ଆୟୁଷ୍ମାନ ଭାରତରେ ଘରୋଇ ହସ୍ପିଟାଲ ପାଇବେ ପ୍ରୋତ୍ସାହନ

ନୂଆଦିଲ୍ଲୀ,୨୪-୧୧: ୨୦୧୮ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ଘୋଷଣା କରିଥିଲେ। ଏହା ମୋଦି କେୟାର ଭାବେ ପରିଚିତ ଥିବା ବେଳେ ଏଥିରେ ଘରୋଇ ହସ୍ପିଟାଲଗୁଡିକର ଯୋଗଦାନକୁ ପ୍ରୋତ୍ସାହନ ମିଳିବ ବୋଲି ଜଣାପଡିଛି। ଅଧିକ ଲୋକ କିଭଳି ଏହି ଯୋଜନାର ଲାଭ ନେବେ ତାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରିବେ। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏହି ଯୋଜନା ଲୋକାଭିମୁଖୀ ହୋଇ ପାରିନାହିଁ। ଦେଶ ମଧ୍ୟରେ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଣ ଲକ୍ଷ୍ୟରେ ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ୧୦ କୋଟି ପରିବାର ୫୦ କୋଟି ଲୋକଙ୍କ ସୁରକ୍ଷା ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ଲାଭ ୧୦ କୋଟି ଲୋକଙ୍କୁ ମିଳିଥିବା ଜଣାପଡିଛି।
ନ୍ୟାଶନାଲ ହେଲ୍‌୍‌ଥ ଅଥରିଟି(ଏନ୍‌ଏଚ୍‌ଏ) ତଥ୍ୟ ମୁତାବକ ଏହି ପ୍ରୋଗ୍ରାମରେ ୨୦ ହଜାର ହସ୍ପିଟାଲ ଯୋଡି ହୋଇଛନ୍ତି। ଏହା ମଧ୍ୟରେ ୬୦% ଘରୋଇ ହସ୍ପିଟାଲ ସାମିଲ ରହିଛି। ଘରୋଇ ସହଭାଗିତା ବଢିଲେ ଏହି କାର୍ଯ୍ୟକ୍ରମ ସଫଳ ହେବାର ଅଧିକ ସମ୍ଭାବନା ରହିଥିବା ସରକାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଏହି ଯୋଜନା ଲାଗି ବଜେଟରେ ୬,୨୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଜଣାପଡିଛି। ଯୋଜନାର ଲାଭ ଗ୍ରାମାଞ୍ଚଳର ୮ କୋଟି ପରିବାର ଏବଂ ସହରାଞ୍ଚଳର ୨ କୋଟି ପରିବାରକୁ ଯୋଗାଇବା ନେଇ ଯୋଜନା ରହିଛି।
ଯୋଜନାର ଲାଭ ନେବାକୁ ଥିବା ଲୋକଙ୍କର ବୟସର କୌଣସି କଟକଣା ରଖାଯାଇ ନାହିଁ। ମହିଳା, ବାଳିକା ଏବଂ ବରିଷ୍ଠ ଲୋକମାନଙ୍କୁ ଉକ୍ତ ଯୋଜନାରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। କର୍କଟ, ହାର୍ଟ ଅପରେଶନ ଭଳି ଜଟିଳ ରୋଗଗୁଡିକୁ ଏଥିରେ ସାମିଲ କରାଯାଇଛି। ମୋଦି କେୟାର ଯୋଜନାକୁ କ୍ୟାଶଲେସ ଏବଂ ପେପରଲେସ ଭାବେ ପ୍ରସ୍ତୁତ କରାଯାଇଛି। ଦେଶର କୌଣସି ବି ସ୍ଥାନରେ ଯୋଜନାର ଲାଭ ଲୋକମାନେ ନେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri