ଆସ୍ଥାନ ଜମେଇଲେଣି ନାଗା ସନ୍ନ୍ୟାସୀ

ଭୋଗରାଇ, ୧୦।୧(ଡି.ଏନ.ଏ.): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲା ସାଗରଦ୍ୱୀପରେ ଏବେଠୁ ଜମିଉଠିଛି ସାଗରମେଳା। ଏହି ମେଳାକୁ ଲକ୍ଷାଧିକ ପୁଣ୍ୟାର୍ଥୀ ଆଗମନରେ ସୂଚନା ମିଳିବା ପରେ ପ୍ରଶାସନ ତପତ୍ର ହୋଇପଡ଼ିଛି। କୋଲକାତା ଗଙ୍ଗା ନଦୀ ବାବୁଘାଟ, ଧର୍ମତଳା, ସିଆଲଦାଠାରେ ଗଙ୍ଗାସାଗରକୁ ଆଗତ ତୀର୍ଥଯାତ୍ରୀମାନେ ବିଭିନ୍ନ ସ୍ବେଚ୍ଛାସେବୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ରବିବାରଠାରୁ ସାଗରମେଳା ଆରମ୍ଭ ହୋଇଥିବା ବେଳେ ଗଙ୍ଗାସାଗର ପ୍ରବେଶ ପଥ କଚୁବେଡ଼ିଆ, ଚେମାଗଡ଼ି, ଲଟ୍‌ ନଂ.୮, କାକଦ୍ୱୀପ ଓ ନାମଖାନାରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯାଉଛି। କଚୁବେଡ଼ିଆରୁ ଗଙ୍ଗାସାଗର ୨୯କି.ମି. ଓ ଚେମାଗଡ଼ିରୁ ଗଙ୍ଗାସାଗର ୧୦କି.ମି. ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କ ସକାଶେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ସହିତ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଉଛି। ଦୁଇଦିନ ମଧ୍ୟରେ ଗଙ୍ଗାସାଗରକୁ ୫୦ହଜାରରୁ ଊର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରସ୍ନାନ କରିବା ସହିତ ପ୍ରସିଦ୍ଧ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା କରି ଘର ବାହୁଡ଼ା ହୋଇଥିବା ଜିଲା ଶାସକ ସୁମିତ ଗୁପ୍ତା ଧରିତ୍ରୀକୁ ସୂଚନା ଦେଇଛନ୍ତି। ଗଙ୍ଗାସାଗର ମେଳାରେ ବହୁ ଧର୍ମୀୟ ଅନୁଷ୍ଠାନରେ ସାଧୁ, ସନ୍ଥ ଓ ନାଗା ସନ୍ନ୍ୟାସୀମାନେ ଆସ୍ଥାନ ଜମାଇଛନ୍ତି। କଡ଼ା ନିରାପତ୍ତା ମଧ୍ୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟ ଓ ବାସସ୍ଥାନ ଉପରେ ଗୁରୁତ୍ୱ ଦିଆଯାଇଛି। ଗଙ୍ଗାସାଗର ମେଳାକୁ ଆଗତ ତୀର୍ଥଯାତ୍ରୀଙ୍କ ସକାଶେ କଚୁବେଡ଼ିଆ, ଚେମାଗଡ଼ିରୁ ଶତାଧିକ ବସ୍‌ ଓ ଅନ୍ୟାନ ଯାତ୍ରୀବାହୀ ଗାଡ଼ି ଉପଲବ୍ଧ ହୋଇଛି। ମେଳାକୁ ପ୍ଲାଷ୍ଟିକମୁକ୍ତ, ସ୍ବଚ୍ଛ ଓ ସତେଜ ରଖାଯିବାକୁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ମେଳାରେ କୌଣସି ଆମତ୍ୀୟସ୍ବଜନ ନିଖୋଜ ହେଲେ ସାଗରବନ୍ଧୁ ନାମିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନଜର ରଖିବା ସହିତ ସୂଚନା କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ତାଙ୍କ ସ୍ତ୍ରୀ ଗଙ୍ଗାସାଗରରେ ଦୁଇଦିନ ଅବସ୍ଥାନ କରି କୋଲକାତା ଫେରିଥିବା ସୂଚନା ମିଳିଛି। ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମତ୍‌ ନିଶ୍ଚଳାନନ୍ଦ ସରସ୍ବତୀ ଗଙ୍ଗାସାଗରକୁ ଯାଉଥିବା ଆଦିତ୍ୟବାହିନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri