Posted inଖେଳ

ଇଡେନରେ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତି ଚାରଣ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ କିମ୍ବଦନ୍ତୀ କ୍ରିକେଟରମାନେ ପିଙ୍କ ବଲ୍‌ ଟେଷ୍ଟ ଆରମ୍ଭ ଅବସରରେ ପୂର୍ବରୁ ଗୌରବମୟ ସ୍ମୃତି ଚାରଣ କରିଥିଲେ। ଶ୍ରୁକ୍ରବାର ସଚିନ ତେନ୍ଦୁଲକର ଓ ଅନିଲ କୁମ୍ବଲେ ପୂର୍ବର ଉଲ୍ଲେଖନୀୟ ପ୍ରଦର୍ଶନ କଥା ମନେ ପକାଇଥିଲେ। ଏ ନେଇ ପ୍ରଥମ ଦିବସର ଲଞ୍ଚ୍‌ ବ୍ରେକ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଚିନଙ୍କ ସମେତ ଭିଭିଏସ୍‌ ଲକ୍ଷ୍ମଣ, କୁମ୍ବଲେ, ହରଭଜନ ସିଂ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ ପସିଦ୍ଧ ଏହି ଐତିହାସିକ ଷ୍ଟାଡିୟମରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଏମାନେ ଆଲୋଚନା କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୧୯୯୩ ହିରୋ କପ୍‌ ଫାଇନାଲ ଓ ଅଷ୍ଟ୍ରେଲିଆ ବିପକ୍ଷ ୨୦୦୧ ଟେଷ୍ଟ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।
ସମସ୍ତେ ଅଧିନାୟକ ତଥା ବିସିସିଆ ସଭାପତ ସୌରଭ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କୁ ପୁଣିଥରେ ଏକାଠି କରାଇଥିବାରୁ ସେମାନେ ଗାଙ୍ଗୁଲିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଏହି ୪୦ ମିନିଟର ଆଲୋଚନା ଭିତ୍ତିକ କାର୍ଯକ୍ରମରେ ଗାଙ୍ଗୁଲି ମଧ୍ୟ ଯୋଗ ଦେଇଥିଲେ। ଟିଭି ଚ୍ୟାନେଲ ଷ୍ଟାର ସ୍ପୋଟର୍‌ସରେ ଏହାର ସିଧାପ୍ରସାରଣ କରାଯାଇଥିଲା।
ଯେତେବେଳେ ଖେଳୁଥିଲୁ, ସେତେବେଳେ ଆମେ ଏଭଳି ଏକାଠି ହୋଇ ବସିବାର ସୁଯୋଗ ପାଇ ନ ଥିଲୁ। ଏହା ଆମ ପାଇଁ ଏକ ସ୍ବତନ୍ତ୍ର ଦିନ ବୋଲି କୁମ୍ବଲେ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୨ ରନ ଦେଇ ୬ ଉଇକେଟ ହାସଲ କରି କୁମ୍ବଲେ ଭାରତକୁ ଜିତାଇଥିଲେ। ସଚିନ ସଚିନ.. ଉଚ୍ଚାରଣ କରି କୋଲକାତା ଦର୍ଶକ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ୨୦୦୧ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଲକ୍ଷ୍ମଣ ଓ ରାହୁଲ ଡ୍ରାଭିଡ ମ୍ୟାଚ୍‌ ବିଜୟୀ ୩୭୬ ରନର ଭାଗିଦାରୀ ସ୍ଥାପନ କରିଥିଲେ। ଫଲୋଅନ ହୋଇ ମଧ୍ୟ ଏହି ଭାଗିଦାରୀ ବଳରେ ଭାରତ ହରଭଜନ ଓ ସଚିନଙ୍କ ବୋଲିଂ ସହାୟତାରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା। ହରଭଜନ ମଧ୍ୟ ଏହି ମ୍ୟାଚ୍‌ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ହ୍ୟାଟ୍ରିକ ଅର୍ଜନ କରିଥିଲେ ଓ ମୋଟ ୧୩ ଉଇକେଟ ଅକ୍ତିଆର କରିଥିଲେ। ହରଭଜନଙ୍କ ହ୍ୟାଟ୍ରିକ ପରେ ମ୍ୟାଚ୍‌ର ମୋଡ ବଦଳିଯାଇଥିଲା ବୋଲି ସଚିନ କହିଛନ୍ତି। ଇଡେନର ଏହି ପରିବେଶ ମୋତେ ୧୫ ବର୍ଷ ତଳକୁ ନେଇଯାଇଛି ବୋଲି ହରଭଜନ କହିଛନ୍ତି। ଗାଙ୍ଗୁଲିଙ୍କ ପ୍ରଶଂସା କରି ହରଭଜନ କହିଛନ୍ତି ଯେ, ଯଦି ୧୦୦ଜଣ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ପଡିଲେ ମଧ୍ୟ ସେ ସବୁବେଳେ ମୋର ଅଧିନାୟକ ହୋଇ ରହିଥିବେ। ମୋହଲିରେ ହରଭଜନଙ୍କୁ ପ୍ରଥମେ ଭେଟିଥିଲି ବୋଲି ସଚିନ କହିଛନ୍ତି। ସେ ଜଣେ ଭଲ ସ୍ପିନର ଓ ଭଲ ଦୁସ୍‌ରା ପକାଉଛନ୍ତି ବୋଲି ଶୁଣିବାକୁ ପାଇଥିଲି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

ପୋଲିସ ଦମନଲୀଳାର ଦୁଃଖ ବଖାଣିଲେ ସିଜିମାଳି ଆଦିବାସୀ

ଭୁବନେଶ୍ୱର, ୧୧ା୪(ବନ୍ଦନା ସେଠୀ):ବେଦାନ୍ତ ପାଇଁ ରାୟଗଡ଼ା ଜିଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସର ଦମନଲୀଳା, ନିଷେଧାଦେଶ ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନକୁ ବାମପନ୍ଥୀ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri