିଥିଲି ସେତେବେଳେ ସମସ୍ତ ଟିମ୍‌ ପ୍ରାରମ୍ଭରୁ ଉଇକେଟ୍‌ ବଞ୍ଚାଇ ରଖିବାକୁ ରଣନୀତି ପ୍ରସ୍ତୁତ କରି ଖେଳୁଥିଲେ। କିନ୍ତୁ ମୋ ଚିନ୍ତାଧାରା ଭିନ୍ନ ଥିଲା। ଆଗରେ ବ୍ୟାଟିଂ କରିବାକୁ ଯାଇ ପ୍ରାରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଆଟାକ୍‌ କରି ଖେଳିବାକୁ ମୁଁ ଚାହୁଁଥିଲି। ଏଥିଲାଗି ମୋତେ ଏକ ସୁଯୋଗ ଦେବା ପାଇଁ ବହୁ ନିବେଦନ କରିବାକୁ ପଡ଼ିଥିଲା। ଯଦି ମୁଁ ବିଫଳ ହେବି ତାହାଲେ ଆଉ ଆସିବିନି’ ବୋଲି ସଚିନ ଏହି ଭିଡିଓରେ କହିଛନ୍ତି। ଏହାକୁ ଏକ ଉଦାହରଣ ଭାବେ ନେଇ ବିଫଳତାକୁ ଭୟ ନ କରି ଜୀବନରେ ରିସ୍କ ଉଠାଇବାକୁ ସଚିନ ନିଜ ପ୍ରଶଂସକଙ୍କୁ କହିଛନ୍ତି।
ମ୍ୟାଚ୍‌ (ନ୍ୟୁଜିଲାଣ୍ଡ ବିପକ୍ଷ)ରେ ମୁଁ ୨୯ ବଲରୁ ୮୨ ରନ୍‌ ସଂଗ୍ରହ କରିଥିଲି। ତେଣୁ ମୋତେ ଆଉଥରେ ସୁଯୋଗ ଦିଆଯାଉ ବୋଲି କଦାପି କହିବାକୁ ପଡ଼ିଲା ନାହିଁ। ମୁଁ ଓପନ୍‌ କରେ ବୋଲି ସେମାନେ ଉତ୍ସାହିତ ଥିଲେ। ବିଫଳତାକୁ କେହି ନ ଡରନ୍ତୁ’ ବୋଲି ସଚିନ ଏହି ଅବସରରେ ଉଲ୍ଲେଖ କରିଛନ୍ତି। ଇନିଂସ ଓପନିଂ କରିବାର ପ୍ରଥମ ୫ ଦିନିକିଆ ମ୍ୟାଚ୍‌ରେ ସଚିନ ଯଥାକ୍ରମେ ୮୨, ୬୩, ୪୦, ୬୩ ଓ ୭୩ ରନ ସଂଗ୍ରହ କରିଥିଲେ। ମୋଟ୍‌ ଉପରେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ୪୬୩ ଦିନିକିଆ ମ୍ୟାଚ୍‌ରୁ ୪୯ ଶତକ ସହାୟତାରେ ୧୮,୪୨୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri