Posted inଖେଳ

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବେ। କିଛିଦିନ ତଳେ ବିଶ୍ୱକପ୍‌ ଜିତି ଘରୋଇ ତଥା କ୍ରିକେଟର ଜନକ ଇଂଲଣ୍ଡ ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଅସେସ୍‌ ଜିତି ଇଂଲଣ୍ଡ ଏହି ସଫଳତାକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ଅନ୍ୟପଟେ ଆସେସର ଗତ ସଂସ୍କରଣରେ ୪-୦ରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଏଥର ବାଜିମାରିବା ଲକ୍ଷ୍ୟରେ ରହିଛି। ୧୯ ବର୍ଷପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଆସେସ ଜିତ ଅଷ୍ଟ୍ରେଲିଆ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। କ୍ରିକେଟର ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟ ଏଥର ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ ଜିତିଥିବାରୁ ଇଂଲଣ୍ଡର ଆତ୍ମବିଶ୍ୱାସ ବେଶ୍‌ ଦୃଢ଼ ରହିଛି। ଘରୋଇ ପରିବେଶରେ ବେଶ୍‌ ସନ୍ତୁଳିତ ମନେ ହେଉଥିବା ଇଂଲଣ୍ଡ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ ଓ ଗତ ଆସେସ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।
ଅପରପକ୍ଷରେ ଟିମ୍‌ ପେନଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଆସେସରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବଲ୍‌ ଟାମ୍ପରିଂ ମାମଲାକୁ ପଛରେ ପକାଇବାକୁ ଚାହିଁବ। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ୍‌ ଟେଷ୍ଟରେ ବଲ୍‌ ଟାମ୍ପରିଂ କରି ଦୋଷୀସାବ୍ୟସ୍ତ ହେବା ସହ ସେତେବେଳର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ କାମେରନ ବ୍ୟାଙ୍କ୍ରଫ୍ଟ ଗୋଟିଏ ବର୍ଷ ବାସନ୍ଦର ସମ୍ମୁଖୀନ ହୋଇଥିଲେ। ପ୍ରଥମ ଟେଷ୍ଟରେ ଏହି ୩ ଖେଳାଳି ଦଳ ତରଫରୁ ପ୍ରତିନିଧିତ୍ୱ କରିବା ଆଶା କରାଯାଉଛି। ସ୍ମିଥ୍‌ ଓ ଓ୍ବାର୍ନର ବିଶ୍ୱକପ୍‌ ଖେଳିଥିଲେ। ତେବେ ବ୍ୟାଙ୍କ୍ରଫ୍ଟ ଏହି ସୁଯୋଗ ପାଇ ନ ଥିଲେ।
ଇଂଲଣ୍ଡରେ ଗତ ୧୯ ବର୍ଷ ହେବ ଅଷ୍ଟ୍ରେଲିଆ ଆସେସ୍‌ ଜିତିନାହିଁ। ଇଂଲଣ୍ଡର ପିଚ୍‌ରେ ସିମ୍‌ ମୁଭମେଣ୍ଟ ଅତି ଉଚ୍ଚକୋଟୀର ହେଉଥିବା ବେଳେ ଡ୍ରକ୍‌ ବଲ୍‌ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିବା ନିଶ୍ଚିତ ମନେହେଉଛି। ତେବେ ବ୍ୟାଙ୍କ୍ରଫ୍ଟ କାଉଣ୍ଟିଦଳ ଡରହାମର ନେତୃତ୍ୱ ନେଇଥିବାରୁ ତାଙ୍କ ପାଖରେ ସ୍ଥାନୀୟ ପରିବେଶର ଅଭିଜ୍ଞତା ରହିଥିବ।
ବିଶ୍ୱକପ୍‌ ଜିତିବା ପରେ ଇଂଲଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ ଏକାମାତ୍ର ଟେଷ୍ଟ ଖେଳିଥିଲା। ଦଳରେ ଏକାଧିକ ବିଶ୍ୱକପ୍‌ ତାରକା ରହିଥିଲେ ମଧ୍ୟ ଇଂଲଣ୍ଡ ଲଡର୍‌ସରେ ପ୍ରଥମ ଇନିଂସରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଥିଲା। ଯଦିଓ ଇଂଲଣ୍ଡ ଏହି ଟେଷ୍ଟରେ ବିଜୟୀ ହୋଇଥିଲା ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୩ ନମ୍ବରରେ ବ୍ୟାଟିଂ କରିବା ଆଶା କରାଯାଉଛି। କାଉଣ୍ଟି ଦଳ ସରେ ଓପନର ରୋରି ବନର୍‌ସ ଓ ଜାସନ ରଏ ଇନିଂସ ଓପନ୍‌ କରିବେ। ସର୍ବାଧିକ ଟେଷ୍ଟ ଉଇକେଟ ହାସଲ କରିଥିବା ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ କାଫ୍‌ ଇଞ୍ଜୁରିରୁ ମୁକୁଳି ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ବୋଲିଂର ନେତୃତ୍ୱ ନେବେ। ତେବେ ବିଶ୍ୱକପ୍‌ ହିରୋ ତଥା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇ ନାହଁ। ଫଳରେ ସାଇଡ ଇଞ୍ଜୁରି କାରଣରୁ ସଂଘର୍ଷ କରୁଥିବା ଆର୍ଚରଙ୍କ ଟେଷ୍ଟ ପଦାର୍ପଣ ଆଶା ଆହୁରି ବିଳମ୍ବିତ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ଖେଳିଥିବା ସାମ କୁରାନ ଓ ଓଲି ଷ୍ଟୋନ୍‌ଙ୍କୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇଛି। ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ ସିମ୍‌ ବୋଲିଂରେ ଆଣ୍ଡରସନଙ୍କୁ ସହାୟତା କରିବେ।
ଅନ୍ୟପଟେ ଜେମ୍ସ ପାଟିନସନ ଓ ପ୍ୟାଟ୍‌ କୁମିନ୍ସଙ୍କ ଉପରେ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ନିର୍ଭର କରିବ। ୨୦୦୧ ପରଠାରୁ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ କୌଣସି ଫର୍ମାଟ୍‌ରେ ଇଂଲଣ୍ଡକୁ ହରାଇ ପାରିନାହିଁ। ଏହି ଗ୍ରାଉଣ୍ଡରେ ଗତ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଅତି ସହଜରେ ପରାସ୍ତ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜାସନ ରୟ ୮୫ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଅନ୍ୟପଟେ ବର୍ମିଂହାମରେ ଇଂଲଣ୍ଡ ତା’ର ଗତ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ତେଣୁ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଇଂଲଣ୍ଡ ଏହି ମ୍ୟାଚ୍‌ରେ ଫେଭରାଇଟ୍‌ ବିବେଚିତ ହେଉଛି।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ/ ଉଇକେଟକିପର), କାମେରନ ବ୍ୟାଙ୍କ୍ରଫ୍ଟ, ଉସ୍‌ମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ୍‌, ଟ୍ରାଭିସ୍‌ ହେଡ, ମାଥ୍ୟୁ ଓ୍ବେଡ୍‌, ମାର୍ନସ ଲାବୁସେନ, ଜେମ୍ସ ପାଟିନସନ, ପ୍ୟାଟ କୁମିନ୍ସ, ନାଥନ ଲିୟନ, ମିଚେଲ ଷ୍ଟାର୍କ, ପିଟର ସିଡଲ, ଜୋସ ହାଜେଲଉଡ, ମାର୍କସ ହାରିସ୍‌, ମିଚେଲ ମାର୍ଶ ଓ ମିଚେଲ ନେସେର।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜାସନ ରୟ, ଜୋ ଡେନଲି, ଜୋସ ବଟଲର, ବେନ୍‌ ଷ୍ଟୋକ୍ସ, ଜନୀ ବେୟାରଷ୍ଟୋ, ମୋଇନ ଅଲି, କ୍ରିସ୍‌ ଓ୍ବକ୍ସ, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ ଓ ରୋରି ବନର୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri