Posted inଖେଳ

ଇତିହାସ ରଚିଲେ ବିରାଟ କୋହଲି

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଏହି ଦିବାରାତ୍ର ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅଧିନାୟକତ୍ୱର ଆଉ ଏକ ରେକର୍ଡ ଭାଙ୍ଗିଛନ୍ତି। ଏହି ରେକର୍ଡ ପୂର୍ବରୁ ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ନାମରେ ଥିଲା। କରୋନା ଯୋଗୁ ଦୀର୍ଘ ସମୟ ପରେ ଭାରତୀୟ ଅଧିନାୟକ କୋହଲି ଟେଷ୍ଟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ୭୪ ରନର ଏକ ଇନିଂସ ସ୍କୋର କରିଥିଲେ। ଭାରତୀୟ ‘ରନ ମେସିନ’ ଭାବେ ଜଣାଶୁଣା ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଟେଷ୍ଟ ରନ ସ୍କୋର କରିଥିବା ଭାରତୀୟ ଅଧିନାୟକ ହୋଇଛନ୍ତି। ବିରାଟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୫୧ ରନ ସଂଗ୍ରହ କରିଛନ୍ତି। ଏଥି ସହିତ, ପଟୌଦି ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ଭାବରେ ୧୦ଟି ଟେଷ୍ଟରେ ୮୨୯ରନ ସଂଗ୍ରହ କରିଥିଲେ। କୋହଲି ମଧ୍ୟ ବର୍ଡର ଗାଭାସ୍କର ଟ୍ରଫିରେ ୮୧୩ ରନ ସଂଗ୍ରହ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱର ରେକର୍ଡ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ, କାହିଁକି ଭାରତରେ ସ୍ଥିର ରହିଛି ଦାମ୍‌? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୮।୪: ଇରାନ ସଙ୍କଟ ପରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ଖୋଲିବ…

ଭୁବନେଶ୍ୱର,୨୮।୪: ରାଜ୍ୟରେ ଖୁବଶୀଘ୍ର ହିଟ୍‌ ୱେଭ ସେଣ୍ଟର ଖୋଲିବେ ସରକାର ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଆଗକୁ ଗ୍ରୀଷ୍ମ ପ୍ରଭାବ ବଢ଼ିବ,…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ଦଳ ଛାଡିବେ ପଞ୍ଜାବର AAP ବିଧାୟକ? ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନେଲେ ବଡ଼ ନିଷ୍ପତ୍ତି

ଚଣ୍ଡଗଡ଼,୨୮।୪: ଆମ ଆଦମୀ ପାର୍ଟି (AAP)ର ସାତ ଜଣ ମପି (ସାଂସଦ) ବିଦ୍ରୋହୀ ମନୋଭାବ ଗ୍ରହଣ କରି ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏହି ଘଟଣା…

ଗାଁ ମୁହାଁ ଭାଜପା ନେତା କର୍ମୀ: ଗାଁ ଚାଲ ଅଭିଯାନରେ…

ନନ୍ଦପୁର/ପାଡୁଆ,୨୮ା୪ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଭାଜପା କର୍ମୀଙ୍କ ପକ୍ଷରୁ ଜୋଲାପୁଟ ଜଳଭଣ୍ଡାରର ଜଳଘେରି ପରିବେଷ୍ଟିତ ପରଜାବଡ଼ପଡ଼ା ପଞ୍ଚାୟତ ସଦର ମହକୁମାରେ…

ଗାଁରେ ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ହାଣିଲେ ମଦ ବ୍ୟବସାୟୀ

ବୌଦ୍ଧ,୨୮।୪( ଅଜିତ କୁମାର ବାରିକ): ବୌଦ୍ଧ ଥାନା ବାଘପଳି ଗ୍ରାମରେ ଚୋରା ମଦ ବିକ୍ରିକୁ ନେଇ ତୁମୁଳକାଣ୍ଡ । ଗଣ୍ଡଗୋଳରେ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା…

ଚାହିଁଲେନି ବିରାଟ କୋହଲି: ଭୋ ଭୋ ହୋଇ କାନ୍ଦି ଏମିତି ନିଷ୍ପତ୍ତି ନେଲେ କୁନି ପ୍ରଶଂସକ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୪: IPL 2026 ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚମତ୍କାର ୯ ଉଇକେଟ ବିଜୟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ ପ୍ଲେଅଫ ରେ ସ୍ଥାନ ପାଇବା…

ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ପ୍ରତିଶ୍ରୁତି ମିଳିବା ପରେ…

ଧର୍ମଶାଳା,୨୮।୪(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଅଞ୍ଚଳରେ ଅହେତୁକ ବିଦ୍ୟୁତକାଟ ପ୍ରତିବାଦରେ ସ୍ଥାନୀୟ ବିଦ୍ୟୁତ ଏସଡିଓ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଉପଭୋକ୍ତାମାନେ ଗଣଧାରଣା ଦେଇଛନ୍ତି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri