ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ ଜିତିଲେ ନିରଞ୍ଜନା

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ବିଶ୍ୱର ଜଣାଶୁଣା ବିଉଟି ପାଜେଣ୍ଟ୍‌ ‘ମିଷ୍ଟର୍‌ ଆଣ୍ଡ୍‌ ମିସ୍‌ ଚାର୍ମିଂ ଫେସ୍‌’ର ଚଳିତ ବର୍ଷ ୩ୟ ସଂସ୍କରଣ ଅନୁଷ୍ଠିତ ହେଉଥିବାବେଳେ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଚୟନ କରାଯାଇଛି। କଟକର ୨୧ବର୍ଷୀୟା ନାଗଜା ନିରଞ୍ଜନା ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ ଜିତିଛନ୍ତି। ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ର ବ୍ରାଣ୍ଡ ଆମ୍ବାସାଡର ଲାବଣ୍ୟା ଦାସ ତାଙ୍କୁ କ୍ରାଉନ୍‌ ପିନ୍ଧାଇବା ସହ ମିସ୍‌ ଟ୍ୟାଲେଣ୍ଟେଡ୍‌ ସବ୍‌ଟାଇଟଲ ପ୍ରଦାନ କରିଥିଲେ। ସେହିଭଳି ଭୁବନେଶ୍ୱରର ଜାହ୍ନବୀ ପଟ୍ଟନାୟକ ପ୍ରଥମ ରନର୍ସଅପ୍‌ ହୋଇଥିବାବେଳେ ରାଉରକେଲାର ଈପ୍ସିତା ଦାସ ଦ୍ୱିତୀୟ ରନର୍ସଅପ୍‌ ଏବଂ ମିସ୍‌ ବିଉଟିଫୁଲ୍‌ ବଡି ଟାଇଟଲ ଜିତିଥିଲେ। କଟକର ପ୍ରିୟା ରାୟ ମିସ୍‌ ଡିଭା ଓଡ଼ିଶା ୨୦୧୯ ଏବଂ ମିସ୍‌ ଫୋଟୋଜେନିକ୍‌ ଟାଇଟଲ ଜିତିଥିବାବେଳେ ପୁରୀର ଲିପ୍ସା ମହାପାତ୍ର ଟୁରିଜମ୍‌ ଆମ୍ବାସାଡର ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ ଓଡ଼ିଶା ୨୦୧୯ ଟାଇଟଲ୍‌ ଏବଂ ମିସ୍‌ କନ୍‌ଫିଡେନ୍ସ ସବ୍‌ଟାଇଟଲ୍‌ ଜିତିଛନ୍ତି। ରାୟଗଡ଼ାର ବବିତା ଶବର ମିସ୍‌ ଷ୍ଟାଇଲ୍‌ ଆଇକନ୍‌, ପୁରୀର ସ୍ମୃତିରେଖା ଖୁଣ୍ଟିଆ ମିସ୍‌ ପିସ୍‌ ଆଣ୍ଡ୍‌ ହ୍ୟୁମାନିଟି ଏବଂ ମିସ୍‌ ପିପୁଲ୍‌ସ ଚଏସ୍‌, ଯାଜପୁରର ବିସ୍ମିତା ଚାନ୍ଦ ମିସ୍‌ ପପୁଲାର, ଖୋର୍ଦ୍ଧାର ଅନ୍ବେଷା ଭଞ୍ଜଦେଓ ମିସ୍‌ ଆଇକନିକ୍‌ ଆଇଜ୍‌ ସବ୍‌ଟାଇଟଲ୍‌ ଜିତିଛନ୍ତି। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଥିଲେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ପୁପୁଲ୍‌ ଭୂୟାଁ, ଦିବ୍ୟାଦିଶା ମହାନ୍ତି, ମିସେସ୍‌ ଇଣ୍ଡିଆ ୨୦୧୯ ବିଜେତା ଶତରୂପା ଦାସ, ଅଭିନେତା ଅଭିଷେକ ଗିରି ଏବଂ ଡ୍ୟାନ୍ସ କୋରିଓଗ୍ରାଫର ଶାଶ୍ୱତ ଯୋଶୀ। ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆସ୍‌ ଚାର୍ମିଂ ଫେସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ରାଜେଶ ରଞ୍ଜନ ମହାନ୍ତି, ବ୍ରାଣ୍ଡ ଆମ୍ବାସାଡର ଲାବଣ୍ୟା ଦାସ, ମେଣ୍ଟର ମୈତ୍ରୀ ମୋନାଲୀ, ଅଙ୍କିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୩ ଓ ୧୪ ତାରିଖରେ ରାଜସ୍ଥାନ ଜୟପୁରରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ୩ ପ୍ରତିଯୋଗୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri