ଇଚ୍ଛା ଥିଲେ ଏଡ଼ାଇ ହେବ

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତା’ର ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ କମ୍‌ରେ ଓହଳି ରହିବା ଏକ ଚିରାଚରିତ ଘଟଣା। ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକାଥରକେ ୭ ହାତୀଙ୍କ ମୃତ୍ୟୁ ଘଟିବା ସେତେବେଳେ ଆଲୋଡ଼ନ ସୃଷ୍ଟି କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଭୂମିଠାରୁ ମାତ୍ର ୫ ଫୁଟ୍‌ ଉଚ୍ଚତାରେ ଓହଳିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏହି ହାତୀଙ୍କ ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ଅଞ୍ଚଳ ଦାୟିତ୍ୱରେ ଥିବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) କର୍ତ୍ତୃପକ୍ଷ କହିଥିଲେ ଯେ, ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ତାର ଓହଳି ପଡ଼ିଥିଲା ସେ ବିଷୟରେ ବନ ବିଭାଗ ପୂର୍ବରୁ ଜଣାଇ ନ ଥିଲା। ଅନ୍ୟପକ୍ଷରେ ବନ ବିଭାଗ ଦାବି କରିଥିଲା ଯେ, ଏହି ଓହଳିଥିବା ବିଦ୍ୟୁତ୍‌ ତାର ସମ୍ପର୍କରେ ପୂର୍ବରୁ ସେସୁକୁ ଚେତାଇ ଦିଆଯାଇଥିଲା। ଏଭଳି ଦୋଷ ଲଦାଲଦି ଘଟଣା ହାତୀ ମୃତ୍ୟୁକୁ ବଳି ଯାଇଥିଲା। ଏବେ ୯ ଫେବୃୟାରୀ ୨୦୨୦ରେ ଗଞ୍ଜାମ ଜିଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁରରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ପରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ନିର୍ବନ୍ଧ ପାଇଁ ବସ୍‌ଟି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହା ପରେ ପରିବହନ ମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ରାସ୍ତାରେ ବଡ଼ ବସ୍‌ ଯିବା ଉଚିତ ନ ଥିଲା ବୋଲି ପ୍ରଶ୍ନ ଉଠିଲାଣି। ଏଭଳିସ୍ଥଳେ ଘଟଣା କେଉଁ ରୂପ ଧାରଣ କରିବ ପରେ ଜଣାପଡ଼ିବ। ତେବେ ସମ୍ମୁଖରେ ୧୧ କେଭି ତାର ଓହଳିଥିବା ବସ୍‌ ଡ୍ରାଇଭର ଦେଖି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପକ୍ଷରେ ୯ ଫେବୃୟାରୀରେ ବାଲେଶ୍ୱର ଜିଲା ବାଲିଆପାଳ ଡଗରା ରାସ୍ତାର ଗଦାଧରଗିରି ସ୍କୁଲ ନିକଟରେ ଓହଳିପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ବସ୍‌ ଆସିବା କ୍ଷଣି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ତାହାକୁ ପଛକୁ ଆଣିବାରୁ ୭୦ ପର୍ଯ୍ୟଟକ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ୧୧ କେଭି ଭଳି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର କେଉଁ ଅଞ୍ଚଳରେ କିଭଳି ଭାବେ ରହିଛି ଏହି ଦୁଇଟି ଘଟଣାରୁ ବୁଝାପଡ଼ିଯାଉଛି।
ଏହାବ୍ୟତୀତ ଦେଖାଯାଉଛି ଭିତ୍ତିଭୂମି ଉନ୍ନୟନ ଦାୟିତ୍ୱରେ ରହୁଥିବା ସଂସ୍ଥା ବା ବ୍ୟକ୍ତିଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ବିଦ୍ୟୁତ୍‌ କଥା ଦେଖିଲେ, ଏହା ଖୁଣ୍ଟରୁ ଖୁଣ୍ଟକୁ ଟଣାଯାଇଥିବାରୁ ଏହାକୁ ବାରମ୍ବାର ଯାଞ୍ଚ କରାଯିବା କଥା। ଯେତେବେଳେ ଏହା ଭୂମି ଉପରେ ଛିଣ୍ଡିପଡ଼େ ବା ନିର୍ଦ୍ଦିଷ୍ଟ ଉଚ୍ଚତା ତଳକୁ ଓହଳିପଡ଼େ, ସେତେବେଳେ ତାହା ବିପଦପୂର୍ଣ୍ଣ ହୋଇଯାଏ। ସେଭଳି ସ୍ଥଳେ ସଚେତନ ନ ଥିବା ବ୍ୟକ୍ତି ଦୁର୍ଘଟଣାର ସମ୍ମୁଖୀନ ହୋଇଥାଆନ୍ତି। ଏହା ପରେ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ଅନୁକମ୍ପା ଦିଆଯାଏ ଓ ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିଥାଆନ୍ତି। ଏହା ହୋଇଗଲାଣି ଚିରାଚରିତ ପ୍ରକ୍ରିୟା। କିନ୍ତୁ ଯେଉଁମାନଙ୍କ ପାଇଁ ଏତେବଡ଼ ଦୁର୍ଘଟଣା ଘଟେ ସେମାନଙ୍କୁ ଧରିବା ସହଜ ହୋଇ ନ ଥାଏ। ଜନସାଧାରଣଙ୍କ ଆଡ଼ୁ ବ୍ୟବସ୍ଥା ଉପରେ ଚାପ ପ୍ରୟୋଗ ହେଲେ ତତ୍‌କ୍ଷଣାତ୍‌ କେତେକ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କିମ୍ବା ବହିଷ୍କାର କରାଯିବାର ନଜିର ରହିଛି। ପୁଣି ସରକାରୀ ବ୍ୟବସ୍ଥାରେ ତଦନ୍ତ ମାସ ମାସ କିମ୍ବା ବର୍ଷ ବର୍ଷ ମଧ୍ୟ ଗଡ଼ିଚାଲିଥାଏ। ଦାୟିତ୍ୱରେ ଅବହେଳା କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପୂର୍ବରୁ ଆହୁରି ଅନେକ ଘଟଣା ଘଟି ଯାଉଥିବାରୁ ଜନସାଧାରଣ ପଛ କଥା ଭୁଲି ଯାଇଥାଆନ୍ତି। ଏବେ ବିଦ୍ୟୁତ ବିଭାଗ ବକେୟା ବିଲ୍‌ ନେଇ ଯେଭଳି ତତ୍ପରତା ଦେଖାଉଛନ୍ତି, ସେହି ଅନୁଯାୟୀ ସୁରକ୍ଷାକୁ ଗୁରୁତ୍ୱ ଦେଲେ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଆସିପାରନ୍ତା।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁଦିନ ଧରି ବିଦ୍ୟୁତ୍‌ ତାର ବିପଜ୍ଜନକ ଅବସ୍ଥାରେ ଓହଳି ରହୁଥିବା ସମସ୍ତେ ଦେଖିଥାଆନ୍ତି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ବିଦ୍ୟୁତ୍‌ କର୍ମଚାରୀ ଓ ଅଧିକାରୀମାନେ ସେଥିପ୍ରତି ନଜର ଦେଇ ନ ଥାନ୍ତି। ଅଧିକାଂଶ ସ୍ଥାନରେ ଅତି ପୁରୁଣା ଯନ୍ତ୍ରାଂଶ ବ୍ୟବହୃତ ହେଉଛି। ମାଟି ତଳେ କେବୁଲ ମାଧ୍ୟମରେ ବିଦ୍ୟୁତ୍‌ ତାର ବିଛାଇବା ବ୍ୟବସ୍ଥା ସୃଷ୍ଟି ହୋଇପାରୁ ନାହିଁ। କେବଳ ବଡ଼ ଦୁର୍ଘଟଣା ଘଟିଯିବା ପରେ ଉଚ୍ଚ କର୍ତ୍ତୃପକ୍ଷ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯିବ ଓ କର୍ମଚାରୀଙ୍କୁ ଅଧିକ ସଚେତନ କରାଯିବ ବୋଲି କହି ଗଳ୍ପ ସମାପ୍ତ କରିଦିଅନ୍ତି। ମାତ୍ର ବାସ୍ତବତାକୁ ଲୋକେ ପୁଣି ସମ୍ମୁଖୀନ ହୋଇ ଚାଲିିଥାଆନ୍ତି। ଏହାର ପ୍ରତିକାର କୌଣସି ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କଲେ ମିଳିବ ନାହିଁ। ସମସ୍ୟାର ସମାଧାନ ପାଇଁ ଇଚ୍ଛୁକ କର୍ତ୍ତୃପକ୍ଷ ଲୋକଙ୍କଠାରୁ ବାସ୍ତବ ପରିସ୍ଥିତି ଜାଣିବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଆଗକୁ ଦୁର୍ଘଟଣା ଘଟିବ ବୋଲି ଜାଣି ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ଜଣାଇଥିବାର ଅନେକ ନଜିର ରହିଛି। କିନ୍ତୁ ସେମାନେ ଗାଲୁଆମି କରି ନିଷ୍କ୍ରିୟ ରହିଯାଆନ୍ତି। ଫଳରେ ଦୁର୍ଘଟଣା ଘଟିଥାଏ। ଯଦି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗକୁ ତତ୍‌କ୍ଷଣାତ୍‌ ଗୁରୁତ୍ୱ ଦିଆଯାଆନ୍ତା, ସମ୍ଭବତଃ ଅଧିକାଂଶ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri