ଆ’ ଡାକିଲେ ମାଡ଼ି ଆସୁଛନ୍ତି ମୟୂର

ପୁରୁଣା ଭୁବନେଶ୍ୱର, ୨୭ା୨ (ଡି.ଏନ.ଏ.): ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକ୍‌କ ମ୍ୟାନ ନାମରେ ଡାକୁଛନ୍ତି। କାହ୍ନୁ ବି ମୟୂରଙ୍କ ପ୍ରେମରେ ପଡ଼ିଛନ୍ତି। କାହ୍ନୁଙ୍କ ଆ’ ଡାକର ସ୍ବର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠି ୧୩୨ ମୟୂର ତାଙ୍କ ପାଖକୁ ଖାଦ୍ୟ ଖାଇବାକୁ ଆସୁଛନ୍ତି। କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସମ୍ପର୍କ ଦେଖିବାକୁ ମିଳିଛି ନରାଜ ପାହାଡ଼ରେ। ପକ୍ଷୀମାନଙ୍କ ସୁରକ୍ଷା ଓ ସେମାନଙ୍କ ସଂରକ୍ଷଣ ଚିନ୍ତାରେ କାହ୍ନୁଙ୍କ ସମର୍ପିତ ଭାବ ଦେଖିବା ପରେ ଭୁବନେଶ୍ୱରସ୍ଥିତ ବି.ଆଇ. ପ୍ରଫେସନାଲ୍‌ସ ତାଙ୍କୁ ଗତ ରବିବାର ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛି। ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି ଯେ, ପିକ୍‌କ ଭ୍ୟାଲି କୁହାଯାଉଥିବା ନରାଜ ପାହାଡ଼ ୧୯୯୯ରେ ଏକ ପ୍ରକାର ମୟୂର ଶୂନ୍ୟ ହୋଇଯାଇଥିଲା। କାହ୍ନୁଙ୍କ ଜେଜେବାପା ପାଣୁ ୩ଟି ମୟୂରଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା ଓ ଯତ୍ନ ନେଇଥିଲେ। ୨୦୧୭ରେ ପାଣୁଙ୍କ ଦେହାନ୍ତ ହେଲାବେଳକୁ ମୟୂରଙ୍କ ସଂଖ୍ୟା ଶତାଧିକ ହୋଇଥିଲା। ଜେଜେବାପାଙ୍କ ସହ ପାହାଡ଼ ଉପରେ ମୟୂରଙ୍କୁ ଖାଦ୍ୟ ଦେବାର ଆନନ୍ଦ ନେଉଥିଲେ କାହ୍ନୁ। ଜେଜେବାପାଙ୍କ ମୃତ୍ୟୁ ପରେ ମୟୂରଙ୍କ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ କାହ୍ନୁ ନିଜ କାନ୍ଧକୁ ନେଇଛନ୍ତି।
୨୦୧୩ରୁ ଜେଜେବାପାଙ୍କ ସହ ମୟୂରଙ୍କ ଦେଖାରଖା କାମରେ ନିୟୋଜିତ କାହ୍ନୁ କଟକ ରଘୁନାଥ ଜୀଉ ମହାବିଦ୍ୟାଳୟରୁ ବାଣିଜ୍ୟରେ ପାଠ ପଢା ପରେ ବି ମୟୂରଙ୍କ ସୁରକ୍ଷା ଦାୟିତ୍ୱରୁ ଓହରି ଯାଇନାହାନ୍ତି। ବିନା ସରକାରୀ ସହାୟତା ଓ ପ୍ରୋତ୍ସାହନରେ ୭ ବର୍ଷ ହେଲା କାହ୍ନୁଙ୍କ ଏଭଳି ମୟୂରଙ୍କୁ ନିଚ୍ଛକ ଭଲ ପାଇବାର ନିଦର୍ଶନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏଭଳି କହିଛନ୍ତି, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ବି.ଆଇ. ପ୍ରଫେସନାଲ୍‌ସର ଇଂ. ଧୀରେନ୍ଦ୍ର କର, ଇଂ. ସୁବ୍ରତ କୁମାର ବଳ, ଇଂ. ଭାଗ୍ୟଶ୍ରୀ ମିଶ୍ର, ଇଂ. ସୁଶାନ୍ତ ସାହୁ, ଇଂ. ଶୁଚିସ୍ମିତା ସେନାପତି ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri