Posted inଜାତୀୟ

ଇତିହାସ ରଚିବ ଚନ୍ଦ୍ରୟାନ-୨: ଚନ୍ଦ୍ରରେ ପାଦ ଥାପିବ ବିକ୍ରମ

ନୂଆଦିଲ୍ଲୀ,୬ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୧ଟା ୪୩ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଯାଉଛି। ଜୁଲାଇ ୨୨ରେ ଲଞ୍ଚ ହୋଇଥିବା ଚନ୍ଦ୍ରୟାନ-୨ ଜହ୍ନର ଦକ୍ଷିଣ ମେରୁକୁ ସ୍ପର୍ଶ କରିବ। ସେଠାରେ ବିକ୍ରମଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇ ଜଳର ସନ୍ଧାନ କରିବା ସହ ଅନ୍ୟାନ୍ୟ ବିଷୟ ଉପରେ ଅନୁଧ୍ୟାନ କରିବ। ଭବିଷ୍ୟତରେ ଚନ୍ଦ୍ରକୁ ମଣିଷର ଯାତ୍ରାରେ ଏହା ସହାୟକ ହେବ। ଏଥିପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚନ୍ଦ୍ରରେ ସୂକ୍ଷ୍ମ ଅବତରଣର ଶେଷ ୧୫ ମିନିଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଜନା ଅନୁସାରେ ସବୁ କିଛି ଠିକ୍‌ ଚାଲିଛି ବୋଲି ଶୁକ୍ରବାର ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍‌ ସୂଚନା ଦେଇଛନ୍ତି। ଚନ୍ଦ୍ରର ଦକ୍ଷିଣ ମେରୁକୁ ପୂର୍ବରୁ କୌଣସି ଦେଶର ଯାନ ସ୍ପର୍ଶ କରି ନ ଥିବାରୁ ସଦ୍ୟ ମିଶନ ସଫଳ ହେଲେ ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ। ଏହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତକୁ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭି ଚ୍ୟାନେଲଗୁଡ଼ିକରେ ଏହାର ସିଧାପ୍ରସାରଣକୁ ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। କର୍ନାଟକର ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ୭୦ ଛାତ୍ରୀଛାତ୍ର ମଧ୍ୟ ଏହି ଐତିହାସିକ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖି ବିରଳ ଅନୁଭୂତି ସାଉଣ୍ଟିବେ।
୨୦୦୮ ଅକ୍ଟୋବର ୨୨ରେ ଭାରତର ପ୍ରଥମ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୧ର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରଥମ ଚନ୍ଦ୍ର ମିଶନର ଅଧୁରା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଏହାର ପ୍ରାୟ ୧୧ ବର୍ଷ ପରେ ଗତ ଜୁଲାଇ ୨୨ ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି ଏମ୍‌କେ ତୃତୀୟରୁ ଚନ୍ଦ୍ରୟାନ-୨ ଲଞ୍ଚ୍‌ କରାଯାଇଥିଲା। ଚନ୍ଦ୍ରୟାନ-୨ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଲୁନାର୍‌ ଅର୍ବିଟର, ଲ୍ୟାଣ୍ଡର ଓ ଲୁନାର ରୋଭର ରହିଛି। ଚନ୍ଦ୍ରରେ ଅବସ୍ଥିତି ଚିହ୍ନଟ କରି ଜଳର ସନ୍ଧାନ କରିବା ହେଉଛି ଏହି ମିଶନର ଉଦ୍ଦେଶ୍ୟ। ଶୁକ୍ରବାର ରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ତା’ଠାରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହେବ। ଚନ୍ଦ୍ରପୃଷ୍ଠରେ ୧୪ ଦିନ (ଚନ୍ଦ୍ରର ଦିନେ) ପାଇଁ ଏହା ରାସାୟନିକ ବିଶ୍ଳେଷଣ କରିବ। ସେଠାରୁ ଚନ୍ଦ୍ରୟାନ-୨ର ଅର୍ବିଟର ଓ ଲ୍ୟାଣ୍ଡର ଜରିଆରେ ପୃଥିବୀକୁ ତଥ୍ୟ ପ୍ରେରଣ କରିବ। ଅର୍ବିଟର ସେଠାରେ ବର୍ଷକ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ଚନ୍ଦ୍ରପୃଷ୍ଠରେ ରୁଷିଆ, ଆମେରିକା ଓ ଚାଇନାର ମହାକାଶ ସଂସ୍ଥାଗୁଡ଼ିକର ଯାନ ସୂକ୍ଷ୍ମ ଅବତରଣ କରିଥିବାବେଳେ ଏହି କ୍ଷେତ୍ରରେ ଭାରତ ଚତୁର୍ଥ ରାଷ୍ଟ୍ର ହେବାକୁ ଯାଉଛି। ସେହିପରି ଚନ୍ଦ୍ରରେ ରୋବୋଟିକ୍‌ ରୋଭର କାର୍ଯ୍ୟ କରିବାରେ ଭାରତ ତୃତୀୟ ଦେଶର ମାନ୍ୟତା ଲାଭ କରିବ। କିନ୍ତୁ ପୂର୍ବରୁ ଯାଇଥିବା ସମସ୍ତ ଦେଶର ଚନ୍ଦ୍ରଯାନଗୁଡ଼ିକ ଉତ୍ତର ମେରୁରେ ଅବତରଣ କରିଥିଲେ। ଏବେ ଦକ୍ଷିଣ ମେରୁ ସ୍ପର୍ଶ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?