Categories: ଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ: ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ଲକ୍ଷ୍ୟ

ଜାକର୍ତ୍ତା, ୧୪।୧ (ପି.ଟି.)- ଯୁବ ଭାରତୀୟ ଶଟ୍‌ଲର ଲକ୍ଷ୍ୟ ସେନ୍‌ ଓ ଶୁଭଙ୍କର ଦେ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟରେ ପରାଜୟବରଣ କରିବା ସହ ଉଭୟ ଲକ୍ଷ୍ୟ ଓ ଶୁଭଙ୍କର ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ଜୁନିୟର ବିଶ୍ୱଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ୧୮ ବର୍ଷୀୟ ଲକ୍ଷ୍ୟ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ୧୩-୨୧, ୧୨-୨୧ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ତାନୋଙ୍ଗସାକ ସାଏନସୋମବୁନସୁକଙ୍କଠାରୁ ହାରିଯାଇଛନ୍ତି। ସେହିଭଳି ଶୁଭଙ୍କର ୧୬-୨୧, ୧୨-୨୧ରେ ଅନ୍ୟତମ ଥାଇଲାଣ୍ଡ ଖେଳାଳି ସୁପାନ୍ୟୁ ଅଭିହିଙ୍ଗସାନନ୍‌ଙ୍କଠାରୁ ପରାଜୟ ସାମ୍ନା କରିଛନ୍ତି। ମୁଖ୍ୟ ପର୍ଯ୍ୟାୟରେ ଭାରତର ପିଭି ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ୍‌, ସମୀର ବର୍ମାଙ୍କ ପରି ପ୍ରମୁଖ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

Share