Categories: ଖେଳ

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ଆର୍ଚର

ଲଣ୍ଡନ,୨୧ା୫- ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଷ୍ଟାଣ୍ଡ ବାଇ ଭାବେ ରଖାଯାଇଥିବା ଜୋର୍ଫା ଆର୍ଚରଙ୍କୁ ବିଶ୍ୱକପ୍‌ ଲାଗି ମଙ୍ଗଳବାର ଘୋଷିତ ଇଂଲଣ୍ଡ ଦଳରେ ସ୍ଥାନ ମିଳିଛି। ତେବେ ତାଙ୍କୁ ବାମହାତୀ ପେସର ଡେଭିଡ ଓ୍ବିଲିଙ୍କ ସ୍ଥାନରେ ନିଆଯାଇଛି। ସେ ଏପର୍ଯ୍ୟନ୍ତ ମାତ୍ର ୩ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଆୟର୍ଲାଣ୍ଡ ବିପକ୍ଷରେ ଗୋଟିଏ ଓ ପାକିସ୍ତାନ ବିପକ୍ଷରେ ଦୁଇଟି। ଅଳ୍ପ ସଂଖ୍ୟକ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ନିୟମିତ ୧୪୦ କି.ମି. ବେଗରେ ବୋଲିଂ କରିବା ସହ ଠିକ୍‌ ୟର୍କର ପକାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନ୍ତିମ ମ୍ୟାଚ୍‌ ଖେଳିଥିବା ଲିଆନ ଡାଓ୍ବସନଙ୍କୁ ମଧ୍ୟ ବିଶ୍ୱକପ୍‌ ଦଳରେ ନିଆଯାଇଛି। ସେ ବାମହାତୀ ସ୍ପିନ ବୋଲିଂ ସାଙ୍ଗକୁ ବ୍ୟାଟିଂ ମଧ୍ୟ କରନ୍ତି। ଡ୍ରଗ୍ସ ସେବନ ଯୋଗୁ ଜାତୀୟ ଦଳରୁ ବାସନ୍ଦ ହୋଇଥିବା ଆଲେକ୍ସ ହେଲ୍ସଙ୍କ ସ୍ଥାନରେ ଜେମ୍ସଙ୍କୁ ଭିନ୍ସଙ୍କୁ ଦଳରେ ଯାଗା ମିଳିଛି। ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ରେ ଇଂଲଣ୍ଡ ଦଳ ପ୍ରଥମ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ।
ଇଂଲଣ୍ଡ ଦଳ: ଇଆନ ମୋର୍ଗାନ (ଅଧିନରୟକ), ଜାସନ ରୟ, ଜନ୍ନି ବେଆରର୍ଷ୍ଟୋ, ଜୋ ରୁଟ, ଜେମ୍ସ ଭିନ୍ସ, ଜୋସ ବଟଲର, ବେନ ଷ୍ଟୋକ୍ସ, ମୋଏନ ଅଲି, ଆଦିଲ ରଶିଦ, କ୍ରିସ ଓ୍ବକ୍ସ, ଲିଆମ ପ୍ଲଙ୍କେଟ, ଟମ କୁରାନ, ଲିଆନ ଡାଓ୍ବସନ, ଜୋର୍ଫା ଆର୍ଚର ଓ ମାର୍କ ଉଡ।

Share