Posted inଖେଳ

ଆସେସ୍‌ : ବର୍ମିଂହାମରେ ପ୍ରଥମ ଟେଷ୍ଟ: ଆର୍ଚର ଖେଳିବେନି

ବର୍ମିଂହାମ,୧।୮ (ଏଏଫ୍‌ପି)-ଗରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହାଇପ୍ରୋଫାଇଲ ଆସେସ୍‌। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବେ। କିଛିଦିନ ତଳେ ବିଶ୍ୱକପ୍‌ ଜିତି ଘରୋଇ ତଥା କ୍ରିକେଟର ଜନକ ଇଂଲଣ୍ଡ ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଅସେସ୍‌ ଜିତି ଇଂଲଣ୍ଡ ଏହି ସଫଳତାକୁ ଦ୍ୱିଗୁଣିତ କରିବାକୁ ଚାହୁଁଛି। ଅନ୍ୟପଟେ ଆସେସର ଗତ ସଂସ୍କରଣରେ ୪-୦ରେ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ଏଥର ବାଜିମାରିବା ଲକ୍ଷ୍ୟରେ ରହିଛି। ୧୯ ବର୍ଷପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ମାଟିରେ ଆସେସ ଜିତ ଅଷ୍ଟ୍ରେଲିଆ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। କ୍ରିକେଟର ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟ ଏଥର ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶ୍ୱକପ୍‌ ଜିତିଥିବାରୁ ଇଂଲଣ୍ଡର ଆତ୍ମବିଶ୍ୱାସ ବେଶ୍‌ ଦୃଢ଼ ରହିଛି। ଘରୋଇ ପରିବେଶରେ ବେଶ୍‌ ସନ୍ତୁଳିତ ମନେ ହେଉଥିବା ଇଂଲଣ୍ଡ ଏଥର ସୁଯୋଗ ହାତଛଡ଼ା କରିବାକୁ ଚାହିଁବ ନାହିଁ ଓ ଗତ ଆସେସ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ।
ଅପରପକ୍ଷରେ ଟିମ୍‌ ପେନଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଆସେସରେ ବିଜୟୀ ହୋଇ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବଲ୍‌ ଟାମ୍ପରିଂ ମାମଲାକୁ ପଛରେ ପକାଇବାକୁ ଚାହିଁବ। ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ୍‌ ଟେଷ୍ଟରେ ବଲ୍‌ ଟାମ୍ପରିଂ କରି ଦୋଷୀସାବ୍ୟସ୍ତ ହେବା ସହ ସେତେବେଳର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌, ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଓ କାମେରନ ବ୍ୟାଙ୍କ୍ରଫ୍ଟ ଗୋଟିଏ ବର୍ଷ ବାସନ୍ଦର ସମ୍ମୁଖୀନ ହୋଇଥିଲେ। ପ୍ରଥମ ଟେଷ୍ଟରେ ଏହି ୩ ଖେଳାଳି ଦଳ ତରଫରୁ ପ୍ରତିନିଧିତ୍ୱ କରିବା ଆଶା କରାଯାଉଛି। ସ୍ମିଥ୍‌ ଓ ଓ୍ବାର୍ନର ବିଶ୍ୱକପ୍‌ ଖେଳିଥିଲେ। ତେବେ ବ୍ୟାଙ୍କ୍ରଫ୍ଟ ଏହି ସୁଯୋଗ ପାଇ ନ ଥିଲେ।
ଇଂଲଣ୍ଡରେ ଗତ ୧୯ ବର୍ଷ ହେବ ଅଷ୍ଟ୍ରେଲିଆ ଆସେସ୍‌ ଜିତିନାହିଁ। ଇଂଲଣ୍ଡର ପିଚ୍‌ରେ ସିମ୍‌ ମୁଭମେଣ୍ଟ ଅତି ଉଚ୍ଚକୋଟୀର ହେଉଥିବା ବେଳେ ଡ୍ରକ୍‌ ବଲ୍‌ରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରିବା ନିଶ୍ଚିତ ମନେହେଉଛି। ତେବେ ବ୍ୟାଙ୍କ୍ରଫ୍ଟ କାଉଣ୍ଟିଦଳ ଡରହାମର ନେତୃତ୍ୱ ନେଇଥିବାରୁ ତାଙ୍କ ପାଖରେ ସ୍ଥାନୀୟ ପରିବେଶର ଅଭିଜ୍ଞତା ରହିଥିବ।
ବିଶ୍ୱକପ୍‌ ଜିତିବା ପରେ ଇଂଲଣ୍ଡ ଆୟର୍ଲାଣ୍ଡ ବିପକ୍ଷରେ ଏକାମାତ୍ର ଟେଷ୍ଟ ଖେଳିଥିଲା। ଦଳରେ ଏକାଧିକ ବିଶ୍ୱକପ୍‌ ତାରକା ରହିଥିଲେ ମଧ୍ୟ ଇଂଲଣ୍ଡ ଲଡର୍‌ସରେ ପ୍ରଥମ ଇନିଂସରେ ମାତ୍ର ୮୫ ରନକରି ଅଲଆଉଟ୍‌ ହୋଇଥିଲା। ଯଦିଓ ଇଂଲଣ୍ଡ ଏହି ଟେଷ୍ଟରେ ବିଜୟୀ ହୋଇଥିଲା ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୩ ନମ୍ବରରେ ବ୍ୟାଟିଂ କରିବା ଆଶା କରାଯାଉଛି। କାଉଣ୍ଟି ଦଳ ସରେ ଓପନର ରୋରି ବନର୍‌ସ ଓ ଜାସନ ରଏ ଇନିଂସ ଓପନ୍‌ କରିବେ। ସର୍ବାଧିକ ଟେଷ୍ଟ ଉଇକେଟ ହାସଲ କରିଥିବା ଅଭିଜ୍ଞ ବୋଲର ଜେମ୍ସ ଆଣ୍ଡରସନ କାଫ୍‌ ଇଞ୍ଜୁରିରୁ ମୁକୁଳି ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରି ବୋଲିଂର ନେତୃତ୍ୱ ନେବେ। ତେବେ ବିଶ୍ୱକପ୍‌ ହିରୋ ତଥା ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇ ନାହଁ। ଫଳରେ ସାଇଡ ଇଞ୍ଜୁରି କାରଣରୁ ସଂଘର୍ଷ କରୁଥିବା ଆର୍ଚରଙ୍କ ଟେଷ୍ଟ ପଦାର୍ପଣ ଆଶା ଆହୁରି ବିଳମ୍ବିତ ହୋଇଛି। ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟ ଖେଳିଥିବା ସାମ କୁରାନ ଓ ଓଲି ଷ୍ଟୋନ୍‌ଙ୍କୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇଛି। ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସ ଓ ଷ୍ଟୁଆର୍ଟ ବ୍ରଡ ସିମ୍‌ ବୋଲିଂରେ ଆଣ୍ଡରସନଙ୍କୁ ସହାୟତା କରିବେ।
ଅନ୍ୟପଟେ ଜେମ୍ସ ପାଟିନସନ ଓ ପ୍ୟାଟ୍‌ କୁମିନ୍ସଙ୍କ ଉପରେ ଅଷ୍ଟ୍ରେଲିଆର ବୋଲିଂ ବିଭାଗ ନିର୍ଭର କରିବ। ୨୦୦୧ ପରଠାରୁ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ କୌଣସି ଫର୍ମାଟ୍‌ରେ ଇଂଲଣ୍ଡକୁ ହରାଇ ପାରିନାହିଁ। ଏହି ଗ୍ରାଉଣ୍ଡରେ ଗତ ବିଶ୍ୱକପ୍‌ ସେମିଫାଇନାଲରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଅତି ସହଜରେ ପରାସ୍ତ କରିଥିଲା। ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜାସନ ରୟ ୮୫ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଅନ୍ୟପଟେ ବର୍ମିଂହାମରେ ଇଂଲଣ୍ଡ ତା’ର ଗତ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ତେଣୁ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଇଂଲଣ୍ଡ ଏହି ମ୍ୟାଚ୍‌ରେ ଫେଭରାଇଟ୍‌ ବିବେଚିତ ହେଉଛି।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପେନ୍‌ (ଅଧିନାୟକ/ ଉଇକେଟକିପର), କାମେରନ ବ୍ୟାଙ୍କ୍ରଫ୍ଟ, ଉସ୍‌ମାନ ଖ୍ବାଜା, ଷ୍ଟିଭ୍‌ ସ୍ମିଥ୍‌, ଟ୍ରାଭିସ୍‌ ହେଡ, ମାଥ୍ୟୁ ଓ୍ବେଡ୍‌, ମାର୍ନସ ଲାବୁସେନ, ଜେମ୍ସ ପାଟିନସନ, ପ୍ୟାଟ କୁମିନ୍ସ, ନାଥନ ଲିୟନ, ମିଚେଲ ଷ୍ଟାର୍କ, ପିଟର ସିଡଲ, ଜୋସ ହାଜେଲଉଡ, ମାର୍କସ ହାରିସ୍‌, ମିଚେଲ ମାର୍ଶ ଓ ମିଚେଲ ନେସେର।
ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜାସନ ରୟ, ଜୋ ଡେନଲି, ଜୋସ ବଟଲର, ବେନ୍‌ ଷ୍ଟୋକ୍ସ, ଜନୀ ବେୟାରଷ୍ଟୋ, ମୋଇନ ଅଲି, କ୍ରିସ୍‌ ଓ୍ବକ୍ସ, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ ଓ ରୋରି ବନର୍‌ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri